ଜଣାଣ
ମାନଗୋବିନ୍ଦ ସ୍ବାଇଁ
ଶାନ୍ତି ମୁଁ ମାଗୁଛି ଶାନ୍ତି ମିଳୁ ନାହିଁ
କେଉଁ ଦୋଷ ମୋର ଅଛି
ସେହି ପଥ କୁହ ଦିଅ ଶିଖାଇ ହେ
ପାଦେ ଶରଣ ପଶୁଛି।
ଫଟା କପାଳରେ ପ୍ରଭୁ ସୁଖ ଟିକେ
ଜୀବନରେ ଯମା ନାହିଁ
ଯାଇଥିଲି ଦ୍ବାର ଦର୍ଶନ କରିଲି
ଗୁପ୍ତେ ମନ୍ତ୍ର ସିଧା କହିଁ।
ତା ଆଖି ମୋ ଆଖି ମିଶି ଗଲା ପରେ
ପ୍ରେମର ହୁଏ ବନ୍ଧନ
ତୁମେ ମୋର ବନ୍ଧୁ ଜଗତ ଜାଣିଛି
କହିବ ଭାଷା ଚୁମ୍ବନ।
ଏମିତି ଭାବରେ ବଞ୍ଚିଛି ସଂସାର
ଟିକେ ଆଡ ଆଖି ଚାହିଁ
ଠାରିଲେ ସଂକେତ ବଢିବ ସଂପଦ
ପ୍ରଭୁ ଚିରଦିନ ପାଇଁ।
ତୁମ ରୂପ ଛବି ମୋ ଚକ୍ଷୁ ଆସିଲେ
ଉଠି ବସି ନମସ୍କାର
ଭକ୍ତିରେ ଡାକୁଛି ଶକ୍ତି ଦିଅ ପ୍ରଭୁ
ପାପ କର୍ମ ହେଉ ଦୂର।