ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର ଙ୍କ କବିତା ଜୀବନ ଡଙ୍ଗା 

ଜୀବନ ଡଙ୍ଗା 

ଅବିନାଶ ମହାପାତ୍ର

 

ଜୀବନ ପଥରେ ଅଥଳ ଜଳରେ 

        ଭଙ୍ଗା ଡଙ୍ଗା ଟିଏ ମୁହିଁ 

 ଭାସି ଭାସି କେଵେ ଲାଗିଵି କୂଳରେ 

        ଭରସା ମୋ ପାଉ ନାହିଁ !(0)

 ନାଵିକ ହାତରେ ବନ୍ଧା ମୋ ଜୀବନ 

         ଆହୁଲାକୁ ଆଶ୍ରା କରି 

  କାହିଁ କେଉଁ ଦିନୁ ପାରି ମୁଁ କରୁଛି 

       କେତେ ଅବା ନର ନାରୀ !(୧)

  ତଟ ପଠା ମୋର ଶେଜର ଵିଛଣା 

          ନାହିଁ ମୋର ଛାତ ଛପର…. 

 ଖୋଲାଆକାଶର ଵର୍ଷାରେ ଶୀତରେ

      ହୋଇନି କେଵେମୁଁ ଅଧିର !(୨)

 ପିଠିରେ ମୋହର କେତେ ପାଦ ଚିହ୍ନ 

       ପାଣିରେ ଯାଇଛି ଧୋଇ 

 ଦୁଃଖ କେଵେ ମୋର ମନକୁ ଆସିନି 

      ମନେ କିଛି ଭାଵି ନାହିଁ !(୩)

  ସାତ ଦରିଆର ଲହଡି ଢେଉରେ 

      ଵିତିଛି ମୋ ପିଲା ଦିନ 

  ଵୃଦ୍ଦାଵସ୍ଥା ଵେଳେ ଭାବୁଛି ଆଜିମୁଁ 

      ଏଇଠି ମୋ ଵାସ ସ୍ଥାନ !(୪)

 ପଚାରିନି କେହି କେବେ ମୋ ବୟସ 

        ଆପଣାର ଭାଵି କେଵେ 

  ସଭିଙ୍କୁ ଆଦରି କୋଳେ ଵସାଇଛି 

        ଥକି ଯାଇଛି ମୁଁ ଏବେ !(୫)

  ପ୍ରିୟ ପରିଜନ ମୋ ପାଇଁ ସମାନ 

       ସଭିଏଁ ଆପଣା ମୋର 

 ଲକ୍ଷ ଏକ ନେଇ ସେବା କରି ଯାଏ 

      ନାହିଁ ମୋର ଅବିଚାର !(୬)

 

    ବୟାଙ୍ଗଡିହି,ଧାମନଗର,ଭଦ୍ରକ। 

        

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

ବବି ଜୈନ୍ ଙ୍କ କବିତା #ହାଇକୁ

Sunil Chandra Nayak

ଟିକ୍ରାପଡ଼ା ଗ୍ରାମ ପଞ୍ଚାୟତ ର ନବନିର୍ବାଚିତ ସରପଞ୍ଚ ଜମୁନା ହରିଜନ ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!