ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ

ଢେ଼ଙ୍କାନାଳ:(ମସୀହା)୦୪-୧୧_ଆଜି “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ବାରିହାପୁର ମହାବିଦ୍ୟାଳୟ ର ସୌନ୍ଦର୍ଯ୍ୟ କରଣ ପାଇଁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ପରଜଙ୍ଗ ୦୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ, ବାରିହାପୁର କଲେଜର ଅଧ୍ୟକ୍ଷ ନରେନ୍ଦ୍ର କୁମାର ପଣ୍ଡା ଯୋଗଦାନ ଦେଇ କହିଥିଲେ, ଧୂଳି ଧୂଆଁ ପ୍ରଦୂଷଣ ନିୟନ୍ତ୍ରଣ ରୋକିବା ପାଇଁ ଆମେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ ହୋଇ ପଡିଅଛି l ବୃକ୍ଷ ରୋପଣ କରିବା ଦ୍ୱାରା ଆମ ପରିବେଶ ସବୁଜ ସୁନ୍ଦର ହେବା ସହ ଆମେ ମଧ୍ୟ ଶାନ୍ତି ରେ ନିଶ୍ୱାସ ନେଇ ପାରିବା ଏହା ସହ ଆମ ପରିବେଶ କୁ ମଧ୍ୟ ସ୍ୱଚ୍ଛତା ରଖିବା ନିହାତି ଜରୁରୀ, ଆମ କଲେଜ ର ଚତୁଃପାର୍ଶ୍ବରେ ରେ ଆମେ କେବେ ଅଳିଆ ଆବର୍ଜନା ହେବା ପାଇଁ କେବେ ଦେବା ନାହିଁ, ଆମେ ସବୁବେଳେ ସଫେଇ କରି ଆମ ପରିବେଶ କୁ ସ୍ୱଚ୍ଛତା ରଖିବା ପାଇଁ ମତବ୍ୟକ୍ତ କରିଥିଲେ lଆଜିର ଏହି କାର୍ଯ୍ୟକ୍ରମ ରେ ବାରିହାପୁର କଲେଜର ଅଧ୍ୟାପକ ସାରଦା ପ୍ରସନ୍ନ କବି,ପ୍ରତାପ ସାହୁ, ପ୍ରଶାନ୍ତ କୁମାର ନାୟକ, ପିଅନ କବିବର ସାହୁ, ଯୋଗେଶ୍ୱର ବିଶ୍ୱାଳ, ବସନ୍ତ ବିଶ୍ୱାଳ, ଯୁବଶକ୍ତିର ଜ୍ଞାନ ରଞ୍ଜନ ସାହୁ, ସୁରେଶ ସାହୁ, ରଞ୍ଜିତ ସାହୁ, ଏବଂ କଲେଜର ସମସ୍ତ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ବିଶ୍ୱ ମାତୃଦିବସ ଅବସରରେ

ଏକତା ଗୃପର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ

Sunil Chandra Nayak

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ନେହେନା ୨୫ତମ ପ୍ରତିଷ୍ଠା ଦିବସ ପାଳିତ

Leave a Comment

error: Content is protected !!