ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଦେବଗଣ ଯେ କରନ୍ତି ସ୍ତୁତି ବିଘ୍ନନାଶନ ହେ ଗଣପତି 

ଦେବଗଣ ଯେ କରନ୍ତି ସ୍ତୁତି

ବିଘ୍ନନାଶନ ହେ ଗଣପତି 

                           ଶ୍ଯାମା ପ୍ରସାଦ୍ ବୋଷ୍ 

ଦେବଗଣ ଯେ କରୁଛନ୍ତି ସ୍ତୁତି 
ବିଘ୍ନନାଶନ ଆହେ ଗଣପତି ।
ଧ୍ଯାନ ଦିଅ ବାରେ ଏ ସୃଷ୍ଟି ସ୍ଥିତି 
ନୋହିଲେ ଏ ସୃଷ୍ଟି ହୋଇବ ଇତି ।।
ପାର୍ବତୀ ନନ୍ଦନ ହେ ଗଣପତି 
ଅଗ୍ର ପୂଜା ପ୍ରଭୁ ପାଇବ ନିତି ।
ତବ ପୂଜା ବିନା ନାହିଁ ତ ଗତି 
ଅଗତିର ଗତି ଦିଅ ମୁକତି ।। 
ଦେବଗଣେ ଯେବେ ପଡେ ବିପତ୍ତି 
ଗଣପତି ଙ୍କୁ ସେ କରନ୍ତି ସ୍ତୁତି । 
ଭକ୍ତି ଭାବ ନେଇ କରିଲେ ଭକ୍ତି 
ସର୍ବ କାର୍ଯ୍ୟେ ସିଦ୍ଧି ମିଳଇ ଶକ୍ତି ।।
ଦେବଗଣ ସ୍ତୁତି ଶୁଣିଲେ ତୃପ୍ତି 
ହୋଇଥାଅ ପ୍ରଭୁ ହେ ଗଣପତି । 
ତବ ପାଦେ ଲୟ ରଖିଲେ ମତି 
ଟଳି ଯାଇଥାଏ ସବୁ ବିପତ୍ତି ।।
ଗଜାନନ ବେଶ ସୁନ୍ଦର ଅତି 
ଜ୍ଞାନୀ ଗୁଣି ପ୍ରଭୁ ହେ ଗଣପତି ।
ବ୍ରହ୍ମାଣ୍ଡ ଭ୍ରମଣେ ତୁମରି ଗତି  
ମୂଷିକ ବାହାନେ ଗଲଟି ଜିତି ।।
ବୁଦ୍ଧି ,ବିଦ୍ୟା ,ଜ୍ଞାନ ଦାତା ଅଟନ୍ତି 
ସର୍ବାଗ୍ରେ ପୂଜିତ ରହିଛି ସ୍ଥିତି ।
କି ସୁନ୍ଦର ଶୋଭା ସେ ରୂପ କାନ୍ତି 
କୋଟି ସୂର୍ଯ୍ୟ ସମ ପ୍ରଭାକୁ ଜିତି ।। 

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ

 

Related posts

କୁସୁମି ତହସିଲ ତରଫରୁ ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ କିସମ ଜମିରେ ପରିବର୍ତ୍ତନ କରିବା ପାଇଁ ଘୁସୁରିଆ ହିଲ୍ ପ୍ରାଙ୍ଗଣରେ ୪ଟି ଗ୍ରାମକୁ ନେଇ ପଲ୍ଲୀସଭା

Sunil Chandra Nayak

ଆର୍,ଇ,ସି ନୋଡାଲ ଉଚ୍ଚ ବିଦ୍ୟାଳୟ ଏନ୍ଆଇ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ରୋଟାରୀ ଇଣ୍ଟ୍ରାକ୍ଟ କ୍ଲବର ଦ୍ୱିତୀୟ ସ୍ଥାପନା ଦିବସ

Sunil Chandra Nayak

Leave a Comment

error: Content is protected !!