ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର ପଂଡ଼ା ଙ୍କ କବିତା ପ୍ରେମ୍‌ ଅଢ଼େ ଅକ୍ଷର୍‌ 

 ପ୍ରେମ୍‌ ଅଢ଼େ ଅକ୍ଷର୍‌ 

ପ୍ରେମ୍‌ ଆଏ ଗୁଟେ ମଧୁର୍‌ ମହରା 

ଢୁକ୍‌ଲେ ନାଇଁପାର ବଁଚି

ଭରା ଭଦ୍‌ରି ଶୂଇନ୍‌ ହେଇଯିବା 

ଯାହା ବି ରଖିଛ ସଁଚି।୧

 

କଥା ବକୁଥିବେ ସଭେ ଗଖା ଗଖା 

ପ୍ରେମ୍‌ ପଡ଼ିଯାଏସି ଢିଲା

କଟଂଗ୍‌ ନଲି ଉପ୍‌ରେଁ କେଡ଼େ ଚିକନ୍‌

ଭିତରେଁ ତ ଢଅଁ ପୁଲା।୨

 

କୁଷାଫୁଲା କଥାଥିଁ ମନ୍‌ ଭର୍‌ସି ସିନା

କେଭେଁ ଭର୍‌ବା କାଏଁ ପେଟ୍‌

ପ୍ରେମ୍‌ କରାବାଲେ ଦାଁତ୍‌ ଗିଜ୍‌ଡ଼ାଗିଜ୍‌ଡ଼ି

କରି ହେସନ୍‌ ଜୁହାର୍‌ଭେଟ୍‌।୩

 

ମନର୍‌ ଭରମ୍‌, ପକେଟ୍‌ ଗରମ୍‌ ଥିଲେଁ

ପ୍ରେମ୍‌ ରହେସି ତିଷ୍ଠି

ଇଥିଁ ଯଦି କମି ହେଲା ବଏଲେଁ 

ବାହାରି ପଡ଼୍‌ସି ଅରଷ୍ଟି।୪

 

ଖୁଲା ଆକାଶ୍‌ ତଲେଁ ଗଛର୍‌ ଛଏରା’ନ

ରହି ନିହୁଏ ସବୁ ଦିନ୍‌

ଇନ୍‌ତା ନାଟ୍‌ ସିନେମାର କଥା 

ଅସ୍‌ଲି ପ୍ରେମ୍‌ ଆଏ ଭିନ୍‌।୫

 

ଧନ୍‌ ସଂପତ୍ତିକେ ଠୁକ୍‌ରେଇ ଦେଇ

ଘରୁଁ ପାଇକରି ଲାତ୍‌

ଛ’ତୁନ୍‌ ନ’ଭଜା ଖାଏବାର୍‌ ଲୋକ୍‌

ଖାଏସି ନୁନ୍‌ ଆରୁ ଭାତ୍‌। ୬

 

ବଂଗ୍‌ଲା ଭିତରେଁ ପଲଁକ୍‌ ଉପ୍‌ରେଁ

ଶୁଇବା ଯା’ର୍‌ ବଏସିରା

ପ୍ରେମ୍‌ ଲାଗି ବଲି ତଲେଁ ଉଁଡ଼୍‌ଲିଲେଁ

ମାଡ଼ି ବସ୍‌ସି ଝୁମ୍‌ରା। ୭

 

ନଉକର୍‌ ଚାକର୍‌ ଗେଦେର୍‌ଗେଁଡ଼ା 

ଖଟ୍‌ସନ୍‌ ଯାହାର୍‌ ଘରେଁ

ବେଲ୍‌ ଆଏଲେଁ ଭୁତିଦୁଃଖ୍‌ କରି

ଅଢ଼ିଆ ଚଲ୍‌ସି ତର୍‌ସରେଁ। ୮

 

ଗୁଡ଼ୁଁ ମୁଁଡ଼୍‌ ତକ୍‌ ଉଲେଇଥିଲେଁ ବି

ମେନ୍‌ମେନ୍‌ସା ସାଜୋ 

ପ୍ରେମ୍‌ ଲାଗି କିଛି ନି’ରହେ ଦିହେଁ

ବନିଯାଏସି ବାଜୋ। ୯

 

ମା’ବୁଆକୁଁ ଶତ୍‌ରୁ ଭାବ୍‌ଲେଁ

ହରାବ ସବୁ ସଂପତ୍ତି 

ଇ ପର୍‌ପଁଚେ ନାଇଁପଡ଼୍‌ଲେଁ

ଉଭିଯାଏସି ବିପତ୍ତି । ୧୦

 

ଗଅଁଲିଆ କବି ସୁଧୀର ପଂଡ଼ା

Related posts

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ ମୁନିଗୁଡ଼ା ସାହିତ୍ୟ ସମ୍ମାନ

Sunil Chandra Nayak

ପାଞ୍ଚ ଗୋଟି ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ରେ କୋକସରା ବ୍ଲକ ପ୍ରେସ କ୍ଲବ ପକ୍ଷରୁ ଦାବିପତ୍ର ପ୍ରଦାନ

Leave a Comment

error: Content is protected !!