ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହାତ ଠାରି ଡାକେ ମୋ ଗାଁ ମାଟି

 ହାତ ଠାରି ଡାକେ ମୋ ଗାଁ ମାଟି

 

  ଉପେନ୍ଦ୍ର କୁମାର ବସ୍ତିଆ

   
ହାତ ଠାରି ଡାକେ ମୋ ଗାଁଆର ମାଟି 
    ଛଟ ପେଟ ହୁଏ ମନ 
କେମିତି ଭୁଲିବି ମୋ ମାଟି ମାଆକୁ 
    ମୁଁ ପରା ତାହାରି ଧନ ।।
ଦୂର ପ୍ରବାସରୁ ଦିଶିଯାଏ ମୋତେ 
    ମୋ ଜନ୍ମ ଭୂଇଁର ମୁଁହ 
ଭୁଲି ପାରୁନାହିଁ ତା ସ୍ନେହ ମମତା 
    ଭୂଲିବାର କେବେ ନୁହଁ ।।
ଆଖିରେ ନାଚଇ ମୋ ଗାଆଁର ସ୍ମୁତି 
    କେତେ ଦର୍ଶନୀୟ ସ୍ଥାନ 
ଗାଆଁର ପରବ ମେଳା ମଉତ୍ସବ 
    ଅଭୁଲା ଅତୀତ ଦିନ ।।
ଗୁରୁଗୁରୁ ଜନ ଆତ୍ମୀୟ ସ୍ୱଜନ 
    ସାଙ୍ଗସାଥୀ ମୁଁହ ଦିଶେ 
ଯେତେଦୂରେ ଥିଲେ ମୋ ଗାଆଁକୁ ଝୁରେ 
    ଆଖିରେ ମୋ ଲୁହ ଆସେ ।। 
ଯେଉଁ ମାଟିରେ ମୋ ଏଣ୍ଟୁଡ଼ି ଜଳିଚ୍ଛି 
    ସବୁତ ତାହାରି ଦାନ 
ସେ ମାଟି ମାଆର ସ୍ନେହ ବନ୍ଧନକୁ
    ଝୁରେ ତାକୁ ନିଶିଦିନ ।।

     ରାଉରକେଲା

Related posts

କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ 

masiha

କାର୍ତ୍ତିକ ବାଘ ଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

Sunil Chandra Nayak

ମମତା ସାହୁ ଙ୍କ କବିତା ପିତୃପକ୍ଷ

Sunil Chandra Nayak

Leave a Comment

error: Content is protected !!