ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ୍ବ ଗଛ ଉପରେ ଭାଲୁ ,ଲୋକେ ଭୟଭୀତ

ପାପଡାହାଣ୍ଡି, 23/7 :- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଞ୍ଚାୟତର ରତିଗୁଡା ଗ୍ରାମର କାଜୁ ବଗିଚାରେ ଏକ ଆମ୍ବ ଗଛ ଉପରେ ଭାଲୁ ଚଢିକି ରହିଛି ।ଏହା ଦେଖିଵା ପରେ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି । ସୂଚନା ମୁତାବକ ଶନିବାର ଭୋର ସମୟରେ ଏକ ଭାଲୁ ଖାଦ୍ୟ ଅନ୍ୱେଷଣ ହୋଇ ଗାଁ ମୁହାଁ ହୋଇଥିଲା ।ଗାଁ ଲୋକେ ଦେଖିବାରୁ ଭାଲୁଟି ଗାଁର କାଜୁ ବଗିଚାରେ ଥିବା ଆମ୍ବ ଗଛ ଉପରେ ଚଢ଼ି ଯାଇଥିଲା ।ଖବର ପାଇ ବନବିଭାଗ କର୍ମଚାରୀ ଉପସ୍ଥିତ ରହି ଲୋକଙ୍କ ସୁରକ୍ଷା ପାଇଁ ଯୋଗୀ ରହିଛନ୍ତି । ଗତ କିଛି ଦିନତଳେ ମୋଇଦଲପୁର ଅଞ୍ଚଳରେ ଏକ ଭାଲୁର ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ନଜରକୁ ଆସିଥିଲା । ଏହି କାରଣରୁ ବନବିଭାଗ କର୍ମଚାରୀ ମାନେ ଲୋକଙ୍କ ସୁରକ୍ଷା ପାଇଁ ପହରା ଦେଇଥିବା ଦେଖିବାକୁ ମିଳିିଛି । ଗାଁ ଲୋକଙ୍କୁ ଭାଲୁ ପାଖକୁ ଯିବାକୁ ନ ଦେବା ସହିତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଖବର ଲେଖା ବେଳକୁ ଭାଲୁଟି ଗଛରେ ହିଁ ରହିଛି ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ |

Related posts

ପ୍ର. ସଞ୍ଜୟ ଶତପଥୀଙ୍କୁ ଦେବଗିରି ସମ୍ମାନ, ଯୁବ ସମ୍ମାନ ପାଇବେ ଉଦୀୟମାନ ଯୁବ ଲେଖକ ଡିଲେଶ୍ୱର ରଣା

Sunil Chandra Nayak

ଅଁଳାଯୋଡି ପଞ୍ଚାୟତକୁ ରାସନ୍ ଆଣିବାକୁ ଯାଇ ଟଳି ପଡିଲେ ମହିଳା ହିତାଧିକାରୀ

ବ୍ଲେଡ ମାଡ଼ରେ ଯୁବତୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!