ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦକ୍ଷିଣ ଷୋୖଣ୍ଢିକ ସମାଜର ଠାକୁରାଣୀ ଘଟଯାତ୍ରା ଉଦଯାପିତ

କଲମପୁର , ୭/୬ (ମସିହା) କଲମପୁର ସଦରମହକମା ଦକ୍ଷିଣ ଷୋୖଣ୍ଢିକ ସମାଜର ବାର୍ଷିକୀୟ ମାଁ ଠାକୁରାଣୀଙ୍କ ଘଟଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି । ଦକ୍ଷିଣ ଷୋୖଣ୍ଢିକ ସମାଜର ମାଁ ଠାକୁରାଣୀ ମନ୍ଦିର ରେ ମାଙ୍କ ପ୍ରତିମାକୁ ପ୍ରତି ବର୍ଷ ଭୋଗଲାଗି କରାଯାଇ ଥାଏ । ଏହି ପରିପେକ୍ଷିରେ ଗତ ରବିବାର ଦିନ ଅଧିବାସ ସୋମବାର ଦିନ ଘଟ ପରିକ୍ରମା ଓ ମଙ୍ଗଳବାର ଦିନ ଦେବୀଙ୍କ ଘଟ ଓ ପାରମ୍ପରିକ ବାଦ୍ୟ ସହ ମା କାଲି ଓ ଶିବଙ୍କ ରୂପଧାରୀଙ୍କ ମେଳରେ ଗ୍ରାମ ପରିକ୍ରମା କରି ପୂଜାବିଧି ସମାପନ କରାଯାଇଥିଲା । ମାନସିକ ଧାରୀ ମାନେ ଏହି ଦିନ ଭୋଗ ରାଗ..ଅର୍ପଣ କରିବାର ପ୍ରଥା ରହିଥିବା ବେଳେ ସନ୍ତାନ ମାନଙ୍କ ଚୁଟି କାଟି ଥାନ୍ତି ।ଏହିଦିନ ବିଭିନ୍ନ ଗ୍ରାମରୁ ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ଆସି ମାଙ୍କ ଦର୍ଶନ ଓ ମାନସିକ ରଖି ଥାନ୍ତି । ଠାକୁରାଣୀ ମାଙ୍କ ନଗର ପରିକ୍ରମା ସମୟରେ ପ୍ରଥମେ ଗ୍ରାମର ଗଣା ଓ ପରେ ଲଙ୍କେଶ୍ୱରି ପୁଝାରୀଙ୍କ ଘରକୁ ପୂଜା ପାଇବା ପରେ ଗ୍ରାମ ପରିକ୍ରମା କରିଥାଏ , ପୂଜକ ପୀତବାସ ସାହୁ ଓ ନିହାର ରଞ୍ଜନ ସାହୁ ମାଙ୍କ ପୂଜାବିଧି ପ୍ରତି ବର୍ଷ ନିଷ୍ଠାପର କରି ଆସୁଥିବା ବେଳେ ଆଜି ମଙ୍ଗଳବାର ଦିନ ବଳି ଭୋଗ ପରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏଥିରେ ଗୋପାଳ ସାହୁ , ଗୋକୁଳ ସାହୁ , ଦୀପକ ସାହୁ , ଦିଲୀପ ସାହୁ , ଗଣେଶ ସାହୁ , ଶିବ ସାହୁ , ସଞ୍ଜୟ ସାହୁ , ସୁବ୍ରତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

କଲମପୁର ରୁ ପରମାନନ୍ଦ ଠାକୁରଙ୍କ ରିପୋର୍ଟ ।

Related posts

କଳାହାଣ୍ଡି ସାଂସଦଙ୍କ ଦିନିକିଆ ନର୍ଲା ବ୍ଲକ୍ ଗସ୍ତ, ବୁଝିଲେ ଲୋକଙ୍କ ଦୁଃଖ ସୁଖ 

Sunil Chandra Nayak

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ ଙ୍କ କବିତା ନାଲି ମନ୍ଦାର 

Sunil Chandra Nayak

ରାଉରକେଲା ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଉତ୍କଳ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!