ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା କବିର ପ୍ରଶ୍ନ 

କବିର ପ୍ରଶ୍ନ 

 

                 କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ତମେକି ଦେଖିଛ ବନ୍ଧୁ !

           ଆକାଶର ଶୂନ୍ୟ-ବଳୟରେ

ମହା ବଳୀୟାର ଏକ

           କ୍ରାନ୍ତିକାରୀ ଝଡ଼ର-ଇଗଲ୍

ଏ ପ୍ରାନ୍ତରୁ ସେ ପ୍ରାନ୍ତର ଯାଏଁ

           ଡେଣା ଝାଡି଼ କରିବାର

                  ସଦର୍ପେ ସଂଚାର ?

 

ତମେକି ଦେଖିଛ ବନ୍ଧୁ !

ତାର ସେହି ଦିଗନ୍ତ-ପ୍ରସାରି

                 ପକ୍ଷର-ଛାୟାରେ

ଲୁଚ଼ିଯାନ୍ତି ଚ଼ନ୍ଦ୍ର ସୂର୍ଯ୍ୟ

         ଲୁଚିଯାନ୍ତି ତାରକା ମଣ୍ଡଳୀ

ଘନଘୋର ଅନ୍ଧକାରେ ଏକାକାର

                        ଏ ସଚ଼ରାଚ଼ର

 

ଅଣ୍ଡାଳିବା ସାର ହୁଏ ବଞ୍ଚିବାର

                        ସଂକୀର୍ଣ୍ଣ ଦେହଳୀ

 

ତୁମେ କି ଜାଣିଛ ବନ୍ଧୁ !

ସେ ଅନ୍ଧାରେ ହଜିଯାଏ

                      ସୃଷ୍ଟିର-ବୈଚି଼ତ୍ର୍ୟ

ହଜିଯାଏ ଜୀବନର ଯେତେ ସବୁ

              ଫୁଲଫୁଟା ଋତୁଙ୍କର ଚ଼ିତ୍ର

ଭାସିଆସେ ଦୂରୁ ବହୁଦୂରୁ

ଅଜଣା ସହରୁ

ଅସ୍ପଷ୍ଟ ଅସ୍ପଷ୍ଟ ସୁରେ

       କାହାରସେ ବିଷାଦସଂଗୀତ ??

 

କି ଗୀତ ଗାଉଛି ସିଏ

         କାହିଁକି ବା ସେ ପକ୍ଷୀ ଉଡ଼ୁଛି

ପ୍ରୀତିଝରା-ତରଙ୍ଗିଣୀ-ବୁକେ

         ପ୍ରଳୟର ଉଜାଣି ବହୁଛି।

କାହିଁକି ଏ ବ୍ୟତିକ୍ରମ

କାହିଁକି ବା ଏତେସବୁ ଅଘଟଣ

                       ଘଟି ଯାଉଅଛି

ବୁଦ୍ଧି ଆଉ ଜ୍ଞାନ ବଳେ

            ମଣିଷ ତ ଦେବତା ସାଜିଛି

ଏତେବେଳେ ଶୋଇଶୋଇ

ଅନ୍ଧ ମୁହାଁଣୀରେ 

           ସିଏ କ’ଣ ସପନ ଦେଖୁଛି

କୁହବନ୍ଧୁ !

ବିଷାଦ-ଋତୁରେ ବସି

           କବି ଟିଏ ପ୍ରଶ୍ନ ପଚାରୁଛି ।।

           

କୁମାର ପୁର।ଅନନ୍ତ ପୁର।

ବାସୁଦେବ ପୁର।ଭଦ୍ରକ।

 

Related posts

ତହସିଲ କାର୍ଯ୍ୟାଳୟରେ ପ୍ରେମୀ ଯୁଗଳଙ୍କ ବିବାହ 

Sunil Chandra Nayak

ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ରେ ତାଲିମ ଶିବିର

Sunil Chandra Nayak

ବାଟଗାଁ ପଂଚାୟତ ରେ ରାଜନୈତିକ ହିଂସା କାଣ୍ଡ 

Sunil Chandra Nayak

Leave a Comment

error: Content is protected !!