ଆନନ୍ଦପୁର -: ଘଷିପୁରା ବ୍ଲକ ଅନ୍ତର୍ଗତ ବାତୋ ଅଶୋକନଗର ଜଗନ୍ନାଥ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚିନ୍ତାମଣି ସାଉଙ୍କର ଆଜି ଚାକିରୀ କାଳ ମଧ୍ୟରୁ ଅବସର କାଳୀନ ଗ୍ରହଣ କରିଛନ୍ତି । ଏଥିରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଅବସର କାଳୀନ ପ୍ରଧାନ ଶିକ୍ଷକଙ୍କୁ ପୁଷ୍ପବୁଛ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏଥିରେ ମୁଖ୍ୟ ଅତିଥିଭାବେ ଯୁବନେତା ତଥା ସମାଜସେବୀ ଦେବାଶିଷ ପାତ୍ର ଏବଂ ମୁଖ୍ୟ ବକ୍ତାଭାବେ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ସମ୍ନାନିତ ଅତିଥିଭାବେ ଘଷିପୁରା ବ୍ଲକ ଶିକ୍ଷା ଅଧିକାରୀ ତପୋଧନ ସ୍ୱାଇଁ ,ଆନନ୍ଦପୁର ବ୍ଲକର ପୂର୍ବତନ ଶିକ୍ଷା ଅଧିକାରୀ ଶରତ କୁମାର ରାଉତ ଏବଂ ଅନେକ ଅତିଥିମାନେ ଯୋଗଦେଇ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।
ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ