ଢେଙ୍କାନାଳ, କାମାକ୍ଷାନଗର (ମସୀହା)୦୩/୧୧_ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବହିସ୍କାର ଓ ଗିରଫ କରିବାକୁ ବିଜେପି ଦାବି କରିଛି । ଏଥିସହ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀରେ ବିଜେଡିର ଅନେକ ବିଧାୟକ, ମନ୍ତ୍ରୀ ସମେତ ବଡ଼ ବଡ଼ ପ୍ରଶାସନିକ ଅଧିକାରୀ ସମ୍ପୃକ୍ତି ରହିଥିବା ବିଜେପି ଦାବି କରିଛି l ଏହାକୁ ନେଇ ଆଜି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି l ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନେ ଦୁର୍ନୀତି କରୁଥିବା ବେଳେ ଏ ସରକାର ଘଣ୍ଟ ଘୋଡାଉଥିବା ଦଳର କର୍ମକର୍ତ୍ତାମାନେ ଉଦବୋଧନ ଜରିଆରେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ଗର୍ଜିଛନ୍ତି l ଏହି ଧାରଣା ସଭାରେ କାମାକ୍ଷାନଗର ବିଜେପି ବିଧାୟକ ପାର୍ଥୀ ଶତ୍ରୁଘନ ଜେନା, ଜିଲ୍ଲା ଉପସଭାପତି ପବିତ୍ର କୁମାର ବିଶ୍ୱାଳ ଓ ଶିଶିରକାନ୍ତ ନାୟକ, କାମାକ୍ଷାନଗର ମଣ୍ଡଳ ସଭାପତି ବିଭୁ ସନ୍ଦୀପ କୁମାର ପଟନାୟକ, କାମାକ୍ଷାନଗର NAC ର ମଣ୍ଡଳ ପ୍ରଭାରୀ ରବିନାରାୟଣ ସାହୁ, ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନା, ଓ ଅନ୍ୟ ବରିଷ୍ଟ ବିଜେପି ନେତା ସମେତ କାମାକ୍ଷାନଗର NAC ର ବିଜେପି ଯୁବ ମୋଚା ସଭାପତି ଶେଷ ଦେବ ନାଥ ଏବଂ ବହୁ ସଂଖ୍ୟାରେ ବିଜେପି କର୍ମୀ ସାମିଲ ହୋଇଛନ୍ତି l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୁତୟନ ରହିଛନ୍ତି l
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ