ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ରେ ଏସ୍ସି, ଏସଟି , ଓବିଶି, ମହାସଂଘ କମିଟି ଗଠିତ

ଉତ୍କେଲା, ୧୭/୦୭, (ମ ନି ସ), କେସିଙ୍ଗା ବ୍ଲକ୍ ଉତ୍କେଲା ସାପ୍ତାହିକ ବଜାର ପ୍ରାଙ୍ଗଣ ରେ ରବିବାର ଦିନ ଓବିସି,ଏସଟି,ଏସସି ମିଳିତ ମହାସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା,ଉକ୍ତ ବୈଠକ ରେ ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ୍ ନରେନ୍ଦ୍ର ପ୍ରଧାନ,ମୁଖ୍ୟ ଅତିଥି ଜିଲ୍ଲା ଆଦିବାସୀ ସଂଘ ଉପଦେଷ୍ଟା ରମେଶ ଚନ୍ଦ୍ର ମାଝୀ,ସମ୍ମାନିତ ଅତିଥି ଅନିରୁଦ୍ଧ ସାହୁ,ପୂର୍ଣ୍ଣ ପଟେଲ,ବେଲାଳସେନ ବେହେରା, ଗୋଲକ ପ୍ରଧାନ,ଘନଶ୍ୟାମ ଦୋରା,ନରେଶ ଶବର,ରୋମାଞ୍ଚଳ ଶବର, ଇଶ୍ଵର ମେହେର,ପାଣ୍ଡେ ଭାଟି,ଶରତ ଚନ୍ଦ୍ର ପ୍ରଧାନ,ଯତୀନ୍ଦ୍ର ବାରିକ, ଶିବ ପ୍ରସାଦ ସାହୁ ଆଦି ମଞ୍ଚାସିନ ଥିଲେ, ଓବିଶି ଏସ୍ସି,ଏସଟି କୁ ସରକାର ସାମ୍ବିଧାନିକ ହକ ଓ ଅଧିକାର ରୁ ସର୍ବଦା ଅବହେଳିତ ଓ ଅଣଦେଖା କରୁଛନ୍ତି, ଜନଗଣନା ରେ ଓବିଶି ବର୍ଗ କୁ କାହିଁକି ସାମିଲ କରାଯାଉ ନାହି,୨୭% ସଂରକ୍ଷଣ ଓବିଶି ପାଇଁ କାହିଁକି ଲାଗୁ କରୁ ନାହାନ୍ତି,ଏସଟି ବର୍ଗ ର ଜଳ ଜଙ୍ଗଲ ଜମିନ୍ ଅଧିକାର କ୍ଷୂର୍ଣ୍ଣ କାହିଁକି କରାଯାଉଛି,ଶିକ୍ଷା ଘରୋଇକରଣ,ସ୍ବାସ୍ଥ୍ୟ ଘରୋଇକରଣ କୁ ବିରୋଧ କରାଯାଇ ଥିଲା ।ପରେ ସର୍ବ ସମ୍ମତି କ୍ରମେ ଉତ୍କେଲା ଓ ଚାଞ୍ଚେର ପଞ୍ଚାୟତ ସ୍ତରୀୟ ଏକ କମିଟି ଗଠନ କରାଯାଇଥିଲା ଉକ୍ତ କମିଟି ରେ ଉତ୍କେଲା ପଞ୍ଚାୟତ ରୁ ସଭାପତି ଭାବରେ ଆଇନଜୀବୀ ଗୋଲକ ପ୍ରଧାନ,ଉପ ସଭାପତି ତ୍ରିନାଥ ମାଝୀ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମ୍ଭାର,ସାଧାରଣ ସମ୍ପାଦକ ଅର୍ଜୁନ ପୋଡ଼,ସମ୍ପାଦକ ଇଶ୍ଵର ମେହେର,ସହ ସମ୍ପାଦକ ଅଗସ୍ତି ସା,କୋଷାଧ୍ୟକ୍ଷ ମର୍ଦରାଜ ସାହୁ,ଉପଦେଷ୍ଟା ଅନିରୋଧ ସାହୁ,ପୂର୍ଣ୍ଣ ପଟେଲ,ଦୂତୀଆ ଦୋରା,ରମେଶ କୁମ୍ଭାର,ତୋଫାନ କୁମାର,ଘନ ଶ୍ୟାମ ଦୋରା,ଭୁବନେ ଗୌଡ, ପଦ୍ମନ୍ ମାଝୀ ମୋନାନିତ ହୋଇଥିଲେ , ଚାଞ୍ଚେର ପଞ୍ଚାୟତ ର ସଭାପତି ଭାବରେ ଭଗବାନ ବାରିକ,ଉପସଭାପତି ଲିଙ୍ଗରାଜ ତାଣ୍ଡି,କାର୍ଯକାରୀ ସଭାପତି ରାଜକୁମାର ମାଝୀ,ସାଧାରଣ ସମ୍ପାଦକ ସୁରେଶ୍ଵର ଶବର,ସମ୍ପାଦକ ନିରାକାର୍ ପ୍ରଧାନ,ସହ ସମ୍ପାଦକ ଅଞ୍ଜନ କୁମାର ନାଗ,କୋଷାଧ୍ୟକ୍ଷ ସୁବନ୍ ନାଏକ ସଭ୍ୟ ଶିବ ପ୍ରସାଦ ସାହୁ,ପାଣ୍ଡେ ଭାଟି,ଦିଗମ୍ବର ମେହେର,ବରୁଣ ଗୌଡ,କେଦାର ମାଝୀ,ବାସୁଦେବ ମାଝୀ,ଭାସ୍କର କରୁଅନ,ପୁରୁଷୋତ୍ତମ କରୁଅନ୍,ଗୀତା ମାଝୀ,ଉପେନ୍ଦ୍ର ଭୋଇ,କନ୍ଦର୍ପ ସାହୁ,କୈଳାଶ ସାହୁ,ପ୍ରଦୀପ ପରଭୋଇ ଆଦି ମନୋନୀତ ହୋଇଥିଲେ,କାର୍ଯ୍ୟକ୍ରମ କୁ ପରି ଚାଳନା କରିଥିଲେ ଅର୍ଜୁନ ପୋଡ଼ ଓ ଲବ କରୁଆଁ .ସହଯୋଗ କରିଥିଲେ ତେଜ ରାଜ ବେହେରା,ଗିରିଜା ବେହେରା,ଚିରନ୍ ନାଗ,ଦୁଃଖୀ କୁମ୍ଭାର,ଶେଷରେ ରୋମାଞ୍ଚଳ ଶବର ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରାଯାଇଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କୋକସରା କଲେଜରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଏକ ବର୍ଷ ରୁ ଉର୍ଦ୍ଧ୍ବ ଅନାହାର ରେ ପୀଡ଼ିତ ସୁବ୍ରତ ସାହୁ କୁ ସେବା ପ୍ରଦାନ କରି ଚର୍ଚ୍ଚା ରେ ଜନ ମଙ୍ଗଳ 

Sunil Chandra Nayak

କେସିଙ୍ଗା ବ୍ଲକ ଆଦିବାସୀ ସଂଘର ନବନିର୍ବାଚିତ କର୍ମକର୍ତା ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!