ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନପ୍ରଧାନ ଙ୍କ କବିତା ଜୀବନ ଯମୁନା

    ଜୀବନ ଯମୁନା

ଆଖିରୁ ସପନ ହଜି ଯାଏ ମୋର ମନେ ଅସୁମାରୀ ଆଶା
ଜୀବନ ଯମୁନା ଉଜାଣି ବହୁଛି ଦିଏ ନୂତନ ବାରତା।
ଜୀବନ ଯମୁନା ନୂଆ ସ୍ରୋତ ଧାରେ ଯାଉଅଛି ଭାସି ଭାସି
ମଙ୍ଗୁଆଳ ଏଠି ମଙ୍ଗ ଧରି ଅଛି ଜାଣି ପାରୁ ନାହିଁ କିଛି।
ମଙ୍ଗୁଆଳ ପାଞ୍ଚ ଜଣଙ୍କୁ ଧରିଛି ପଚିଶି ଜଣ ନାଆରେ
ଯମୁନା ଢେଉରେ ନାଆ ଟଳମଳ ନାଉରିଆ କାତ ମାରେ।
ଯମୁନା କୂଳରେ କଦମ୍ବ ମୂଳରେ ଅଭିମାନୀ ରାଧାରାଣୀ
ଅନାଇଁ ରହିଛି କହ୍ନେଇ ବାଟକୁ ହୋଇଯାଏ ବାଇଆଣୀ।
ଜୀବନ ଯମୁନା ବଜାଏ ବଇଁଶୀ ନାହିଁ ଆଉ ସୁର ତାଳ
ରବିର କିରଣ ମଳିନ ଦିଶୁଛି ଏତ ବିପରିତ କାଳ।
ଜୀବନ ଯମୁନା କେତେ କଷ୍ଟ ସହି ମାଡି ଚାଲଇ ଆଗକୁ
ଅଙ୍କା ବଙ୍କା ପଥେ ମାଡି ଚାଲି ଅଛି ଫେରିବ ନାହିଁ ପଛକୁ।
ଜୀବନ ଯୈାବନ ନୁହେଁ ଚିରନ୍ତନ ଯମୁନା ସଦା ହରଷ
ଯମୁନା ଏ କୁଳେ ହସୁଛି ଦେବକୀ ସେପାଖେ ଯଶୋଦା ଦୁଃଖ
ସଭିଙ୍କ ମନରେ ସୁଖ ବାଣ୍ଟିବାକୁ ଯମୁନା ଯାଉଛି ବହି
ଜୀବନ ଯମୁନା ମନେ କେତେ ଦୁଃଖ କାହାକୁ ନ ପାରେ କହି।

ଜନରଞ୍ଜନପ୍ରଧାନ

ଆଳୋଇ , ବାଲିପାଟଣା ,ଖୋର୍ଦ୍ଧା

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଅକ୍ଷୟ ତୃତୀୟାର ମହତ୍ତ୍ଵ

ଆମପାଣି ପଞ୍ଚାୟତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ପାରିବାରିକ ଭାଦ୍ର ପରିକ୍ରମା ସତସଙ୍ଗର ଅନ୍ତିମ ଦିବସରେ ସତସଙ୍ଘ ଦେଲେ ଖଗେସ୍ଵର ଭାଇଙ୍କ ପରିବାର

Sunil Chandra Nayak

Leave a Comment

error: Content is protected !!