ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇଣ୍ଡସ ପବ୍ଲିକ ସ୍କୁଲ କୁନି ଛାତ୍ର ଛାତ୍ରୀ ଙ୍କ ହର ଘର ତ୍ରିରଙ୍ଗା ଅଭିଯାନ

ତେନ୍ତୁଳିଖୁଣ୍ଟି -୧୨/୦୮/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଇଣ୍ଡସ ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ହର ଘର ତ୍ରିରଙ୍ଗା ଅଭିଯାନରେ ସଚେତନତା ରାଲି କରା ଯାଇଛି। ଆଜାଦୀ କୀ ଅମୃତ ମହୋତ୍ସବ ଅବସର ରେ ଦେଶ ର ପ୍ରତିଟି ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ଏହି ଅବସରରେ ଆଜି ଇଣ୍ଡସ ପବ୍ଲିକ ସ୍କୁଲ ଛାତ୍ରୀ ତ୍ରିରଙ୍ଗା ପତାକା ଧରି ବିଦ୍ୟାଳୟ ରୁ ବାହାରି ମେନ ରୋଡ଼ ରୁ ଖାତିଗୁଡା ଗ୍ରାମ ଓ କଲୋନୀ ପରିକ୍ରମା କରି ଥିଲେ। ଖାତିଗୁଡା ଗ୍ରାମରେ ଗ୍ରାମବାସୀଙ୍କୁ ଘର ଉପରେ ତ୍ରିରଙ୍ଗା ଉଡାଇବାକୁ କହିଥିଲେ କୁନି କୁନି ଛାତ୍ର ଛାତ୍ରୀ ବନ୍ଦେ ମାତରମ ଓ ହର ଘର ତ୍ରିରଙ୍ଗା ସ୍ଲୋଗାନ ଦେଇ ସଚେତନତା ବାର୍ତ୍ତା ଦେଇ ଚାଲିଥିଲେ। କୁନି ଛାତ୍ର ଛାତ୍ରୀ ଙ୍କ ଏହି ସଚେତନତା ରାଲି ଦେଖି ବିଭିନ୍ନ ମାନ୍ୟ ଗଣ୍ୟ ବ୍ୟକ୍ତି ସେମାନଙ୍କ ସହ ସେଲ୍ଫି ଉଠାଇବା ଦେଖାଯାଇଛି। ବିଶେଷଭାବେ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଯଶୋବନ୍ତ ବରାଳ,ରସାୟନ ବିଜ୍ଞାନ ଅଧ୍ୟାପକ ରଂଜନ ସ୍ୱାଇଁ,,ଖାତିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଚପଳା ଦେଇ ,ସହକାରୀ ଶିକ୍ଷୟତ୍ରୀ ମମତା ପାଣିଗ୍ରାହୀ,ସମିତି ସଭ୍ୟ ସୁଧୀର ଖୁରା ପ୍ରମୁଖ ବହୁ ବ୍ୟକ୍ତି ସେଲ୍ଫି ଉଠାଇଥିଲେ।ଏହି କାର୍ଯ୍ୟକ୍ରମ ରେ କ୍ଷେତ୍ର ମୋହ ହରିଜନ ,ପ୍ରିୟଦର୍ଶନୀ ସାହୁ,ଶିବାନୀ ବିଶୋଇ,ହିମାଂଶୁ ନାୟକ ଧରିତ୍ରୀ ଓରାମ ,ରାଜଲକ୍ଷ୍ମୀ ହେମ୍ବ୍ରମ ,ସମେତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଦୁଇ ଗାଡି ମୁହାଁମୁହିଁ ଧକ୍କା , ଜଣେ ଗୁରୁତର 

Sunil Chandra Nayak

ଓଡିଶାର ପୂର୍ବତନ ପ୍ରଥମ ବାଚସ୍ପତିଙ୍କ ୧୩୬ତମ ଜନ୍ମ ଦିବସ ପାଳିତ

Sunil Chandra Nayak

କବିତା ସାହୁ  ଙ୍କ କବିତା ସ୍ମୃତି ଏକ ରୂପା ଜହ୍ନ 

Sunil Chandra Nayak

Leave a Comment

error: Content is protected !!