ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘୋଟିଆ ଗ୍ରାମ ରେ ସ୍ୱଚ୍ଛ ଭାରତ ମିଶନ ତରଫରୁ ଗ୍ରାମ ସଫେଇ ଓ ସଚେତନା ଅଭିଯାନ କାର୍ଯ୍ୟକ୍ରମ 

ଗୋଳାମୁଣ୍ଡା/ମସିହା/୨୮/୫/- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାର ହଳଦୀ ଗ୍ରାମପଞ୍ଚାୟତ ଅଧିନସ୍ତ ଘୋଟିଆ ଗ୍ରାମରେ ଆଜି ଦେଖିବାକୁ ମିଳିଛି ସ୍ୱଚ୍ଛ ଭାରତ ମିଶନ ତରଫରୁ ସଫେଇ କାର୍ଯ୍ୟ କ୍ରମ । ଏହି ସଫେଇ କାର୍ଯ୍ୟ କ୍ରମ ରେ ଗ୍ରାମ ର ଜୟ ଜଗନ୍ନାଥ ମହିଳା ସଶକ୍ତି କରଣ ଓ ମା ସରସ୍ଵତୀ ମହିଳା ସଶକ୍ତି କରଣ ଗ୍ରୁପ ର ସମସ୍ତ  ମହିଳା ମିଶି ଗାଆଁ କୁ କେମିତି ସ୍ୱଚ୍ଛ , ସଫା ସୁତୁରା ରହିବ ଓ ଆଗକୁ ବର୍ଷା ଦିନ ଆସିଲାଣି ତେଣୁ  ଅଳିଆ ଆବର୍ଜାନ ରହିଲେ  ମେଲେରିଆ ଡେଙ୍ଗୁ ଭଳି ବିଭିନ୍ନ ରୋଗରୁ ବଞ୍ଚିତ ହେବା ନିମନ୍ତେ ଆଗରୁ ସଚେତନା ହେବା ପାଇ ଖମାର ହଳଦୀ ଗ୍ରାମ ପଞ୍ଚାୟତ ର PEO ଶ୍ରୀଯୁକ୍ତ ଶରତ କୁମାର ସାହୁ , ଖମାର ହଳଦୀ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ରବୀନ୍ଦ୍ର ମୁଣ୍ଡ , ଗାଆଁର ମହିଲା ସଶକ୍ତି କରଣ ଥିବା ସମସ୍ତ ମହିଳା ଏବଂ 3 ନମ୍ବର ୱାର୍ଡ ମେମ୍ବର ତିର୍ଥବାସି ଦୁର୍ଗା 4 ନମ୍ବର ୱାର୍ଡ ର ମେମ୍ବର ସୀତାକାନ୍ତ ମାଝୀ , ସ୍ୱଚ୍ଛସେବୀ ଶ୍ରୀଯୁକ୍ତ ଅଲେଖ ଜାଲ ,ବିଜେରାମ ନିଆଲ , ଗାଆଁର ଭଦ୍ର ବ୍ୟକ୍ତି ପରମେଶ୍ବର ଦୁର୍ଗା , ଗାଆଁର ଝାଙ୍କର ସୁଦର୍ଶନ ମାଝୀ ମାନଙ୍କୁ ନେଇ ଗାଆଁ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ଏହି ମହାନତା କାର୍ଯ୍ୟକ୍ରମ ଦେଖି ଗାଆଁ ର ଭଦ୍ର ବ୍ୟକ୍ତିମାନେ ସରପଞ୍ଚ ରବୀନ୍ଦ୍ର ମୁଣ୍ଡ କୁ ଭୂରି ଭୂରି ପ୍ରଶଂସା କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା

Related posts

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ପୋଲିସ କ୍ବମିଙ୍ଗ ବେଳେ ବିପୁଳ ମାଓ ସାମଗ୍ରୀ ଜବତ, ପ୍ରେସମିଟ ରେ ସୂଚନା ଦେଲେ ପୋଲିସ ଆରକ୍ଷୀ ଆଧିକ୍ଷକ

Sunil Chandra Nayak

ସାମ୍ୱାଦିକ ଙ୍କ ଗୋଡ ରେ ବେଡି ଘଟଣା ବିରୁଦ୍ଧ ରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ଫୋରମ୍ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!