ହାତ ଠାରି ଡାକେ ମୋ ଗାଁ ମାଟି
ଉପେନ୍ଦ୍ର କୁମାର ବସ୍ତିଆ
ହାତ ଠାରି ଡାକେ ମୋ ଗାଁଆର ମାଟି
ଛଟ ପେଟ ହୁଏ ମନ
କେମିତି ଭୁଲିବି ମୋ ମାଟି ମାଆକୁ
ମୁଁ ପରା ତାହାରି ଧନ ।।
ଦୂର ପ୍ରବାସରୁ ଦିଶିଯାଏ ମୋତେ
ମୋ ଜନ୍ମ ଭୂଇଁର ମୁଁହ
ଭୁଲି ପାରୁନାହିଁ ତା ସ୍ନେହ ମମତା
ଭୂଲିବାର କେବେ ନୁହଁ ।।
ଆଖିରେ ନାଚଇ ମୋ ଗାଆଁର ସ୍ମୁତି
କେତେ ଦର୍ଶନୀୟ ସ୍ଥାନ
ଗାଆଁର ପରବ ମେଳା ମଉତ୍ସବ
ଅଭୁଲା ଅତୀତ ଦିନ ।।
ଗୁରୁଗୁରୁ ଜନ ଆତ୍ମୀୟ ସ୍ୱଜନ
ସାଙ୍ଗସାଥୀ ମୁଁହ ଦିଶେ
ଯେତେଦୂରେ ଥିଲେ ମୋ ଗାଆଁକୁ ଝୁରେ
ଆଖିରେ ମୋ ଲୁହ ଆସେ ।।
ଯେଉଁ ମାଟିରେ ମୋ ଏଣ୍ଟୁଡ଼ି ଜଳିଚ୍ଛି
ସବୁତ ତାହାରି ଦାନ
ସେ ମାଟି ମାଆର ସ୍ନେହ ବନ୍ଧନକୁ
ଝୁରେ ତାକୁ ନିଶିଦିନ ।।
ରାଉରକେଲା