ମଣିଷ
ମଣିଷ ହୃଦୟେ ପାଞ୍ଚଟି ମନ
କୁମନ, ସୁମନ, ଅମନ, ବିମନ
ଆଉ ମନ l
ମନ ତ ବିବେକରେ ବନ୍ଧା l
କୁମନ ଆସିଲେ ପାପ, ଅହମିକାରେ
ଧ୍ବଂସ ଓ ଶକ୍ତି ଦେଖାଇ
ନିଜକୁ ସର୍ବସ୍ବ ମନେ କରେ l
ସୁମନ ଆସିଲେ ବଗିଚାରେ ଫୁଲ ଫୁଟେ
ମହ ମହ ସୁବାଷ ଛୁଟେ,
ସତ୍ୟ, ନ୍ୟାୟ, ଜ୍ଞାନ ର
ଗୀତ ଗାଏ l
ବିମନ ଆସିଲେ ହିଂସା, ଚୋର, ଭୟ
ହୃଦୟେ ଜାଗ୍ରତ ହୁଏ l
ଅମନ ଆସିଲେ ଅଳସୁଆ, ନିକମା,
ଖାଇ, ଶୋଇ ଦିନ କାଟେ l
ପାଞ୍ଚ ମନରେ ପଚିଶ ପ୍ରକୃତି
ସ୍ୱୟଂ ଭଗବାନ ଆୟତ୍ତ
କରି ନ ପାରିଲେ
ହୃଦୟ,ବିବେକ ଧକ୍ ଧକ୍ କରି
ନୀରବ ପ୍ରାର୍ଥନା କରେ l
ଆଜି ଧର୍ମ ନାମରେ
କର୍ମ ନାମରେ
ସେବା ନାମରେ
ମଣିଷ ଖରାପ କାମ କରି
ମାନବିକତାକୁ ମାରି ଦିଏ l
ମଣିଷ ପଣିଆ
କଳିଯୁଗରେ
ସତ କଥା କଷ୍ଟ ଦିଏ l
ମିଛ ପ୍ରତିଶୃତି
ହୃଦୟ ବନ୍ଧନ ଅଳ୍ପ ଦିନ
ରହିଥାଏ l
ସତର ମଣିଷ
ନ୍ୟାୟର ମଣିଷ
ସବୁ ଦିନ ପାଇଁ
ସ୍ମୃତି ହୋଇ ରହିଯାଏ,
ମଣିଷ ସମାଜେ ସତ କହୁଥିଲେ
ମଣିଷ ଅପ୍ରିୟ ହୁଏ l
କୁଟ କପଟରେ ଲୁଚା ଛୁପା କଥା
ସମସ୍ତକୁ ଭଲ ଲାଗେ l
ହେଲେ ଜାଣେ ନାହିଁ
ଯିଏ ରୁକ୍ ଠୁକ୍ ସତ କଥା କହେ
ସିଏ କେବେ ମିଥ୍ୟା ପ୍ରଶୟ ନ ଦିଏ l
ଏହି କଥା ସବୁ ବୁଝି ପାରେ ଯିଏ
ସିଏ ହିଁ ପ୍ରକୃତ ମଣିଷଟିଏ,
ତାହା ପରି ପ୍ରକୃତ ବନ୍ଧୁ
ଏ ଦୁନିଆରେ କେହି ନୁହେଁ l