ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାମି ପାତ୍ର ଙ୍କ କବିତା ଗୌରୀ ନନ୍ଦନ

ଗୌରୀ ନନ୍ଦନ

ଆହେ ଗଜନନ ପାର୍ବତୀ ନନ୍ଦନ
ତୁମେ ସକାଳ ପ୍ରଣତି ଘେନ ମୋର
କରୁଛି ତୁମରି ଏତିକି ବିନତି
ସବୁ ଦେବାଦେବୀଙ୍କ ଅଗ୍ରଜରେ
     ପୂଜା ପାଇଥାଅ ତୁମେ
ତୁମେ ଜ୍ଞାନ ଦାତା ବୁଦ୍ଧିଦାତା
ତୁମେ ହିଁ ସର୍ବଂସ୍ୱହା
ତୁମେ ହିଁ ଲମ୍ବୋଦର
ଭାଦ୍ରବ ମାସେ ଶୁକ୍ଳପକ୍ଷ
ଜନମିଲ ତୁମେ ପାର୍ବତୀଙ୍କ 
       ହଳଦୀ ଲେପନ ମଳିରୁ
 ନାମ ଯେ ରଖିଲେ ଗଜାନନ
ଦ୍ୱାରପାଳ ରୂପେ ଜଗାଇ ଥିଲେ
କହିଲେ ମାତା କାନେ କାନେ
ଯାଉଛି ପୁତ୍ର ଜପରେ ବସିବି
ଭିତରକୁ କାହାକୁ ନଛାଡିବ ତମେ।
ଆଦେଶ ମାନି ବସିଲେ ପୁତ୍ର
ନନ୍ଦି ଭଙ୍ଗି ଦୁହେଁ ଆସିଲେ ସେଠାକୁ
ଯୁଦ୍ଧରେ ପରାସ୍ତ କରାଇଲ ତାଙ୍କୁ
ଛାଡ଼ି ଗଲେ ତୁମ ପାଖରୁ
ପହଞ୍ଚି ଲେ ଯାଇ ଶିବଙ୍କ ପାଶେ
ଶିବଯେ ଆସିଲେ ଧାଇଁ
କ୍ରୋଧ ରେ ସେ ଜର୍ଜରିତ ହୋଇ
ମୁଣ୍ଡରୁ ଗଣ୍ଡି ଦେଲେ ଆଲଗା କରି
ମାଆ ଡାକିଦେଇ ଗଲ ତୁମେ ପଡି
ଦୌଡ଼ି ଆସିଲେ ମାତା ତୁମର
କୋଳେଇ ନେଲେ ତାଙ୍କ କୋଳକୁ
ଏମିତି ଅବସ୍ଥା କିଏ ସେ କଲା
କହିଲେ ସ୍ୱାମୀ ମୁଁ କରିଛି।
ପାର୍ବତୀ ମାତା କ୍ରୋଧିତ ହେଲେ
ତାଣ୍ଡବଲୀଳା ରଚିତ କଲେ
କହିଲେ ମୋ ପୁଅକୁ ଫେରେଇ ଦିଅ
ନହେଲେ ବିନାଶ ହୋଇବ ବ୍ରାହ୍ମଣ୍ଡ।
କୈଳାସ ପତି ଉତ୍ତର ଦେଲେ
ଶାନ୍ତ ହୋଇଯାଅ ମୋ ପ୍ରାଣ ପ୍ରିୟେ
ଜାଣିନଥିଲି ଏ ପୁଅ ଆମର
 
ନନ୍ଦି ଶନ୍ଦିକୁ ଦେଲେ ସେ ବାର୍ତ୍ତା
ଯାଅ ତୁମେ ଦୁହେଁ ହସ୍ତିନା ପୁରକୁ
ଗଜର ମୁଣ୍ଡକୁ ଘେନି ଆସ ଯାଇ
ତେବେ ବଞ୍ଚିପାରିବ ପାର୍ବତୀ ନନ୍ଦନ
ହସ୍ତିର ମସ୍ତିଷ୍କ ବେଗେ ଆଣିଲେ
ଗଣେଶ ମଥାରେ ଦେଲେ ଲାଗାଇ
ଉଠିବସିଲେ ଆହେ ଗଜାନନ
ଖୁସିରେ ମାଆ ନାଚିଲେ ପୁଣି।
ପିତାମାତା ଚତୁର୍ପାଶେ ପରିକ୍ରମା କଲ
 ତାଙ୍କରି ପାଶେ ବ୍ରହ୍ମାଣ୍ଡ ରହିଛି
ପ୍ରମାଣିତ କଲ ତୁମେ ଯେ ଆଜି
ମୂଷିକ ରାଜା ତୁମର ସାଥୀ।
ଆହେ ଦିବ୍ୟଜ୍ଞାନ ଦିଅ ତୁମେ ଆଶିଷ
ଏତିକି ପାଦ ତଳେ ଦିଅ ଆଶିଷ।

ମାମି ପାତ୍ର 

ତିହିଡି, ଭଦ୍ରକ

 

Related posts

ଏନ ପି ଏସ ଶିକ୍ଷକଙ୍କ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

କାର ଦୁର୍ଘଟଣା ରେ ଯୁବକ ମୃତ,ପୋଲିସ ର ତଦନ୍ତ ଜାରି

Sunil Chandra Nayak

ତିନି ଦିନିଆ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!