ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେଣୁ ମାଝୀଙ୍କୁ ନ୍ଯାର୍ଯ୍ଯ ଦାବି ପାଇଁ ଆମ ଆଦମୀ ପାର୍ଟିର ଗଣଧାରଣା ୧୮ ଦିନ ରେ ପହଞ୍ଚିଲା

ନୂଆପଡା :୧୫/୪: ମ.ନି.ସ:- ନୂଆପଡା ଜିଲ୍ଲା  ଖରିଆର୍ ରୋଡ  ସିଏଚସି ଅଧିନରେ ଥିବା ଧରମବନ୍ଧା ନୂଆ ପିଏଚସିରେ କାର୍ଯ୍ଯରତ କଟ୍ରାକଚୂଆଲ ଏ ଏନଏମଙ୍କ ନ୍ଯାର୍ଯ୍ଯ ଦାବିରେ ଆମ ଆଦମୀ ପାଟିର ଜିଲ୍ଲା ମୂଖ୍ଯ କାର୍ଯ୍ଯକର୍ତ୍ତା ଓ ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ଶ୍ରୀ ରଙ୍ଗାଧର ମାଝୀ ଙ୍କ ଆହ୍ଵାନ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ୧୮ ଦିନ ଧରି ଗଣଧାରଣାରେ ହିତେଶ କୁମାର ପାଣ୍ତେ,ପିଣ୍ଟୁ ପାଣ୍ତେ,ଚିନ୍ତା ମଣି କୈବତ୍ତ,ଗୋବିନ୍ଦ ରାଉତ୍, ଦୁର୍ବଳ ମାଝୀ, ବଥୁ ମାଝୀ,ଗୁପ୍ତେଶ୍ବର ପଟେଲ, ଓଙ୍କାର ମାଝୀ, ଫକିର ମାଝୀ ପ୍ରମୁଖ ସାମିଲ ହୋଇଥିବା ବେଳେ ପାର୍ଟିର ଅନ୍ଯାନ୍ଯ ସଭ୍ଯ ସାମିଲଲ ହୋଇଛନ୍ତି। ଯେତେ ଦିନ ପର୍ଯ୍ୟନ୍ତ ରେଣୁ ମାଝୀ ଆଦିବାସୀ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ନ୍ଯାୟ ଯଥା ମେଟେରନିଟୀ ଓ ବେଡ ରେଷ୍ଟ ବାବଦୀୟ ବକେୟା ପାଉଣା ନ ମିଳିଛି ସେତେ ଦିନ ପର୍ଯ୍ୟନ୍ତ ଧାରଣାରେ ବସିବା ପାଇଁ ବାଧ୍ୟ ହେବୁ ବୋଲି ପ୍ରକାଶ କରିଛନ୍ତି। ଯେଉଁ ଅଫିସର ଦୁର୍ନୀତି,ଭ୍ରଷ୍ଟାଚାର, ଶୋଷଣରେ ସଂପୃକ୍ତ ଅଛନ୍ତି ସେହି ମାନଙ୍କୁ ଚାକିରୀରୁ ବହିଷ୍କାର ଓ ଗିରଫ୍ କରିବା ପାଇଁ ଦାବି କରିଛନ୍ତି। ରେଣୁ ମାଝୀଙ୍କୁ ବିଭାଗୀୟ କର୍ମଚାରୀ ମାନେ ବିଭିନ୍ନ ପ୍ରକାର ନିର୍ଯ୍ଯାତନା ଦେଇଆସୁଛନ୍ତି। ଏହାର ପ୍ରତିବାଦରେ ଆମ ଆଦମୀ ପାର୍ଟି ତରଫରୁ ଜୋରଦାର ଭାବରେ ଗଣଧାରଣା ଦିଆଯାଇଛି। ଯେଉଁ ଅଫିସର ଦୁର୍ନୀତି ଭ୍ରଷ୍ଟାଚାର ଓ ଶୋଷଣରେ ସଂପୃକ୍ତ ଅଛନ୍ତି ସେହି ମାନଙ୍କୁ ଚାକିରୀରୁ ବହିଷ୍କାର ଓ ଗିରଫ୍ କରିବା ପାଇଁ ଦାବି କରିଛନ୍ତି। ଯଦିବା ରେଣୁ ମାଝୀ ଙ୍କୁ ନ୍ଯାର୍ଯ୍ଯ ଦାବି ନମିଳେ ତେବେ ଆଗକୁ ଗଣଧାରଣା ଟିକୁ ତୀବ୍ରତର କରାଯିବ ବୋଲି ପାର୍ଟି ପକ୍ଷରୁ ଚେତାବନୀ ଦେଇଛନ୍ତି । ମ.ନି.ସ

Related posts

ତାତି ହୁ ହୁବଢୁଛି କିନ୍ତୁ ଜଳଛତ୍ର ଖୋଲୁନି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବୋଡ଼େନ ବ୍ଲକ ରେ ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପୋଲିଙ୍ଗ ପାର୍ଟିଙ୍କୁ ବୁଥ ପଠାଇବା ବ୍ୟବସ୍ଥା

Sunil Chandra Nayak

Leave a Comment

error: Content is protected !!