ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୌଦ୍ଧରେ ଦୁର୍ନୀତି ନିବାରଣ ସପ୍ତାହର ଚତୁର୍ଥ ଦିବସ

ବୌଦ୍ଧ – ୦୩/୧୧ – ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଓ ନେହେରୁ ଯୁବ କେନ୍ଦ୍ର ବୌଦ୍ଧର ଆନୁକୂଲ୍ୟରେ ବୌଦ୍ଧରେ ଦୁଇଟି ପର୍ଯ୍ୟାୟରେ ଦୁର୍ନୀତି ନିବାରଣ ସପ୍ତାହର ଚତୁର୍ଥ ଦିବସ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୀବ କୁମାର ପ୍ରଧାନଙ୍କ ସଭାପତିତ୍ତ୍ୱରେ ମୁଖ୍ୟଅତିଥି ରୂପେ ଜିଲ୍ଲା ଶିକ୍ଷା ଉନ୍ନୟନ ଅଧିକାରୀ ଡ଼କ୍ଟର ଉଦୟ ନାଥ ମାଝୀ, ସମ୍ମାନିତ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ରର PC ଆସମାନ ମହାକୁଡ଼ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବା ସହ କାର୍ଯ୍ୟକ୍ରମର ମହତ୍ୱ,ଲକ୍ଷ୍ୟ,ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଇଥିଲେ । ଏହି ପରିପ୍ରେକ୍ଷୀରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସିଆରସିସି ସନ୍ତୋଷ କୁମାର କର୍ଣ୍ଣଙ୍କ ତତ୍ତ୍ୱାବଧାନରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗୀତା ଆୟୋଜନ କରି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ପ୍ରବୀଣା କର୍ଣ୍ଣ ସହଯୋଗ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଚୈତନ୍ୟ ହେମ୍ବ୍ରମ ପାଇଁ ସାହାଯ୍ୟର ହାତ ବଢ଼ାଇଲା ଗିଭିଂ ହେପିନେସ୍ ସଂଗଠନ

ଟାଙ୍ଗିରି ପାହାଡ ଉପରେ ପାଳନ ହେଲା କାରଗିଲ ବିଜୟ ଦିବସ

Sunil Chandra Nayak

ଶ୍ରମିକ ପାରିଶ୍ରମିକ ନ ପାଇ ଏସ:ଏଚ:ଜି ସଭାପତି ଙ୍କ ଘରେ ଲଗାଇଛି ଡେରା 

Leave a Comment

error: Content is protected !!