ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ବ୍ଲକ ବେହେରା ଠାରେ ସାମାଜିକ ସମରସତା ଅଭିଯାନ ଉଦଘାଟିତ

ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରା ଏବଂ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ର ମିଳିତ ଆନୁକୂଲ୍ୟରେ ଉପ ବଜାର ପ୍ରାଙ୍ଗଣ ବେହେରା ଠାରେ ଭାରତ ରତ୍ନ ଡ. ବି ଆର୍ ଆମ୍ବେଦକର ଙ୍କ ୬୬ତମ ପୂଣ୍ଯ ତିଥି ପାଳିତ ହେବା ସହ ସାମାଜିକ ସମରସତା ଅଭିଯାନ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବବିତା ପଟ୍ଟଯୋଷୀ ଅଧ୍ଯକ୍ଷା ପଞ୍ଚାୟତ ସମିତି ଧର୍ମଗଡ ଉଦଘାଟନ କରି ଦେଶ ଗଠନ ରେ ବାବା ସାହେବଙ୍କ ଭୂମିକା ଅବିସ୍ମରଣୀୟ ବୋଲି ବର୍ଣ୍ଣନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଶିଷ୍ଟ ଶିକ୍ଷାବିତ ସଞ୍ଜୟ କୁମାର ପୁରୋହିତ ମୂଖ୍ଯ ବକ୍ତା ଭାବରେ ଯୋଗଦାନ କରି ଗ୍ରାମାଞ୍ଚଳରେ ସଂଗଠନର ଏଭଳି କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କୁମୁଦିନୀ ଗଇଁତା ସରପଞ୍ଚ ବେହେରା, ଗୌଲୋଚନ ଗୋପାଳ ସରପଞ୍ଚ ତେଣ୍ଡାପାଲି, ଚନ୍ଦନ ବାରିକ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ନିର୍ମଳ ଚନ୍ଦ୍ର ନାୟକ ଅଧ୍ୟକ୍ଷ ଲଖୀରାମ ଅଗ୍ରୱାଲ କଲେଜ, ଅଧ୍ୟାପକ ମୋହନ ଚରଣ ବିଶି, ଶିକ୍ଷାବିତ୍ ଲଲିତ ନାଏକ, ସମାଜସେବୀ ଶୁଶୀଲା ଅଗ୍ରୱାଲ, ସୁମିତ୍ରା ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ଡ. ପ୍ରଶାନ୍ତ କୁମାର ଦାସ, ଚିନ୍ମୟ ବେହେରା, ପ୍ରଭାତ ଦାସ, ସଞ୍ଜୀବ ଠାକୁର ପ୍ରମୂଖ ଯୋଗଦାନ କରି ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ତ୍ୟାଗପୁତ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବାବା ସାହେବ ଆମ୍ବେଦକରଙ୍କ ଜୀବନୀ ଉପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ରଚନା, ବକ୍ରୁତା, ସାଧାରଣଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ର ଆୟୋଜନ କରାଯାଇ କ୍ରୁତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମନୀତ ତଥା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ସିଲେଇ ପ୍ରଶିକ୍ଷଣ କେନ୍ଦ୍ରର ମହିଳା ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା। ସଂଗଠନ ସଭାପତି ଭବେଶ ଗଇଁତା ସଭାପତିତ୍ୱ କରିଥିବା ବେଳେ କ୍ଷୀରସିନ୍ଧୁ ବାଣୁଆ ମଞ୍ଚ ପରିଚାଳନା କରିଥିଲେ। ସଂଗଠନ ସମ୍ପାଦକ ଭୁଜବଳ ନାଏକ ପୁରସ୍କାର ବିତରଣ ଉତ୍ସବକୁ ପରିଚାଲନା କରିଥିଲେ। ଯୁବ ସଂଗଠକ ଅବିନାଶ ମୁଣ୍ଡ ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରି ଏହି ଅଭିଯାନ ଆଗାମୀ ଅପ୍ରେଲ ୧୪ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ସମାଜରେ ଶାନ୍ତି, ପ୍ରଗତି, ମୈତ୍ରୀ, ଏକତା, ସମ୍ରୁଦ୍ଧି ଓ ସଂହତିର ବାର୍ତ୍ତା ଦେବ ବୋଲି ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବେହେରା, ତେଣ୍ଡାପାଲି ଓ ଜୟନ୍ତପୁର ଗ୍ରା.ପ.ର ସମସ୍ତ ଦିବ୍ୟାଙ୍ଗ ବ୍ଯକ୍ତି ମାନଙ୍କୁ ସଚେତନ କରାଯିବା ସହ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଇଂ ଦୀନେଶ ଜୈନ ଫାଉଣ୍ଡେସନ ପ୍ରଯୋଜନା କରିଥିଲେ। ସଂଗଠନ କୋଷାଧ୍ୟକ୍ଷ ଭିକାରୀ ଚରଣ ଗୋପାଳ ଧନ୍ଯବାଦ ଜ୍ଞାପନ କରିଥିବା ବେଳେ ଉପସଭାପତି ତରେଶ ବିଶି, ସହସମ୍ପାଦକ ଶୁଶିଳ ଚନ୍ଦ୍ର ନାଗ, ରୁପେଶ ନାଏକ, ରିଙ୍କୁ ବିଶି, ଇଶ୍ବର ବାଣୁଆ ସକ୍ରିୟ ଭାବେ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇକିଆ ବ୍ଲକର କରଡ଼ା ରଣବା ଇନ୍ଦ୍ରଗଡ଼ ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କର ସମସ୍ୟା ବୁଝିଲେ ଜିଲ୍ଲାପାଳ

Sunil Chandra Nayak

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡ଼ି କେନ୍ଦ୍ର, ଦାବି ସତ୍ବେ ନିଜସ୍ଵ ଗୃହ କେବେ?

Sunil Chandra Nayak

ପିଏମ୍‌ଶ୍ରୀ ସ୍କୁଲ୍‌’ ନାମରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବେ କେନ୍ଦ୍ର ସରକାର: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Leave a Comment

error: Content is protected !!