ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ କ୍ରମେ OUTR ର ହେବ ରୂପାନ୍ତର

ଆଜି ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି

ଓଡ଼ିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ୱବିଦ୍ୟାଳୟ(OUTR)ର ହେବ ନବକଳେବର। ପୂର୍ବରୁ ଏହା କଲେଜ ଅଫ ଇଂଜିନିୟରିଂ ଏଣ୍ଡ ଟେକନୋଲୋଜି ବା CET ଭାବରେ ପରିଚିତ ଥିଲା।ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳ ବିକାଶ ଜରିଆରେ ଏହି ଅନୁଷ୍ଠାନ ର ହେବ ରୂପାନ୍ତର।ତିନି ବର୍ଷ ରେ ତିନିଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା କେବଳ ପ୍ରଥମ ବର୍ଷରେ ରୂପାନ୍ତର କାର୍ଯ୍ୟରେ ବିନିଯୋଗ ହେବ ଏକ ହଜାର କୋଟି ଟଙ୍କ IIM, IIT ଓ NIT ଖ୍ୟାତିସମ୍ପନ୍ନ ଅନୁଷ୍ଠାନ ପରି ଏହି ବୈଷୟିକ ଅନୁଷ୍ଠାନ ର ବିକାଶ କରାଯିବ।ଏହି ପରିପ୍ରେକ୍ଷୀରେ ଆଜି OUTRର ବିକାଶ ସମ୍ପର୍କିତ ମାଷ୍ଟର ପ୍ଲାନ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରଛନ୍ତି।ସଂପ୍ରତି OUTR ରେ ୪୬୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଆଗାମୀ ପାଞ୍ଚ ବର୍ଷରେ ଯେପରି ଦଶ ହଜାର ଛାତ୍ରଛାତ୍ରୀ ଶିକ୍ଷା ଲାଭ କରିବାର ସୁଯୋଗ ପାଇପାଇବେ ତାକୁ ଆଖି ଆଗରେ ରଖି IIT ଢାଞ୍ଚାରେ ଏହାର ବିକାଶ କରାଯିବ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ OUTR ର ଭିତ୍ତିଭୂମି,ପରିଚାଳନା ଓ ଶିକ୍ଷାଦାନ ସମ୍ପର୍କରେ ସମୀକ୍ଷା କରିଥିଲେ।ଏହି ବିଶ୍ୱବିଦ୍ୟାଳୟ କୁ ଶିକ୍ଷା ଓ ଗବେଷଣା କ୍ଷତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ଏବଂ ଶିକ୍ଷା ଓ ଗବେଷଣା ର ମାନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।

ଉଚ୍ଚ ମାନର ଶିକ୍ଷା ଦାନ ଉପରେ ଗୁରୁତ୍ୱ ସହ New Age Teqnology ପାଇଁ ନୂଆ ନୂଆ ପାଠ୍ୟକ୍ରମ ଖୋଲାଯାଇ ମାନବ ସମ୍ବଳର ବିକାଶ ତଥା ଆନ୍ତଃ ବିଭାଗୀୟ ଗବେଷଣା କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ପାଇଁ ଅଧିକ Centre of Excellence ମଧ୍ୟ ପ୍ରତିଷ୍ଠା କରାଯିବ।ଏହାଛଡା ଶିକ୍ଷା ଦାନ ଓ ଗବେଷଣା ପାଇଁ ଦେଶ ବିଦେଶର ବିଶ୍ୱବିଦ୍ୟାଳୟ ସହ ମଧ୍ୟ ସହଭାଗୀତାର କାର୍ଯ୍ୟ କରାଯିବ।

ପ୍ରଯୁକ୍ତି ବିଦ୍ୟା ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ Startup Culture କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶ ପାଇଁ ବିଭିନ୍ନ ଅଗ୍ରଣୀ ଶିଳ୍ପାନୁଷ୍ଠାନ ସହଯୋଗିତା ରେ Incubation Centre ମଧ୍ୟ ବିକାଶ କରାଯିବ।ବିଶ୍ୱବିଦ୍ୟାଳୟ ମଧ୍ୟରେ ଗବେଷଣା ସହିତ ଯେପରି ନୂଆ ନୂଆ Patent ଓ ବୌଦ୍ଧିକ ସମ୍ପତ୍ତି ଅଧିକାର ହାସଲ କରାଯାଇ ପାରିବ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।

ସୂଚନାଯୋଗ୍ୟ ଯେ, ନିକଟରେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି. କେ. ପାଣ୍ଡିୟାନ OUTR(CET) ପରିଦର୍ଶନ କରି ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଅନୁଷ୍ଠାନ ର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ବିଶ୍ୱବିଦ୍ୟାଳୟ୧୯୮୧ ମସିହାରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ CET ନାମରେ ପ୍ରତିଷ୍ଠିତ ହୋଇଥିଲା।ଏହା ହେଉଛି ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଯାହା କି NAAC-A ର ମାନ୍ୟତା ହାସଲ କରିଛି।୨୦୨୧ ମସିହାରେ ଏହା ବିଶ୍ୱବିଦ୍ୟାଳୟ ର ମାନ୍ୟତା ପାଇ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ୱବିଦ୍ୟାଳୟ ନାମରେ ନାମିତ ହୋଇଥିଲା।

ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ହେମନ୍ତ ଶର୍ମା OUTR ରୂପାନ୍ତର ସମ୍ପର୍କିତ ଏକ ଉପସ୍ଥାପନା ରଖିଥିବା ବେଳେ ୫ଟି ସଚିବ ଶ୍ରୀ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା,ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେଵ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରପଞ୍ଚ, ସମାଜ ସେବୀ ସହ ଡାକ୍ତରୀ ଦଳ ମେଲକୁନ୍ଦେଲ, ପିଣ୍ତାପଦର ଗ୍ରାମକୁ ଗ୍ରସ୍ତରେ

Sunil Chandra Nayak

ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ୍‌: ରେଳମନ୍ତ୍ରୀ

Sunil Chandra Nayak

ଦୋକାନ କାନ୍ଥ ଭାଙ୍ଗି ମୋବାଇଲ ଚୋରୀ ଘଟଣା, ଦୁଇ ଗିରଫ, ମୋବାଇଲ ଓ ଟଙ୍କା ଜବତ

Sunil Chandra Nayak

Leave a Comment

error: Content is protected !!