ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଜନଜୀବନ ପ୍ରଭାବିତ।

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପୁଣି ଉତ୍କଟ ସମସ୍ୟା ସୃଷ୍ଟି କରୁଛି। ଅସହ୍ୟ ଖରା ତେଜରେ ଜନଜୀବନ ଅସ୍ତବ୍ୟସ୍ତ। ପାଣିର ଘୋର ଅଭାବ ସାଙ୍ଗକୁ ଆଗକୁ ପୁଣି ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି। ଜିଲ୍ଲା ରେ ଦୃତ ଗତିରେ ଜଙ୍ଗଲ କ୍ଷୟ ସହ ଭୂତଳ ଜଳ ସ୍ତର ‍ହ୍ରାସ ନେଇ ଉଦବେଗ ପ୍ରକାଶ ପାଉଛି। ଅସହ୍ୟ ଖରାରେ ସାଧାରଣ ଲୋକଙ୍କ ଅବସ୍ଥା ଦୟନୀୟ ହେଉଛି। ଦିନବେଳା ଲୋକେ ଘରେ ନ ରହି ଗଛ ଛାଇରେ ବିଶ୍ରାମ ନେବା ଦେଖାଯାଉଛି। ନର୍ଲା ଅଞ୍ଚଳର ସାନ୍ଦୁଲ ନଦୀ ସହ ଅନେକ ନଦୀ, ନାଳ, ପୋଖରୀ ଶୁଖିଲା ପଡ଼ିଛି। ଗାଧୋଇବା ଦୂରେ ଥାଉ ଗୃହପାଳିତ ପଶୁଙ୍କ ପାଇଁ ପାଣି ପାଇବା କଷ୍ଟକର ହୋଇଛି। କିଛି ଦିନ ତଳେ କାଳବୈଶାଖୀ ହେବାର ପରେ ପରେ ଟାଣ ଖରାକୁ ନେଇ ପାଣିପାଗ ବିଗିଡି ଗଲା ବୋଲି ଲୋକେ କୁହାକହି ହେଉଛନ୍ତି। ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ପାଇଲେ ସାଧାରଣ ଲୋକଙ୍କ ଅବସ୍ଥା ଗୁରୁତର ହେବ। ପ୍ରଶାସନ ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରାଇ ଅଂଶୁଘାତର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଇବାକୁ ଦାବି ହେଉଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ରୋଟାରୀକ୍ଲବ ରାଉରକେଲା ଷ୍ଟିଲ ସିଟି ଓ ଏଚଡିଏଫସି ତରଫରୁ ରକ୍ତଦାନ ଶିବିର ଓ କୁଲର ପ୍ରଦାନ

ଶୁଭ୍ରାଂଶୁ ଶେଖର ପାଢୀ ଙ୍କ କବିତା ପାର୍ବଣେ ନବଦୁର୍ଗା

Sunil Chandra Nayak

ରାଜନୈତିକ ପଶାପାଲି ରେ ଚାପି ହୋଇଯାଇଛି ଧର୍ମଗଡ ଆଇଟିଆଇ

Leave a Comment

error: Content is protected !!