ପାପଡାହାଣ୍ଡି, 23/7 :- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଞ୍ଚାୟତର ରତିଗୁଡା ଗ୍ରାମର କାଜୁ ବଗିଚାରେ ଏକ ଆମ୍ବ ଗଛ ଉପରେ ଭାଲୁ ଚଢିକି ରହିଛି ।ଏହା ଦେଖିଵା ପରେ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି । ସୂଚନା ମୁତାବକ ଶନିବାର ଭୋର ସମୟରେ ଏକ ଭାଲୁ ଖାଦ୍ୟ ଅନ୍ୱେଷଣ ହୋଇ ଗାଁ ମୁହାଁ ହୋଇଥିଲା ।ଗାଁ ଲୋକେ ଦେଖିବାରୁ ଭାଲୁଟି ଗାଁର କାଜୁ ବଗିଚାରେ ଥିବା ଆମ୍ବ ଗଛ ଉପରେ ଚଢ଼ି ଯାଇଥିଲା ।ଖବର ପାଇ ବନବିଭାଗ କର୍ମଚାରୀ ଉପସ୍ଥିତ ରହି ଲୋକଙ୍କ ସୁରକ୍ଷା ପାଇଁ ଯୋଗୀ ରହିଛନ୍ତି । ଗତ କିଛି ଦିନତଳେ ମୋଇଦଲପୁର ଅଞ୍ଚଳରେ ଏକ ଭାଲୁର ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ନଜରକୁ ଆସିଥିଲା । ଏହି କାରଣରୁ ବନବିଭାଗ କର୍ମଚାରୀ ମାନେ ଲୋକଙ୍କ ସୁରକ୍ଷା ପାଇଁ ପହରା ଦେଇଥିବା ଦେଖିବାକୁ ମିଳିିଛି । ଗାଁ ଲୋକଙ୍କୁ ଭାଲୁ ପାଖକୁ ଯିବାକୁ ନ ଦେବା ସହିତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଖବର ଲେଖା ବେଳକୁ ଭାଲୁଟି ଗଛରେ ହିଁ ରହିଛି ।
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ |