ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ଶ୍ରୀ ଗଣେଶ ବନ୍ଦନା

 ଶ୍ରୀ ଗଣେଶ ବନ୍ଦନା

ନମୋ ବିଘ୍ନ ବିନାୟକ ଅଭୟ ବରଦ
ନମୋ ନମୋ ଗଣନାଥ ସଦା ଶିବ ସୁତ।।
ଶଙ୍କୁବର୍ଣ୍ଣ ପ୍ରଚଣ୍ଡ ହେ ଆଘ୍ରାଣ ଲୋଳୁପ
ଅମ୍ବିକେୟ ଅରବିନ୍ଦ ଦଣ୍ଡି ଗଜରୁପ।।
ଜ୍ଞାନର ଗରିଷ୍ଠ ଦେବ କଲ୍ୟାଣ ଦାୟକ
ମେରୁ ମନ୍ଦର ସ୍ବରୁପ ହେ ଚଣ୍ଡି ନାୟକ।।
ଅଜ୍ଞାନ ଅନ୍ଧକାର କରିଥାଅ ଦୂର
ଅଗ୍ରପୂଜ୍ୟ ଗଣପତି ଜ୍ଞାନର ଭଣ୍ଡାର।।
ସକଳ ଦେବତାଙ୍କର ଅଗ୍ରେ ବନ୍ଦନୀୟ
ସ୍ବର୍ଣ୍ଣବର୍ଣ୍ଣ ଗଜକର୍ଣ୍ଣ ହେ ମଙ୍ଗଳ ମୟ।।
ଭକ୍ତ ରକ୍ଷାକାରି ପ୍ରଭୁ ଗରବ ଗଞ୍ଜନ
ଲମ୍ବୋଦର ଧୂମକେତୁ ଗଜେନ୍ଦ୍ର ବଦନ।।
ମୁକୁତାର ହାର କଣ୍ଠେସଦା ବିରାଜଇ
କପାଳେ ଚନ୍ଦନ ବିନ୍ଦୁ ସୁନ୍ଦର ଦିଶଇ।।
ରକ୍ତ ମନ୍ଦାର ମାଳରେ ତନୁ ବିଭୂଷିତ
ଦେବ ଦୈତ୍ୟ ସେବନୀୟ ନିର୍ଗୂଣ ଆରକ୍ତ।।
ମୂଷିକ ବାହନ କୁନ୍ତଧାରି ବିଦ୍ୟାଧର
ଦୀର୍ଘବାହୁ ଲଡୁଧାରି ପ୍ରଭୁ ଗଣେଶ୍ଵର।।
ସୁନ୍ଦର ଯଜ୍ଞ ପଇତା କନ୍ଧେ ଶୋଭାପାଏ
ଗଣ୍ଡସ୍ଥଳରୁ ମଧୁପ ମକରନ୍ଦ ବହେ।।
ନମୋ ତ୍ରିଲୋକ ପୂଜିତ କୃପାକର ମୋତେ
ଅଜ୍ଞନକୁ କରି ଦୂର ଜ୍ଞାନ ଦିଅ କିଞ୍ଚିତେ।।
ଦୟାକର ଚତୁର୍ଭୂଜ ଗିରିଜା ନନ୍ଦନ
ଜନ୍ମେ ଜନ୍ମେ ତୁମ୍ଭ ପାଦେ ଗଲି ମୁଁ ଶରଣ।।
     

             ମମତା ସାହୁ

                 ଗାଈଗାଁ,କଳାହାଣ୍ତି

Related posts

ଧର୍ମଗଡ ବ୍ଲକ ପ୍ରଥମିକ ଶିକ୍ଷକ ସଂଘ : ନବ ନିର୍ବାଚିତ ସଦସ୍ୟ ଙ୍କ ଶପଥ ପାଠ ଉତ୍ସବ

Sunil Chandra Nayak

ରାଉରକେଲା ବିକାଶ ମଞ୍ଚର ସଚେତନତା ସମାବେଶ ଆଜି 

Sunil Chandra Nayak

ମସିହା ପ୍ରଭାବ- ୧୦ ମାସର ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ବୃଦ୍ଧା ପାଇଲେ ଭତ୍ତା

Sunil Chandra Nayak

Leave a Comment

error: Content is protected !!