ଜୀବନ ଡଙ୍ଗା

ଅବିନାଶ ମହାପାତ୍ର
ଜୀବନ ପଥରେ ଅଥଳ ଜଳରେ
ଭଙ୍ଗା ଡଙ୍ଗା ଟିଏ ମୁହିଁ
ଭାସି ଭାସି କେଵେ ଲାଗିଵି କୂଳରେ
ଭରସା ମୋ ପାଉ ନାହିଁ !(0)
ନାଵିକ ହାତରେ ବନ୍ଧା ମୋ ଜୀବନ
ଆହୁଲାକୁ ଆଶ୍ରା କରି
କାହିଁ କେଉଁ ଦିନୁ ପାରି ମୁଁ କରୁଛି
କେତେ ଅବା ନର ନାରୀ !(୧)
ତଟ ପଠା ମୋର ଶେଜର ଵିଛଣା
ନାହିଁ ମୋର ଛାତ ଛପର….
ଖୋଲାଆକାଶର ଵର୍ଷାରେ ଶୀତରେ
ହୋଇନି କେଵେମୁଁ ଅଧିର !(୨)
ପିଠିରେ ମୋହର କେତେ ପାଦ ଚିହ୍ନ
ପାଣିରେ ଯାଇଛି ଧୋଇ
ଦୁଃଖ କେଵେ ମୋର ମନକୁ ଆସିନି
ମନେ କିଛି ଭାଵି ନାହିଁ !(୩)
ସାତ ଦରିଆର ଲହଡି ଢେଉରେ
ଵିତିଛି ମୋ ପିଲା ଦିନ
ଵୃଦ୍ଦାଵସ୍ଥା ଵେଳେ ଭାବୁଛି ଆଜିମୁଁ
ଏଇଠି ମୋ ଵାସ ସ୍ଥାନ !(୪)
ପଚାରିନି କେହି କେବେ ମୋ ବୟସ
ଆପଣାର ଭାଵି କେଵେ
ସଭିଙ୍କୁ ଆଦରି କୋଳେ ଵସାଇଛି
ଥକି ଯାଇଛି ମୁଁ ଏବେ !(୫)
ପ୍ରିୟ ପରିଜନ ମୋ ପାଇଁ ସମାନ
ସଭିଏଁ ଆପଣା ମୋର
ଲକ୍ଷ ଏକ ନେଇ ସେବା କରି ଯାଏ
ନାହିଁ ମୋର ଅବିଚାର !(୬)

ବୟାଙ୍ଗଡିହି,ଧାମନଗର,ଭଦ୍ରକ।
