ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡିସେମ୍ବର ୨ ରୁ ସପ୍ତଦଶ ବୌଦ୍ଧ ପୁସ୍ତକମେଳା

ବୌଦ୍ଧ – ୩/୧୧- ଆସନ୍ତା ଡିସେମ୍ବର ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବୌଦ୍ଧଠାରେ ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ସପ୍ତଦଶ ବୌଦ୍ଧ ପୁସ୍ତକମେଳା ଆୟୋଜନ କରିବାପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ କାର୍ଯ୍ୟାଳୟଠାରେ ସଭାପତି ଦିବ୍ୟଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରାରମ୍ଭରେ ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ ପୁସ୍ତକମେଳାକୁ ଆକର୍ଷଣୀୟ କରିବାପାଇଁ ନିଜନିଜର ପ୍ରସ୍ତାବ ଦେବାକୁ ଉପସ୍ଥିତ ଫୋରମର ସଦସ୍ୟମାନଙ୍କୁ ଓ ସହଯୋଗୀ ଅନୁଷ୍ଠାନ ମାନଙ୍କ ଠାରୁ ମତାମତ ଆହ୍ୱାନ କରିଥିଲେ । ବୈଠକରେ ବିଭିନ୍ନ ପ୍ରସ୍ତାବକୁ ଆଲୋଚନା କରାଯାଇ ଚୂଡାନ୍ତ କରାଯାଇଥିଲା । ପ୍ରାଥମିକସ୍ତରରୁ ଆରମ୍ଭକରି ମହାବିଦ୍ୟାଳୟ ସ୍ତରୀୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା ବ୍ଲକ ଓ ଜିଲ୍ଲାସ୍ତରରେ ଆୟୋଜନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ପ୍ରତିବର୍ଷ ଭଳି ଚଳିତ ପୁସ୍ତକମେଳା ଅବସରରେ ରାଜ୍ୟସ୍ତରରେ ବାର୍ତ୍ତାବହ ସମ୍ମାନ ଓ ପୁସ୍ତକମେଳା ସମ୍ମାନ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯିବ । ବାର୍ଷିକ ସ୍ମରଣିକା ‘ବୌଦ୍ଧ ବାର୍ତ୍ତାବହ’ ମଧ୍ୟ ପ୍ରକାଶ ପାଇବ । ଆଜିର ବୈଠକରେ ଫୋରମର ସଦସ୍ୟ ଓ କର୍ମକର୍ତ୍ତାଙ୍କ ସମେତ ନାଗରିକ କମିଟି ସଂପାଦକ ବିଶେଶ୍ୱର ପୃଷ୍ଟି, ନୀଳଚକ୍ର ସାହିତ୍ୟ ସଂସଦର ସଭାପତି ସଞ୍ଜୟ କୁମାର ପଣ୍ଡା, ମାରୁୱାଡି ସୋସାଇଟି ପକ୍ଷରୁ ସୁନ୍ଦର ପ୍ରକାଶ ଅଗ୍ରୱାଲା, ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସଂପାଦକ ରଘୁନାଥ ଷଡଙ୍ଗୀ, ଜିଲ୍ଲା ଚେସ୍‌ ଆସୋସିଏସନ ସଂପାଦକ ଶଙ୍କର ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପୁସ୍ତକମେଳା ମଞ୍ଚରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ଦିନ ଆଲୋଚନାଚକ୍ର ଅନୁଷ୍ଠିତ ହେବାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଶେଷରେ ଆବାହକ ସତ୍ୟଜିତ୍‌ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

କୁହୁରା ଗ୍ରା:ପ ସମିତି ସଭ୍ୟାଙ୍କ ପରଲୋକ

Sunil Chandra Nayak

କର୍ଲାମୁଣ୍ଡାଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!