ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ଗର୍ଭଣା ସଂକ୍ରାନ୍ତି

         ଗର୍ଭଣା ସଂକ୍ରାନ୍ତି

 

ଓଡ଼ିଆ ପରମ୍ପରାର ମହାନ ପର୍ବ ଗର୍ଭଣା ସଂକ୍ରାନ୍ତି ଦିନ ଜମିରେ ରୋଷେଇ କରି କ୍ଷୀରି ଇତ୍ୟାଦି କରି ଭୋଗ କରାଯାଏ । ଆମ ସଂସ୍କୃତିରେ ପରମ୍ପରା ଅନୁଯାୟୀ ଆମ ମାନଙ୍କ ଶିକ୍ଷା ତଥା ସାମଜିକ ବାର୍ତ୍ତା ବହନ ପାଇଁ ବିଭିନ୍ନ ପର୍ବ ରଖା ଯାଇଛି । ପ୍ରତି ପର୍ଵରେ କିଛି କିଛି ଲୋକ ଶିକ୍ଷା ପୁରି ରହିଛି, ଏଥିରୁ ଗର୍ଭଣା ସଂକ୍ରାନ୍ତି ଏକ ପର୍ବ | ଏହାକୁ ପାଳନ କଲେ ମନୁଷ୍ୟର ମଙ୍ଗଳ ହୋଇଥାଏ। ତାହା ଯୁକ୍ତିଭିତ୍ତିକ |

   ଆଶ୍ଵିନ ମାସର ସଂକ୍ରାନ୍ତିକୁ ଗର୍ଭଣା ସଂକ୍ରାନ୍ତି କୁହନ୍ତି । ଏହା ଚାଷୀ ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପର୍ଵ ଅଟେ । କାରଣକଥାରେ ଅଛି ….

“ଆଗରେ ବୁଣୁ ପଛରେ ବୁଣୁ ,ଗର୍ଭଣାକୁ ସବୁ ଟୁଣୁଟୁଣୁ ।”

ଅର୍ଥାତ ଜମିରେ ଧାନ ଆଗେ ବୁଣା ଯାଉ ବା ପଛରେ ବୁଣା ଯାଉ। ସବୁ ସେଇ ଗର୍ଭଣା ସଂକ୍ରାନ୍ତିକୁ ଗର୍ଭ ଧାରଣ କରନ୍ତି । ଏଇ ସମୟ ଧାନ ଫସଲ ପାଇଁ ବେଶ ଗୁରୁତ୍ତ୍ୱପୂର୍ଣ୍ଣ । କାରଣ ଏଇ ସମୟରେ ଧାନ ଗଛ ଗୁଡିକ ଗର୍ଭ ଧାରଣ କରି ଥିବାରୁ କୀଟ ମାନେ ଆଗ୍ରହରେ ଖାଇ ଥାନ୍ତି ।ଧାନ ଗଛର କାଣ୍ଡକୁ କାଟି ଦିଅନ୍ତି, ଯାହା ଦ୍ୱାରା ଫସଲ ହାନି ହୁଏ ।

ସେଥିପାଇଁ ଚାଷୀ ମାନେ ଏଇ ଗର୍ଭଣା ସଂକ୍ରାନ୍ତିରେ ଜମିରେ ନୁରୁଜ ବସାନ୍ତି ।ମହାଲକ୍ଷ୍ମୀଙ୍କୁ ଆବାହନ କରନ୍ତି । ନିଜର ଦୁଃଖ ଦୁର୍ଦ୍ଦଶା ବିଷୟ ଜଣାନ୍ତି ।କାମନା କରନ୍ତି ଯେ ,ଏ ବର୍ଷ କିପରି ଫସଲ ଭଲ ହେଉ ।

ନୁରୁଜ ଅର୍ଥ -ରୋଷେଇ କରିବା ପାଇଁ , ଜମିର ହିଡ ଉପରେ ଚୁଲି କରାଯାଏ । ନିଆଁ ବି ଲଗାଯାଏ । ହିଡ ଗୁଡିକ ଓଦା ଥିବାରୁ ପ୍ରଥମରେ ଖାଲି ଧୁଆଁ ହୁଏ । ଜମିରେ ଥିବା କୀଟକୁ ନାଶ କରିବାରେ ସହାୟକ ହୁଏ । ଏଇ ଧୁଆଁ ଧାନ ଫସଲ ପାଇଁ କୀଟ ଗୁଡିକୁ ତଡି ଥାଆନ୍ତି ଅବା ମାରି ଥାଆନ୍ତି। ଧୁଆଁ ପ୍ରଭାଵରେ କୀଟ ଗୁଡିକ ଧାନ ଗଛରୁ ଦୁରେଇ ଯାଆନ୍ତି । ଶେଷରେ ସେ ପାଉଁଶକୁ ବିଲରେ ପକାଯାଏ, ଯାହା କୀଟ ନାଶକ ଓ ବଳ ବର୍ଦ୍ଧକ ରୂପେ ବ୍ୟବହୃତ ହୁଏ ।

                           ଚିତ୍ତ ରଂଜନ ନନ୍ଦ

                                            କଟକ

Related posts

ପ୍ରଧାନ ଶିକ୍ଷକ ମହମ୍ମଦ ଅବଦୁଲ ବାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ସୁଧାମୟୀ ସନ୍ଧ୍ୟା

Sunil Chandra Nayak

ଗଣେଶ ପୂଜା ପାଇଁ ମାଟି ଅନୁକୁଳ

Sunil Chandra Nayak

Leave a Comment

error: Content is protected !!