ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ନୀତି ନିବାରଣ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଶପଥପାଠ ଅନୁଷ୍ଠିତ    

ବୌଦ୍ଧ – ୦୩ା୧୧ – ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଚତୁର୍ଥ ଦିବସରେ କଣ୍ଟାମାଳ ବ୍ଲକର ନାରାୟଣ ପ୍ରସାଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲେଟପଡା ଗ୍ରାମରେ ବିଡିଓ ଶ୍ରୀଯୁକ୍ତ କଳାକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବରେ ଇନ୍ସପେକଟର ଭିଜିଲାନସ ଜଗବନ୍ଧୁ ଅଙ୍ଗରିଆ,ସମ୍ମାନିତ ଅତିଥି ଭାବରେ ସହାକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ,କନିଷ୍ଠ ଯନ୍ତ୍ରୀ ବୈକୁଣ୍ଠନାଥ ମାଝି, ସିଲେଟପଡା ଗ୍ରାମର ସତ୍ୟ ନାରାୟଣ ମାଝି, ଏନୱାଇଭି ସୁପ୍ରିୟା ଦେହୁରୀ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ଦୁର୍ନୀତିର ମୂଳତ୍ପାଟନ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଜ଼ିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସ୍ୱାଗତ ଭାଷଣ ସହ ସଭା ସଂଯୋଜନା କରିଥିଲେ । ଶେଷରେ ନାରାୟଣ ପ୍ରସାଦ ପଞ୍ଚାୟତ ନିର୍ବାହୀ ଅଧିକାରୀ ହିମାଂଶୁ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଦୁର୍ନୀତି ନିବାରଣ ନେଇ ଶପଥ ପାଠ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗଦେଇଥିଲେ । ପରେ ପରେ ପଞ୍ଚାୟତ ମହାବିଦ୍ୟାଳୟ କଣ୍ଟାମାଳଠାରେ ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆଙ୍କ ଅଧ୍ୟକ୍ଷତାରେ ଦୁନିର୍ତୀ ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଇନ୍ସପେକ୍ଟର ଭିଜିଲାନ୍ସ ଜଗବନ୍ଧୁ ଅଙ୍ଗାରିଆ, ସମ୍ମାନିତ ଅତିଥି ଭାବରେ ଥାନା ଅଧିକାରୀ କଣ୍ଟାମାଳ ନଳିନି କାନ୍ତ ଦାଶ ଯୋଗଦେଇ ଦୁର୍ନୀତି ବିରୋଧରେ ସମସ୍ତଙ୍କୁ ସଚେତନ କରିବା ସହ ଶପଥପାଠ କରାଇଥିଲେ । ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସଭା ସଂଯୋଜନା କରିଥିଲେ । ଶେଷରେ ଏନୱାଇଭି ସୁପ୍ରିୟା ଦେହୁରୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଅଧ୍ୟାପକ ସମୀର ମେହେର ,ପୌଳସ୍ତି ପ୍ରଧାନ, ଅଧ୍ୟାପିକା କରିସ୍ମା ପାଣ୍ଡିଆ,ଛାତ୍ର ଆରତ ସାହୁ ପ୍ରମୁଖ ଯୋଗଦେଇ ନିଜକୁ ପରିବର୍ତନ କରିବାର ଆବଶ୍ୟକତା ରହିଛି ବୋଲି ସଚେତନତା ବାର୍ତ୍ତା ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ଏଶସଆଇ ନିକୁଞ୍ଜ ବାଗ,ପୁଷ୍ପାଂଜଳୀ ମିଶ୍ର,ଅଧ୍ୟାପକ ନିଳମଣି ମଲ୍ଲି.କୁଶଳେଶ୍ୱର ସାହୁ, ଏନୱାଇଭି ଯାଜ୍ଞସେନୀ ରଣା,ଗୃହରକ୍ଷୀ ବିଶ୍ୱଜିତ ପୁଟା ପ୍ରମୁଖ ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ । ପରେ ପରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗାର ଛାତ୍ରଛାତ୍ରୀମାନଙ୍କୁ ଜ଼ିଲ୍ଲା ପାଠାଗାରଠାରେ ଦୁର୍ନୀତି ନିବାରଣ ସପ୍ତାହର ଉଦ୍ଦେଶ୍ୟ ଓ ଦୁର୍ନୀତିର ମୁଳତ୍ପାଟନ ସଂପର୍କରେ ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ବୁଝାଇଥିଲେ । ଏନେଇ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା,ପ୍ରବନ୍ଧ ଲିଖନ ଓ କାର୍ଟୁନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏନୱାଇଭି ଆଶମାନ ମହାକୁଡ ଏବଂ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ବକ୍ତୃତା ପ୍ରତିଯୋଗିତାରେ ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗାର ଛାତ୍ର ଅଙ୍କିତ ରଥ ପ୍ରଥମ ଓ ବବୁଲୁ କୁମାର ସାହୁ ଦ୍ୱିତିୟ ଓ ମହିଳା ମହାବିଦ୍ୟାଳୟର ଶୁଭଶ୍ରୀ ଘିବେଲା ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ରାଜ୍ୟର ୬୦୦ ଡିଗ୍ରି କଲେଜରେ ନାହାନ୍ତି ଅଧ୍ୟକ୍ଷ, କାମଚଳା ଅଧ୍ୟକ୍ଷରେ ଚାଲିଛି କଲେଜ

Sunil Chandra Nayak

ଚିଲିଗୁଡା ଫାଣ୍ଡି ଦ୍ୱାରା ୧ କୁଇଣ୍ଟାଲ ଗଞ୍ଜେଇ ସହ ଗାଡି ଜବତ, ୨ ଗିରଫ

Sunil Chandra Nayak

ପ୍ରଗତିଶୀଳ କବି ସନତ୍ ରାୟ ଙ୍କ ସ୍ମୃତି ଚାରଣ ସଭା

Sunil Chandra Nayak

Leave a Comment

error: Content is protected !!