ଗୌରୀ ନନ୍ଦନ
ଆହେ ଗଜନନ ପାର୍ବତୀ ନନ୍ଦନ
ତୁମେ ସକାଳ ପ୍ରଣତି ଘେନ ମୋର
କରୁଛି ତୁମରି ଏତିକି ବିନତି
ସବୁ ଦେବାଦେବୀଙ୍କ ଅଗ୍ରଜରେ
ପୂଜା ପାଇଥାଅ ତୁମେ
ତୁମେ ଜ୍ଞାନ ଦାତା ବୁଦ୍ଧିଦାତା
ତୁମେ ହିଁ ସର୍ବଂସ୍ୱହା
ତୁମେ ହିଁ ଲମ୍ବୋଦର
ଭାଦ୍ରବ ମାସେ ଶୁକ୍ଳପକ୍ଷ
ଜନମିଲ ତୁମେ ପାର୍ବତୀଙ୍କ
ହଳଦୀ ଲେପନ ମଳିରୁ
ନାମ ଯେ ରଖିଲେ ଗଜାନନ
ଦ୍ୱାରପାଳ ରୂପେ ଜଗାଇ ଥିଲେ
କହିଲେ ମାତା କାନେ କାନେ
ଯାଉଛି ପୁତ୍ର ଜପରେ ବସିବି
ଭିତରକୁ କାହାକୁ ନଛାଡିବ ତମେ।
ଆଦେଶ ମାନି ବସିଲେ ପୁତ୍ର
ନନ୍ଦି ଭଙ୍ଗି ଦୁହେଁ ଆସିଲେ ସେଠାକୁ
ଯୁଦ୍ଧରେ ପରାସ୍ତ କରାଇଲ ତାଙ୍କୁ
ଛାଡ଼ି ଗଲେ ତୁମ ପାଖରୁ
ପହଞ୍ଚି ଲେ ଯାଇ ଶିବଙ୍କ ପାଶେ
ଶିବଯେ ଆସିଲେ ଧାଇଁ
କ୍ରୋଧ ରେ ସେ ଜର୍ଜରିତ ହୋଇ
ମୁଣ୍ଡରୁ ଗଣ୍ଡି ଦେଲେ ଆଲଗା କରି
ମାଆ ଡାକିଦେଇ ଗଲ ତୁମେ ପଡି
ଦୌଡ଼ି ଆସିଲେ ମାତା ତୁମର
କୋଳେଇ ନେଲେ ତାଙ୍କ କୋଳକୁ
ଏମିତି ଅବସ୍ଥା କିଏ ସେ କଲା
କହିଲେ ସ୍ୱାମୀ ମୁଁ କରିଛି।
ପାର୍ବତୀ ମାତା କ୍ରୋଧିତ ହେଲେ
ତାଣ୍ଡବଲୀଳା ରଚିତ କଲେ
କହିଲେ ମୋ ପୁଅକୁ ଫେରେଇ ଦିଅ
ନହେଲେ ବିନାଶ ହୋଇବ ବ୍ରାହ୍ମଣ୍ଡ।
କୈଳାସ ପତି ଉତ୍ତର ଦେଲେ
ଶାନ୍ତ ହୋଇଯାଅ ମୋ ପ୍ରାଣ ପ୍ରିୟେ
ଜାଣିନଥିଲି ଏ ପୁଅ ଆମର
ନନ୍ଦି ଶନ୍ଦିକୁ ଦେଲେ ସେ ବାର୍ତ୍ତା
ଯାଅ ତୁମେ ଦୁହେଁ ହସ୍ତିନା ପୁରକୁ
ଗଜର ମୁଣ୍ଡକୁ ଘେନି ଆସ ଯାଇ
ତେବେ ବଞ୍ଚିପାରିବ ପାର୍ବତୀ ନନ୍ଦନ
ହସ୍ତିର ମସ୍ତିଷ୍କ ବେଗେ ଆଣିଲେ
ଗଣେଶ ମଥାରେ ଦେଲେ ଲାଗାଇ
ଉଠିବସିଲେ ଆହେ ଗଜାନନ
ଖୁସିରେ ମାଆ ନାଚିଲେ ପୁଣି।
ପିତାମାତା ଚତୁର୍ପାଶେ ପରିକ୍ରମା କଲ
ତାଙ୍କରି ପାଶେ ବ୍ରହ୍ମାଣ୍ଡ ରହିଛି
ପ୍ରମାଣିତ କଲ ତୁମେ ଯେ ଆଜି
ମୂଷିକ ରାଜା ତୁମର ସାଥୀ।
ଆହେ ଦିବ୍ୟଜ୍ଞାନ ଦିଅ ତୁମେ ଆଶିଷ
ଏତିକି ପାଦ ତଳେ ଦିଅ ଆଶିଷ।
ମାମି ପାତ୍ର
ତିହିଡି, ଭଦ୍ରକ