ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସୋଳ ମହୋତ୍ସବ ର ୨ୟ ସାଂସ୍କୃତିକ ସଂଧ୍ୟା:ନୃତ୍ୟ ଗୀତ ରେ ଦୁଲୁକିଲା ମଂଚ

ଢ଼େଙ୍କାନାଳ: ଗତ କାଲି ରାସୋଳ ବିକାଶ ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହେଉ ଥିବା ୧୭ ତମ ମହୋତ୍ସବ ର ୨ୟ ସଂଧ୍ୟା ରେ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମହେଶ୍ଵର ନାୟକ ସଭାପତିତ୍ଵ କରିଥଲେ ।ମୁଖ୍ୟ ଅତିଥି ରୂପେ ଓଡ଼ିଶା ର ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ଅଞ୍ଚଳ ର ସାଂସ୍କୃତିକ, ସାରସତ୍ୱ, ବୌଦ୍ଧିକ ଉପରେ ପର୍ଯ୍ୟବେଶିତ କାର୍ଯ୍ୟକ୍ରମ ରେ ବିମୋହିତ ହୋଇ ହିନ୍ଦୋଳ ର ସୁଖ ଶ୍ରୀ ସମୃଦ୍ଧି କାମନା କରି ଥିଲେ । ବିଶିଷ୍ଟ ଅତିଥି ସାଂସଦ ମହେଶ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ, ଉପାଧ୍ୟକ୍ଷ ବରୁଣ ସର, ଜିଲ୍ଲା ପରିଷଦ ସଦସ୍ୟା ଉର୍ମିଳା ବେହେରା, ସ୍ଥାନୀୟ ସରପଂଚ ଦିବାକର ନାୟକ ମଞ୍ଚାସୀନ ହୋଇଥିଲା ବେଳେ ଉକ୍ତ କାର୍ଯ୍ୟକ୍ରମରେ ବହୁ ପଞ୍ଚାୟତ ପ୍ରତିନିଧି ଓ କଳାସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ। ନୃତ୍ୟ ଶିଳ୍ପୀ ମାନଂକ ନିଆରା ନୃତ୍ୟ ପରିବେଷଣ ଦର୍ଶକ ଙ୍କ ମନକୁ ଆକୃଷ୍ଟ କରିଥିଲା

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବିଶ୍ବ ରେଡ଼କ୍ରସ୍ ଦିବସ ପାଳିତ

ବନଲତା ଜାଲି ଙ୍କ କବିତା ମୁଁ ହେବି ନେତ୍ରୀ 

Sunil Chandra Nayak

ଓଡ଼ିଶାର ଷ୍ଟାଫ୍ ନର୍ସ ପାଇବେ ଫୋରେନ୍ସ ନାଇଟିଙ୍ଗେଲ ପୁରସ୍କାର

Leave a Comment

error: Content is protected !!