କାମାକ୍ଷନଗରର (ମସିହା):ପରଜଙ୍ଗ ବ୍ଲକ୍ ପଞ୍ଚାୟତର ଲୋକ ପ୍ରତିନିଧି , ବୁଦ୍ଧିଜୀବୀ ଓ ଜନ ସାଧାରଣ ଏକ ଶୋଭାଯାତ୍ରା ରେ ସାମିଲ୍ ହୋଇ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ।କାମାକ୍ଷନଗରର କୁ ଜିଲ୍ଲା, ପରଜଙ୍ଗ ବ୍ଲକ୍ କୁ ଉପଖଣ୍ଡ ଓ ଏନ୍ ଏ ସି ଗଠନ କରିବା ଦାବି ନେଇ ତହସିଲଦାର ଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଥିଲେ।ସୁଚନା ଅନୁଯାୟୀ ସ୍ଵାଧୀନତାପ୍ରାପ୍ତି ପୁର୍ବରୁ ଏବଂ ପରେ ପରଜଙ୍ଗ ଏକ ଉପଖଣ୍ଡ ଭାବେ ପରିଚିତ ହେଉଥିଲା।ପରେ ଏହାକୁ କାମାକ୍ଷାନଗର ସହ ଯୋଡ଼ି ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଏବେ କାମାକ୍ଷାନଗର ର ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲା ଭାବେ ଓ ପରଜଙ୍ଗ , ଓ କଙ୍କଡ଼ା ହାଡ ବ୍ଲକ୍ କୁ ମିଶାଇ ଉପଖଣ୍ଡ ରୂପେ ତତ୍ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଗଠନ କରିବା କୁ ଦାବୀ ହେଉଛି lଏହି ଶୋଭାଯାତ୍ରାରେ ପରଜଙ୍ଗ ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୁର୍ଯୋଧନ ସାହୁ ପ୍ରମୁଖ ଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି , ଜନସାଧାରଣ ସାମିଲ ହୋଇ ଶୋଭାଯାତ୍ରା କୁ ସଫଳ କରିଥିଲେ l
କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍