ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଚିନ୍ତାମଣି ସାଉଙ୍କ ଅବରସ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

ଆନନ୍ଦପୁର -:  ଘଷିପୁରା ବ୍ଲକ ଅନ୍ତର୍ଗତ ବାତୋ ଅଶୋକନଗର ଜଗନ୍ନାଥ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚିନ୍ତାମଣି ସାଉଙ୍କର ଆଜି ଚାକିରୀ କାଳ ମଧ୍ୟରୁ ଅବସର କାଳୀନ ଗ୍ରହଣ କରିଛନ୍ତି । ଏଥିରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଅବସର କାଳୀନ ପ୍ରଧାନ ଶିକ୍ଷକଙ୍କୁ ପୁଷ୍ପବୁଛ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏଥିରେ ମୁଖ୍ୟ ଅତିଥିଭାବେ ଯୁବନେତା ତଥା ସମାଜସେବୀ ଦେବାଶିଷ ପାତ୍ର ଏବଂ ମୁଖ୍ୟ ବକ୍ତାଭାବେ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ସମ୍ନାନିତ ଅତିଥିଭାବେ ଘଷିପୁରା ବ୍ଲକ ଶିକ୍ଷା ଅଧିକାରୀ ତପୋଧନ ସ୍ୱାଇଁ ,ଆନନ୍ଦପୁର ବ୍ଲକର ପୂର୍ବତନ ଶିକ୍ଷା ଅଧିକାରୀ ଶରତ କୁମାର ରାଉତ ଏବଂ ଅନେକ ଅତିଥିମାନେ ଯୋଗଦେଇ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ

Related posts

ବଡଧାରପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଅନ୍ୟ ଜଣେ ଗୁରୁତର

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା ଜୟ ଜଗଦମ୍ବେ ମା’ 

Sunil Chandra Nayak

ମମତା ସାହୁ ଙ୍କ କବିତା ମାଆ ପଦ ଟିଏ

Sunil Chandra Nayak

Leave a Comment

error: Content is protected !!