ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଢୀ ଏମିତି ଏକ ଖାଦ୍ୟ ଦ୍ରବ୍ୟ ଯାହା ଆମ ଓଡିଆଙ୍କ ଘରେ ଘରେ ସମସ୍ତେ ବ୍ୟବହାର କରନ୍ତି । ଏହା ଏକ ପ୍ରାଚୀନ ଖାଦ୍ୟ ଦ୍ରବ୍ୟ

ଗତ କାଲି ଅପରାହ୍ନ କାଳଖଣ୍ଡରେ କାମାକ୍ଷାନଗର ଏନ୍.ଏ.ସି ନୁଆ ଆଳତୁମା ଗାଁ ୧୧ ନମ୍ବର ଓ୍ଵାର୍ଡ ସ୍ଥିତ ଲକ୍ଷ୍ମଣ ଵେହେରାଙ୍କ ମୁଢୀ ଭାଟିରେ ସ୍ଥାନୀୟ କାଉନସିଲର ଶ୍ରୀ ପ୍ରମୋଦ ଷେଣ୍ଢ (ସଭିଙ୍କ ପ୍ରିୟ ଗଜିଆ ନନା) ପହଞ୍ଚିଥିଲେ ପରିଦର୍ଶନରେ । କାଉନସିଲର ଗଜିଆ ଵାଵୁ ପରିଦର୍ଶନ କରିଥିଲେ କ୍ଷୁଦ୍ର ବ୍ୟବସାୟ ଦିଗରେ ଯୁବପିଢୀଙ୍କୁ ପ୍ରେରଣା ଯୋଗାଉଥିବା ଲକ୍ଷ୍ମଣ ବାବୁ ଙ୍କ ମୁଢ଼ି ଭାଟିରେ । ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ Make in odisha ସ୍ବାବଲମ୍ବୀ ଓ ସମୃଦ୍ଧ ଓଡିଶା ଗଠନ ରେ ନୂତନ ଆଶା ଉଦ୍ଦୀପନା ଭରି ଦେଇଛି । ଏହି ପରିପ୍ରେ୍ଷୀରେ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ ବାବୁ ଏବଂ ମାନ୍ୟବର ନଗରପାଳ ଧର୍ମାନନ୍ଦ ବାବୁ କାମାକ୍ଷାନଗର ରେ ଏଭଳି କାର୍ଯ୍ୟଧାରାକୁ ପ୍ରୋତ୍ସାହନ କରିବାରେ ଯେଉଁସବୁ ଉଦମ୍ଯ ଜାରି ରଖିଛନ୍ତି ତାହା ପ୍ରଶଂସନୀୟ ।  ଏହାର ଅନନ୍ୟ ଉଦାହରଣ ହେଉଛନ୍ତି ଯୁଵ କ୍ଷୁଦ୍ର ବ୍ୟବସାୟୀ ଲକ୍ଷ୍ମଣ ବେହେରା । ସେ କାମାକ୍ଷାନଗର ଅଞ୍ଚଳର ଘରେ ଘରେ ପରିଚିତ। ତାଙ୍କରି ଏକ ସ୍ଵତନ୍ତ୍ର ପରିଚୟ ହେଲା ମୁଢ଼ି ।।ସ୍ଵାଵଲମ୍ଵୀ କ୍ଷେତ୍ରରେ ପ୍ରେରଣା ଯୋଗାଉଥିବା ଲକ୍ଷ୍ମଣ ଵାଵୁଙ୍କୁ ତାଙ୍କର ଧର୍ମପତ୍ନୀଙ୍କ ଗହଣରେ କାଉନସିଲର ଗଜିଆ ବାବୁ ଉତ୍ତରୀୟ ଉପଢ଼ୌକନ ,ପୁଷ୍ପ ହାର ଏଵଂ ଶ୍ରୀ ମା ଓ ଶ୍ରୀ ଅରବିନ୍ଦଙ୍କ ଫଟୋ ଚିତ୍ର ପ୍ରଦାନ କରି ଅଭ୍ୟର୍ଥନା ଜଣାଇବା ସହ ସମ୍ମାନିତ କରିଛନ୍ତି ।  ଏଇ ପରି କାର୍ଯ୍ୟ ପାଇଁ ଲକ୍ଷ୍ମଣ ବାବୁ ସମସ୍ତ ଙ୍କ ର ପ୍ରିୟ ପାତ୍ର ଓ ଉଦାହରଣ ଟିଏ ପାଲଟି ଯାଇଛନ୍ତି।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜହ୍ନ ରାତି

Sunil Chandra Nayak

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା

Sunil Chandra Nayak

ମେ’ ୩୧ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ, ଜୁନ୍ ୩ରେ ହେବ ଭୋଟଗଣତି

Leave a Comment

error: Content is protected !!