ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷାନଗର କୁ ଜିଲ୍ଲା, ପରଜଙ୍ଗ କୁ ଉପଖଣ୍ଡ ଓ ଏନ୍ ଏ ସି ରୂପେ ଗଠନ କରିବାକୁ ଦାବୀ

କାମାକ୍ଷନଗରର (ମସିହା):ପରଜଙ୍ଗ ବ୍ଲକ୍ ପଞ୍ଚାୟତର ଲୋକ ପ୍ରତିନିଧି , ବୁଦ୍ଧିଜୀବୀ ଓ ଜନ ସାଧାରଣ ଏକ ଶୋଭାଯାତ୍ରା ରେ ସାମିଲ୍ ହୋଇ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ।କାମାକ୍ଷନଗରର କୁ ଜିଲ୍ଲା, ପରଜଙ୍ଗ ବ୍ଲକ୍ କୁ ଉପଖଣ୍ଡ ଓ ଏନ୍ ଏ ସି ଗଠନ କରିବା ଦାବି ନେଇ ତହସିଲଦାର ଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଥିଲେ।ସୁଚନା ଅନୁଯାୟୀ ସ୍ଵାଧୀନତାପ୍ରାପ୍ତି ପୁର୍ବରୁ ଏବଂ ପରେ ପରଜଙ୍ଗ ଏକ ଉପଖଣ୍ଡ ଭାବେ ପରିଚିତ ହେଉଥିଲା।ପରେ ଏହାକୁ କାମାକ୍ଷାନଗର ସହ ଯୋଡ଼ି ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଏବେ କାମାକ୍ଷାନଗର ର ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲା ଭାବେ ଓ ପରଜଙ୍ଗ , ଓ କଙ୍କଡ଼ା ହାଡ ବ୍ଲକ୍ କୁ ମିଶାଇ ଉପଖଣ୍ଡ ରୂପେ ତତ୍ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଗଠନ କରିବା କୁ ଦାବୀ ହେଉଛି lଏହି ଶୋଭାଯାତ୍ରାରେ ପରଜଙ୍ଗ ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୁର୍ଯୋଧନ ସାହୁ ପ୍ରମୁଖ ଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି , ଜନସାଧାରଣ ସାମିଲ ହୋଇ ଶୋଭାଯାତ୍ରା କୁ ସଫଳ କରିଥିଲେ l

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଦୀର୍ଘ  ୩୦ ବର୍ଷ କାଳ ବାସନ୍ଦ ଜୀବନ ଯାପନ କରୁଛନ୍ତି କଦମା ମାଝୀ

ଅବକାରୀ ବିଭାଗ ଦ୍ୱାରା ସୁଦୃକୁମ୍ପା ଅଞ୍ଚଳ ରୁ ୮କୁଇଣ୍ଟାଲ ମହୁଲ ଫୁଲ ଜବତ

Sunil Chandra Nayak

କଲେଜ ସ୍ୱର୍ଣ୍ଣ ଜୟନ୍ତୀ ପାଳନର ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ

Sunil Chandra Nayak

Leave a Comment

error: Content is protected !!