ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସମସ୍ୟା ସମାଧାନ କରିବ କିଏ?

ଜଳ ସମ୍ପଦ ଅଫିସ ଜଳବିଦ୍ୟୁତ ନିଗମ ନା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ତେନ୍ତୁଳିଖୁଣ୍ଟି —14/07/22 ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ଖାତିଗୁଡା ସ୍ଥିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ପରିଚାଳନା ଭାର ଆଜିର ଦିନରେ କାହା ପାଖରେ ରହିଛି ତାହା ପ୍ରଶ୍ନବାଚୀ ପାଲଟିଛି। ଏଣୁ ବିଦ୍ୟାଳୟ ଵର୍ତମାନ ଶିକ୍ଷକ ଶିକ୍ଷୟତ୍ରୀ ସମସ୍ୟା ଦେଇ ଗତି କରୁଥିବା ବେଳେ ସମାଧାନ ପାଇଁ କାହା ପାଖକୁ ଯିବେ ଅଭିଭାବକ?ମୂଳତଃ ଜଳ ସମ୍ପଦ ବିଭାଗ ଦ୍ଵାରା ବିଦ୍ୟାଳୟ ଖୋଲା ଯାଇଥିଲେ ମଧ୍ୟ ଓଡିଶା ଜଳ ବିଦ୍ୟୁତ ନିଗମ ର ଆର୍ଥିକ ଅନୁଦାନରେ ବିଦ୍ୟାଳୟ ପରିଚାଳିତ ହୋଇ ଆସୁଥିଲା। ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ସିଭିଲ ଉଇଙ୍ଗ(civil wing) କୁ ଜଳସମ୍ପଦ ବିଭାଗ କୁ ହସ୍ତାନ୍ତର ନେଇ ନିଷ୍ପତ୍ତି ,ଜାନୁଆରୀ ମାସରେ ନିଆଯିବା ପରେ ଏବଂ ଜଳସମ୍ପଦ ବିଭାଗ ତା ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରକଳ୍ପ ର ଆଠଟି ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କୁ ହସ୍ତାନ୍ତର କରାଯିବା ନେଇ ନିଷ୍ପତ୍ତି ନେବା ପରେ ବିଶ୍ଵାମିତ୍ର ଙ୍କ ତୃତୀୟ ବିଶ୍ୱ ଭଳି ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ପରିଚାଳନା ଝୁଲି ରହିଛି। କେବଳ ନିୟମିତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଙ୍କ ଦରମା ବ୍ୟତୀତ ଅନ୍ୟାନ୍ୟ ଷ୍ଟାଫ ଦରମାରୁ ବଞ୍ଚିତ ଅଛନ୍ତି। ଓଡିଶା ଜଳ ବିଦ୍ୟୁତ ନିଗମ ଦ୍ୱାରା ନିଯୁକ୍ତ ତିନି ବିଜ୍ଞାନ ସ୍ନାତକ ତାଲିମପ୍ରାପ୍ତ ଶିକ୍ଷକ ଙ୍କ ଚୁକ୍ତି ନବୀକରଣ କରାଯାଇନି। ଚାରିମାସ ହେବ ସେମାନେ ଦରମା ପାଇନଥିବା ତଥା ଚୁକ୍ତି ନବୀକରଣ ହୋଇ ନଥିବାରୁ ବିଦ୍ୟାଳୟ ରେ ଶିକ୍ଷା ଦାନ କରୁ ନା ନାଂହାନ୍ତି। ବର୍ତ୍ତମାନ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସମେତ ଦୁଇ ଜଣ ସିଟି ତାଲିମ ପ୍ରାପ୍ତ ଶିକ୍ଷକ ଓ ଦୁଇଜଣ Non execugive -1 ଶିକ୍ଷା ଦାନ କରୁଛନ୍ତି। ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପାଞ୍ଚଟି ଶ୍ରେଣୀରେ ଦୁଇଟି ଲେଖାଏଁ ବିଭାଗ ଥାଇ ପ୍ରାୟ 350 ଛାତ୍ର ଛାତ୍ରୀ ବିଦ୍ୟାଳୟରେ ପଢୁଛନ୍ତି।ଦଶଟି ଶ୍ରେଣୀକକ୍ଷ କୁ ମାତ୍ର ପାଞ୍ଚ ଜଣ କିପରି ଓ କଣ ପଢ଼ାଇବେ? ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଉଚ୍ଚ ବିଦ୍ୟାଳୟ ନାହିଁ, ଏହି ପଂଚାୟତର ତିନୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସାଙ୍ଗ କୁ ମଞ୍ଚାଗାଁ ପଂଚାୟତ ର ଦୁଇଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏଇ ଉଚ୍ଚ ବିଦ୍ୟାଳୟ ରେ ନାମ ଲେଖାଇ ଥାନ୍ତି। ଏଣୁ ବୃହତ୍ତର ସ୍ୱାର୍ଥ ପାଇଁ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ପ୍ରକୃତରେ କିଏ ପରିଚାଳନା କରିବ ତ୍ୱରିତ ନିଷ୍ପତ୍ତି ନେଇ ଶିକ୍ଷା ଅଧିକାର ଆଇନ ଅନୁସାରେ ଶିକ୍ଷକ ଶିକ୍ଷୟତ୍ରୀ ପଦବୀ ପୂରଣ କରିବା ପ୍ରୟାସ ହେଉ। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ଅଜିତ ପାଣିଗ୍ରାହୀ ଙ୍କୁ ବିଦ୍ୟାଳୟ ର ଅଭିଭାବକ ମାନେ ଭେଟି ଶିକ୍ଷକ ଶିକ୍ଷୟତ୍ରୀ ସମାଧାନ ପାଇଁ କହିବାରେ ସେ ପ୍ରଥମେ ନିଜର ଅସହାୟତା ବ୍ୟକ୍ତ କରିଥିଲେ। ସେ ଜଳ ସମ୍ପଦ ବିଭାଗ କୁ ବିଦ୍ୟାଳୟ ପରିଚାଳନା ସମ୍ପର୍କିତ ସ୍ପଷ୍ଟୀକରଣ ମାଗିବେ ତାପରେ ସମାଧନ କରିବେ ବୋଲି କହି ଏକ ମାସ ମହଲତ ମାଗିଛନ୍ତି। ବିଦ୍ୟାଳୟର ଏଭଳି ସ୍ଥିତି ଜାରୀ ରହିଲେ ଶିକ୍ଷା ଅଧିକାର ଆଇନ 2009 ଅନୁଯାୟୀ ବିଦ୍ୟାଳୟ ର ସ୍ୱୀକୃତି ବାତିଲ ହେବା ସମ୍ଭାବନା ରହିଛି। ଏହା ହେଲେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଫର୍ମ ହାଇ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ପୂରଣ କରିପାରିବେନି। ଉଭୟ ଜଳସମ୍ପଦ ବିଭାଗ ତଥା ଯସଲ ବିଦ୍ୟୁତ ନିଗମ ତ ଶିକ୍ଷକ ପଦବୀ ପୂରଣ କରିବା ଅଧିକାର ନାହିଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପଞ୍ଚାୟତର ଏକମାତ୍ର ଉଚ୍ଚ ବିଦ୍ୟାଳୟ ହୋଇଥିବାରୁ ନିଜ ଆଡୁ ପଦକ୍ଷେପ ନେବା ଉଚିତ।ଏଣୁ ତୁରନ୍ତ ସମସ୍ୟା ସମାଧାନ ପାଇଁ ସାଧାରଣ ରେ ଦାବୀ ହେଉଛି।। ଗୋବର୍ଦ୍ଧନ ସାହୁ,

ତେନ୍ତୁଳିଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ 

Related posts

ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦାବିପତ୍ର ପ୍ରଦାନ

Sunil Chandra Nayak

ଶାନ୍ତନୁ ବିଶୋଇ ଙ୍କ କବିତା ତ୍ରିରଙ୍ଗାର ପାଦତଳେ

Sunil Chandra Nayak

ମିନତି ଦାଶ ଙ୍କ କବିତା ବିଜୟା ଦଶମୀ

Sunil Chandra Nayak

Leave a Comment

error: Content is protected !!