ମାଆର ମହନୀୟତା
ମାମି ପାତ୍ର
ମାଆ ଏମିତି ଏକ ଶଦ୍ଦ ତାହାର କେହି ତୁଳନା କରିପାରିବେ ନାହିଁ। ତାର ଯେପରି ତ୍ୟାଗ ତା ଆଗରେ ମୁଣ୍ଡ ଆପେ ଆପେ ନଇଯାଏ। କେବେ କିଛି କହିପାରେ ନାହିଁ। ସେ ଯନ୍ତ୍ରଣା କୁ ଛାତି ରେ ଚାପିରଖି ତା ପରିବାରର ଖୁସି ପାଇଁ ନିଜକୁ ଦୀପର ସଳିତା ପରି ଜଳିଚାଲେ । କେବେ କିଛି ପ୍ରତିବାଦ କରେ ନାହିଁ।ଏବଂ କାହାରି ପ୍ରତି ଅବହେଳା କରେନାହିଁ। ତାର ମନର ଯନ୍ତ୍ରଣା ମନଭିତରେ ସାଇତି ରଖେ। ନିଜକୁ ଜଳାଞ୍ଜଳି ଦେଇଥାଏ ଆଉ ନିଜର। ପିଲାମାନଙ୍କୁ ମଣିଷ କରିବା ପାଇଁ ଦରକାର ପଡିଲେ ଅନ୍ୟ ଘରେ କାମଦାମ କରିବାକୁ ପଡିଥାଏ। ସବୁବେଳେ ଆଖି ଆଗରେ ରଖିଥାଏ ମୋ ପିଲାମାନେ କେମିତି ମଣିଷ ଟିଏ ହେବେ ।ବଡ଼ ଅଫିସର ହେବେ। ଅଭାବ ଅସୁବିଧା ରୁ କେମିତି ଦୂରରେ ରହିବେ।
ଗୋଟିଏ ଛୋଟିଆ କାହାଣୀ ଟିଏ
ଗୋଟିଏ ପରିବାରରେ ଚାରିଜଣ ସଦସ୍ୟ ଥାଆନ୍ତି। ବାପା ମାଆ ଗୋଟିଏ ପୁଅଆଉ ଗୋଟିଏ ଝିଅ ଏମାନଙ୍କୁ ନେଇ ଗୋଟିଏ ଛୋଟ ପରିବାର । ଘରର ଆର୍ଥିକ ସ୍ଥିତି ବହୁତ ଖରାପ ଥାଏ । ପିଲାମାନେ ଛୋଟ ଛୋଟ ହୋଇଥାନ୍ତି। ସମସ୍ତେ ଏକାଠି ହୋଇ ଖାଆନ୍ତି ଶୋଇଥାନ୍ତି ।ସମସ୍ତେ ଶୋଇଥିବା ସମୟରେ ତା ବାପା ରାତିରୁ ଉଠି କାହାରିକୁ କିଛି ନକହି କୁଆଡେ ପଳେଇଗଲେ ଜାଣିପାରିଲେ ନାହିଁ। ସକାଳ ହେଲା ପିଲାମାନେ ବାପା ବାପା ଡାକ ପକେଇଲେ । ହେଲେ ବାପାର କିଛି ଉତ୍ତର ଆସିଲା ନାହିଁ । ଖୋଜିଲେ ଘରେ ହେଲେ ବାପାଙ୍କୁ ପାଇଲେ ନାହିଁ। ପିଲାମାନେ ଯାଇ ମାଆ କୁ କହିଲେ “ମାଆ ମାଆ ” ବାପା କୁଆଡେ ଗଲେ ଆମେ କେତେ ଖୋଜିଲୁଣୁ ହେଲେ ପାଉନାହୁଁ। ମାଆ ତୁ ଉଠୁ ଆଉ ଯାଆ ବାପାଙ୍କୁ କହିବୁ ଆମକୁ ନେଇ ଟ୍ୟୁସନରେ ଛାଡିଦେଇ ଆସିବେ। ମାଆ ଉତ୍ତର ହଉ ଯାଉଛି ତୋ ବାପାଙ୍କୁ ଡାକେ । ତମକୁ ନେଇ ଟ୍ୟୁସନ ରେ ଛାଡିଦେବେ ଏହା କହି ମାଆ ତାଙ୍କର ଖୋଜିବାକୁ ଗଲେ ଚାରିଆଡେ ଖୋଜିଲେ ହେଲେ ପାଇଲେ ନାହିଁ । ନିରାଶ ହୋଇ ପଡୁଥାନ୍ତି। ତଥାପି ମନର ଧମ୍ଭଧରି ଖୋଜିବାକୁ ଲାଗିଥାନ୍ତି। ହେଲେ ପାଉନାହାନ୍ତି। ଏପଟେ ପିଲାମାନେ ବ୍ୟସ୍ତବିବ୍ରତ ହୋଇପଡୁଥାନ୍ତି। କୁଆଡେ ଗଲେ ଆମ ବାପା। ଏହା କହି ମାଆ ପାଖକୁ ଗଲେ ଆଉ କହିଲେ ମାଆ ବାପାଙ୍କୁ ପାଇଲୁ ।ମାଆ ଉତ୍ତର ଦେଇଥାଏ।।ନାରେ ତ ବାପାଙ୍କଙ ଚାରିଆଡେ ଖୋଜିଲି ହେଲେ ପାଇଲି ନାହିଁ। ହଉ ହଉ ଠିକ୍ ଅଛି ତମେ ଦୁହେଁ ଟ୍ୟୁସନ ଚାଲିଯାଅ। ଏହା କହି ପିଲାମାନଙ୍କୁ ପାଠ ପଢିବା ପାଇଁ ଟ୍ୟୁସନ ପଠେଇଦେଲା ।ପିଲାଦୁହେଁ ଯାଇସାରିବା ପରେ ଘରେ ବସି ଏକୁଟିଆ କାନ୍ଦିବାକୁ ଲାଗିଲା । ହେଲେ ତା କାନ୍ଦ କାହାକୁ ଦେଖା ଯାଉଛି । ସମସ୍ତେ ଟାହିଟାପରା କରିବାକୁ ଲାଗିଲେ।
ହେଲେ କିଛି କହୁନଥାଏ ଜଡ଼ ପାଲଟି ଯାଇଥାଏ। ପିଲାମାନେ ଟ୍ୟୁସନ ରୁ ଫେରି ପଚାରିଲେ ମାଆ ବାପା ଆସିଲେଣି ମାଆ କଣ ବା ଉତ୍ତର ଦେବ?ହଁ ତ ବାପା ଘରକୁ ଆସି ଗାଧୋଇ ପିଧେଇ ବାହାରକୁ ଯାଇଛନ୍ତି। ତମେ ଯାଅ ଦୁହେଁ ଗାଧୋଇବ । କଣ ଟିକିଏ ଖାଇଦେଇ ସ୍କୁଲକୁ ଯିବ।ଏହା କହି ପିଲାମାନଙ୍କୁ ସ୍କୁଲକୁ ପଠେଇଦିଏ। ଏମିତି କିଛି ଦିନ ଗଲାପରେ ଦେଖିଲେ ତା ବାପା ଆଉ ଘରକୁ ଫେରିଲେନି।
ଦିନେ ତା ମାଆ ବିଛଣା ଝାଡୁ ଝାଡୁ ଚିଠି ଟିଏ ପାଇଲା। ଚିଠିଟି ଥିଲା ତା ବାପାଙ୍କର ସେଥିରେ ଲେଖା ଥିଲା ମୁଁ ସବୁ ଦିନପାଇଁ ଘର ଛାଡି ଯାଉଛି ।ତୁ ମୋତେ କେବେ ଆଉ ଖୋଜିବୁନି ପିଲାମାନେ ତୋ ଦାୟିତ୍ୱରେ ରହିଲେ। ତୁ କେବେ କହିବୁନି ତମ ବାପା ଘର ଛାଡି ଚାଲିଯାଇଛନ୍ତି ବୋଲି। ପଚାରିଲେ କହିବୁ ବାପା କାମ କରିବା ପାଇଁ ସହରକୁ ଯାଇଛନ୍ତି। ସେ ଫେରିଆସିବେ।ତୁ ଯେତେ ଯାହା ହେଲେ ବି ପିଲାମାନଙ୍କୁ କିଛି କହି ବୁନି। ଯଦି କେବେ କହିଥାଉ ତାହାଲେ ତୋ ସ୍ୱାମୀ ର ମୁଣ୍ଡ ଖାଇବୁ। ଏ ଚିଠି କୁ କେବେ ବି ଦେଖେଇବୁ ନାହିଁ। ଚିରିକି ଫୋପାଡ଼ି ଦେବୁ। ଏଚିଠିରୁ ଯେତେବେଳେ ଏସବୁ ଲେଖାଯାଇଥିବାର ପଢିଲା ।ସେତେବେଳେ ତା ପାଦ ତଳୁ ମାଟି ଖସିଗଲା।ମୁଣ୍ଡରେ ଚଡକ ପଡିଲା କଣ କରିବ ବୋଲି ଭାବୁଥାଏ?କିଛି ଚିନ୍ତା କରିପାରେନି ଏମିତି କିଛି ଦିନ ବିତିଗଲା ପିଲାଦୁହେଁ ଧିରେ ଧିରେ ବଡ ହେବାକୁ ଲାଗିଲେ। ସବୁବେଳେ ତାର ବାପଙ୍କକଥା ପିଲାମାନେ ପଚାରିଲେ ମାଆ ତା’ର ଇୟାଡୁ ସିୟାଡୁ କହି ଭୂଲେଇ ଦିଏ। ହେଲେ କଣ କରିବ ଯେ ଆଉ ? ଧିରେ ଧିରେ ପୁଅ ତା’ର ବଡ ହେବାକୁ ଲାଗିଲା ବାରମ୍ବାର ବାରମ୍ବାର ମାଆର ଏପରି କଥା ଶୁଣି ତାକୁ ବିରକ୍ତି ଭାବନା ଆସିଯାଏ ଆଉ ତା ମାଆ ଉପରେ ବହୁତ ରାଗିଯାଏ। ହେଲେ ପିଲାମାନଙ୍କୁ ମଣିଷ କରିବା ପାଇଁ ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଗୋଟିଏ ଚା ଦୋକାନ ଟିଏ କଲା।ଚା ବିକ୍ରି କରି ସେଥିରୁ ଯେତିକି ପଇସା ଆସେ ସେ ତା ପୁଅଝିଅ ଙ୍କର ପାଠ ପଢା ଖର୍ଚ୍ଚ ତୁଲାଏ। ଆଉ ଘର ଖର୍ଚ୍ଚ କରେ।
ଦିନେ ପୁଅର ସ୍କୁଲରେ ଫଙ୍କସନ୍ ହେଉଥାଏ।ପୁଅର ଫଙ୍କସନ୍ ଦେଖିବା ପାଇଁ କେତେ ଖୁସି ହୋଇ ବାହାରିଗଲା ତାଙ୍କ ସ୍କୁଲକୁ । ସେପଟେ ସ୍କୁଲରେ ଛିଡା ହୋଇଛି ତା’ର ମାଆ ।ତା’ର ମାଆକୁ ଦେଖି ବହୁତ ରାଗିଗଲା।ଆଉ ପଚାରିଲା ତୁ କୁଆଡେ ଆସିଛୁ।ମାଆ ସେଇଠୁ ଉତ୍ତର ଦେଲା “ଆରେ ବାବା ତମ ସ୍କୁଲକୁ ଆସିଛି ।ତୋର ଫଙ୍କସନ୍ ଦେଖିବାକୁ । ଆରେ ବାବା ମୁଁ ତମ ସ୍କୁଲକୁ ଆସିଛି କଣ ତୁ ଖୁସି ନୁହଁ । ପୁଅ ସେଇଠୁ କହିଲା ନା ମୁଁ ଖୁସି ନୁହଁ । ତୁ ଏଠୁ ଶୀଘ୍ର ଚାଲିଯା।ମୋର ଏଠି ଇଏମଜ୍ ନଷ୍ଟ ହେଉଛି ।ତୁ
କିବେଶ ହୋଇ ଆସିଛୁ ଏଠିକି ଦେଖ ଟିକିଏ ନିଜକୁ ।
ଯାଆ ଏଠୁ ସେଠାରୁ ମନ ଦୁଃଖ ରେ ଚାଲିଆସିଲା ଆଉ ଏକୁଟିଆ ବସି କାନ୍ଦିବାକୁ ଲାଗିଲା । ସେପଟୁ ତା ଝିଅ ଆସି ପଚାରିଲା କଣ ହେଇଛି ମାଆ କାନ୍ଦୁଛୁ କାହିଁକି କି ? ମାଆଟି ଉତ୍ତର ଦେଲା ନା ଲୋ ମାଆ ତୁ ଖେଳିବୁ ମୋର କିଛି ହେଇନି ଆଖିରୁ ଗୋଟାଏ ପୋକ ପଡିଗଲା ତାକୁ ଦଳି ଦେଲି ତ ସେଥିପାଇଁ ଆଖିରୁ ଲୁହ ବାହାରି ଆସିଲା । ତୁ ଯାଆ! ଝିଅ ପିଠିରେ ଓହଳି ହୋଇ କହିଲା ମାଆ ମୁଁ ଯାଉଛି ଖେଳିବାକୁ। ଦିନେପୁଅ ଝିଅ ମାନେ ବଡ ହେଇଗଲେ ପୁଅ ପଢିବାକୁ ବାହାରକୁ ଗଲା । ହେଲେ ଝିଅ ଆଉ ପାଠ ପଢିଲା ନାହିଁ ଦେଖିଲା ତାର ମାଆ ଏପରି ଅବସ୍ଥା ସେ ବା ଏତେ ପଇସା କଉଠୁ ଆଣିବ ମୋତେ ପାଠ ପଢେଇବ ।ତା ମାଆକୁ କହିଲା ମାଆ ମୁଁ ଆଉ ପାଠ ପଢିବିନି ତୁ ଭାଇକୁ ପାଠ ପଢା ।ଭାଇ ପାଠ ପଢି ବଡ ଅଫିସର ହେବ ଆଉ ଆମକଙ ନେଇ ତା ପାଖରେ ରଖିବ। ଆମ ସବୁ ଦୁଃଖ ଦୂର ହେଇଯିବ । ଏହା କହି ଝିଅଟିର ମନଭିତରେ କୋହକୁ ଚାପି ରଖି ଉପରେ ହସି ଦେଇ ଚାଲିଗଲା। ପୁଅଟି ବାହାରେ ରହି ପାଠ ପଢିଲା ପାଠ ପଢିବା ପାଇଁ ଯେତେ ଖର୍ଚ୍ଚ ହେଉଥାଏ ସବୁ ଦେଉଥାଏ । ସବୁ ଜମିବାଡ଼ି ବନ୍ଧାବିକ୍ରି କରି ତାକୁ ପାଠ ପଢେଇବାରେ ଲାଗିଲା। କେବଳ ଥାଏ ଛୋଟ ଖଣ୍ଡିଏ ଘରଡିହ ତାକୁ ବିକ୍ରି କରିଦେଲେ ରହିବେ ବା କେଉଁଠି ?ପାଖରେ ଥାଏ ବଢିଲା ଝିଅ ଟିଏ ତାକୁ ନେଇ କଉଠି ବା ରହିବେ। ଏକଥା ଭାବି ଭାବି ରୋଗାଗ୍ରସ୍ତରେ ପଡିଲେ ତଥାପି ସେ ପୁଅକୁ ପାଠ ପଢେଇବା ପାଇଁ ଜୋସ୍ ରେ ଲାଗିଥାଏ। ପୁଅର ଶେଷବର୍ଷ ପରୀକ୍ଷା ଦେବାପାଇଁ ତା ମାଆ ପାଖକୁ ଫୋନ କଲା । କହିଲା ମୋର ଏଇଟା ଶେଷ ବର୍ଷ ପରୀକ୍ଷା ଦେବି ତୁ ମୋତେ ଟଙ୍କା ଦେ ।ତୁ ଟଙ୍କା ନଦେଲେ ମୁଁ ପରୀକ୍ଷା ଦେବିନି । ତାର ମାଆ କହିଲା ହଉ ଠିକ୍ ଅଛି ମୁଁ ତୋ ପାଖକୁ ଟଙ୍କା ପଠେଇଦେବି ଏହା କହି ଫୋନ ରଖିଦେଲା। ମାଆର ମୁଣ୍ଡରେ ବଜ୍ର ପଡିଥାଏ ଏତେ ଗୁଡାକ ଟଙ୍କା କଉଠୁ ଆଣିବି। ଯାହା ଥିଲା ସବୁ ବିକ୍ରି କରିଦେଇ ସାରିଛି ମୋ ପାଖରେ ଆଉ କିଛି ନାହିଁ କଉଠୁ ଏତେ ଟଙ୍କା ଆଣିବି ।
ଏକଥା ଭାବୁଥାଏ । କଣ କରିବ ? ପାଖ ପଡୋଶୀ ଘରକୁ ଯାଇ ଥାଏ। ଦୁଃଖ ସୁଖ ସବୁ ହୁଅନ୍ତି। ପୁଅର ପରୀକ୍ଷା ଫିସ୍ ଦେବାକୁ ମୋ ପାଖରେ ଆଉ ସମ୍ଭଳ ନାହିଁ କଉଠୁ ଆଣିବି ।ଏହା କହି ମନସ୍ଥାପରେ ବସିଥାଏ। ସେହି ସମୟରେ ଜଣେ ପେପର ବାଲା ପେପର ଆଣି ପେପର ଦେଲା । ଆଉ ସଙ୍ଗେ ସଙ୍ଗେ ପେପର ପଢୁପଢୁ ନଜର ପଡିଲି।ଗୋଟିଏ ଆଡ୍ଭାଟାଇଜ୍ ମେଣ୍ଟ ଉପରେ ଦେଖିଲା ସେଥିରେ ଲେଖା ହୋଇଛି ଯିଏ ପୁଅକୁ କିଡ୍ନୀ ଦେବ ତାକୁ ଏକ ଲକ୍ଷ ପୁରଷ୍କାର ଦେବି। ସେହି ଆଡ୍ଭାଟାଇଜ୍ ମେଣ୍ଟକୁ ଦେଖି ତାର ଠିକଣା ନେଇ ଗଲା ସେହି ଜାଗାକୁ ଏବଂ ସେହି ଲୋକ ସହିତ ଭେଟ ହେଲା ଯିଏକି ଆଡ୍ଭାଟାଇଜ୍ ଦେଇଥିଲା। ତାକୁ ଯାଇ କହିଲା ସାର୍ ମୁଁ ଆପଣଙ୍କ ପୁଅକୁ କିଡନୀ ଦେବି।ଆପଣ ମୋତେ ଲକ୍ଷେ ଟଙ୍କା ଦେବ ତ ? କାରଣ ଏହି ଟଙ୍କା ନେଲେ ମୋ ପୁଅର ଭବିଷ୍ୟତ କଥା ତା ର ପରୀକ୍ଷା ଦେଇପାରିବ। ଶେଷରେ କିଡନୀ ବିକ୍ରି କରି ଟଙ୍କା ଆଣି ତାର ପୁଅ ପାଖକୁ ପଠେଇଲା ଶେଷରେ ପରୀକ୍ଷା ଦେଇ ଉର୍ତ୍ତୀନ ହେଲା। ଏବଂ ଚାକିରୀ ପାଇଁ ଫର୍ମ ପକେଇଲା ସେଥିରେ ମଧ୍ୟ ପାସ୍ କଲା। ବଡ ଚାକିରୀ କଲା ବାହାରେ ରହିଲା ଜଗା ବାଡ଼ି ଗାଡି ବେଙ୍କ୍ ବାଲାନସ୍ ରେ ଭରପୂ ର ହୋଇଗଲା । ଶେଷରେ ମାଆ ପଚାରିଲାନାହିଁ। ମାଆ ପାଖରେ ଝିଅଟି ଥାଏ କେମିତି ତାର ବାହାଘର କରିବ ।ସେ ଚିନ୍ତାରେ ବ୍ୟସ୍ତବିବ୍ରତ ହୋଇ ପଡୁଲା । ଶେଷରେ ପୁଅକୁ ଫୋନ କରି କହିଲା ତୋ ତ ଭଉଣୀ ବାହାଘର କରିବୁନି କି ?ତୁଆସିକି ତୋ ଭଉଣୀ ବାହାଘର କରିଦେଇ ଯାଆ। ପୁଅ ଉତ୍ତର ଦେଲା ମୋର ଛୁଟି ନାହିଁ ମୁଁ ଯାଇପାରିବିନି ତୁ ତା ବାହାଘର କରିଦେ ।ମାଆ କହିଲା ତୁ ନଆସିଲେ କେମିତି ହେବ ।ଏଇଟା କଣ ସମ୍ଭବ । ପୁଅ ହଁ ସବୁ ସମ୍ଭବ। ମାଆ କହିଲା।ହଉ ଠିକ୍ ଅଛି ତୁ ଟଙ୍କା ଦେ ତାର ବାହାଘର କରିଦେବି।
ପୁଅ ଉତ୍ତର ଦେଲା ମୋ ପାଖରେ ଟଙ୍କା ନାହିଁ ମୁଁ ଦେଇପାରିବିନି ତୁ ତୋର କଉଠୁ ଆଣିକି କର।ପୁଅର ଏଭଳି କଥା ଶୁଣି ମୁଣ୍ଡରେ ଚଡକ ପଡିଗଲା ଝିଅ ବିବାଘର କରିବା ପାଇଁ କଉଠୁ ଆଣିବି ଏତେ ଗୋଡାକ ଟଙ୍କା । ଶେଷରେ ମାଆଟି ତାର ଘର ଘର ବୁଲି ମାଗିଜାଚି ଆଣି ଝିଅ ଟିକୁ ଭଲ ଘରେ ବହାଘର କଲା ଶେଷ ରହିଲା କଣ ତା ମାଆ ପାଖରେ ଖାଲି ଆଖିର ଲୁହ, କଷ୍ଟ ,ଯନ୍ତ୍ରଣା ଏସବକୁ ନେଇ ବଞ୍ଚିବାକୁ ଲାଗିଲା । ଦିନେ ବିଦେଶରୁ ପୁଅ ଫେରିଥାଏ ଗାଁ କୁ ଆସି ଦେଖେ ତ ତା ମାଆଟି ଦାଣ୍ଡ ଦୁଆରେ ବସିଛି ପୁଅ ଆସିବା ଖବର ଜାଣି ସଙ୍ଗେ ସଙ୍ଗେ ତା ପଣତର ମୁହଁ ପୋଛିବାକୁ ଦୌଡିଗଲା । ବାବାଲୋ ମୋ ଧନ ସୁଖିଯାଇଛି କଳା କାଠ ପଡିଯାଇଛି ଏକହି ପଣତରେ ମୁହଁକୁ ପୋଛିଲେ ଗଲା।ଲୁଗା କାନିକୁ ଧରି ମୁହଁ ପୋଛିବାକୁ ଯିବା ସମୟରେ ପୁଅଟି ତାର ମାଆ ହାତକୁ ଛାଟିଦେଲା । କହିଲା ତୁ ଏଠୁ ଯାଆ ଜଲଦି ତୁ ଭାରି ଗନ୍ଦଉଛୁ ଭାରି ଅପରିଷ୍କାର ଦେଖାଯାଉଛୁ। ତୁହାତରୁ ମୁଁ ଖାଇବିନି ତୁ ମୋପାଖରୁ ଦୂରେଇକି ରହ । ଆସିବୁନି ଏହା କହି ମାଆକୁ ତାର ତାତ୍ସଲ୍ୟ ବ୍ୟବହାର କଲା। ମାଆଟି ତା ର ମନ ଦୁଃଖରେ ପଳେଇଗଲା। କିଛି ଦିନଗଲାପରେ ପୁଅଟି ତାର ସ୍ୱଇଚ୍ଚାରେ ବିବାହ କରି ବୋହଚଟିଏ ଆଣିଲା। ଯେତେବେଳେ ବୋହୂ ଟି ଶାଶୁ ର ସେବା କରିବାକୁ ଯାଇଥାଏ । ସେତେବେଳେ ପୁଅ ତା ସ୍ତ୍ରୀକୁ ବିରୋଧ କରେ୍ ତୁ ତାର କିଛି ସେବା କରିବୁନି କି ଏଘର ସବୁ କାମ କରିବୁନି । ମୋ ମାଆ ଘରର ସବୁ କାମ କରିବ । ସେ କଣ ଏଠି ବସିକି ଖାଇବ ଏକଥା ବୋହୂକୁ କହିଲା। ଚାକରାଣୀ ପରି ମାଆ କଙ ମଧ୍ଯ ଖଟେଇବାକୁ ଲାଗିଲା। ଦିନେ ତାର ଦେହର ଯନ୍ତ୍ରଣା ବହୁତ ଜୋର ରେ ହେଉଥାଏ । ପୁଅକୁ ମାଗିଲା କହିଲା ବାବାରେ ମୋତେ କିଛି ଟଙ୍କା ଦେଇପାରିବୁ ।ଡାକ୍ତରପାଖକୁ ଯିବି । ମୋ ଦେହଟା କାହିଁକି ବହୁତ ଯୋରେ ଯନ୍ତ୍ରଣା ହେଉଛି ସହିପାରୁନାହିଁ। ପୁଅ ସେଇଠୁ ଉତ୍ତର ଦେଲା ନାହିଁ ମୋ ପାଖରେ ପଇସା ।
ତୁ ଏଠୁ ଯାଆ ଜଲଦି।ବହୁତ ତାତ୍ସଲ୍ୟ ବ୍ୟବହାର କରୁଥାଏ ପୁଅଟି ତାର। ଏମିତି ବାରବାର ଧିକ୍କାର କରେ । ଦିନେ ତା ମାଆକୁ କହିଲା ତୁ ମୋତେ ବହୁତ ହଇରାଣ କରୁଛୁ ଚାଲ ତତେ ନେଇ ବୃଦ୍ଧାଶ୍ରମରେ ଛାଡିଦେବି ଏହା କହି ତାକୁ ବୃଦ୍ଧାଶ୍ରମରେ ଛାଡିଦେଇ ଆସିଥାଏ । ଦିନେ ତାର ପ୍ରବଳ ଯନ୍ତ୍ରଣା ହେଉଥାଏ। ଚିତ୍କାର କରୁଥାଏ କାନ୍ଦି କାନ୍ଦି ଗଡିଯାଏ ଆଉ ଖୋଜି ବୁଲେ କେହି ଜଣେ ସାହାରା ହେବା ପାଇଁ। ହେଲେ ଶେଷରେ ବେସାହାରା ହୁଇଯାଏ ଖୋଜିଲେବି ପାଏ ନାହିଁ ସ୍ନେହ ପ୍ରେମ ପୁଅର ଭଲପାଇବା ଝୁରି ଝୁରି ଚାଲିଯାଏ ଆରପାରିକୁ। ଯିବାବେଳେ କହିଦେଇଯାଏ।ବାବାରେ ଭଲରେ ରହ ,ଖୁସିରେ ରହ।ଭଲ ମଣିଷଟେ ହେଇକି ରହ। ଏତିକି କହି ଶେଷ ନିଶ୍ୱାସ ତ୍ୟାଗ କରିଥାଏ।
ମାମି ପାତ୍ର ତିହିଡି, ଭଦ୍ରକ