ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘଟଗାଁ ମା ତାରିଣୀ ଶକ୍ତି ପୀଠ କୁ ୪୦ କୋଟି ଟଙ୍କା ର ଅଟକଳ ଘୋଷଣା କଲେ ରାଜ୍ୟ ସରକାର

ଆନନ୍ଦପୁର ବିଧାୟକ କହିଲେ ଏହା ଆମ ଜିଲ୍ଲା ପାଇଁ ସର୍ବୋଚ୍ଚ ଉପହାର

ଆନନ୍ଦପୁର -:   ରାଜ୍ୟ ସରକାର ରାଜ୍ୟ ର ବିଭିନ୍ନ ପ୍ରାନ୍ତ ରେ ଭକ୍ତ ମାନଙ୍କ ଆବେଗ କୁ ସମ୍ମାନ ଜଣାଇ ବିଭିନ୍ନ ମନ୍ଦିର ମାନଙ୍କର ଚତଃପାଶ୍ୱ କୁ ଆଧୁନୀକରଣ କରୁଛନ୍ତି। ତା ମଧ୍ୟରେ କେନ୍ଦୁଝର ଜିଲ୍ଲା ର ଆରାଧ୍ୟା ଦେବୀ ମା ତାରିଣୀ ଙ୍କ ମନ୍ଦିର କୁ ଶାମିଲି କରି ୪୦ କୋଟି ଟଙ୍କାର ଅଟକଳ ବ୍ୟୟ ରାଶି ଘୋଷଣା କରିଥିବା ରୁ ମୁଖ୍ୟମନ୍ତ୍ରୀ ଙ୍କୁ ସାଧୁବାଦ୍ ଜଣାଇଛନ୍ତି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଏବଂ ଏହା କେନ୍ଦୁଝର ଜିଲ୍ଲା ବାସୀ ଙ୍କ ପାଇଁ ସର୍ବୋଚ୍ଚ ଉପହାର ବୋଲି କହିଛନ୍ତି ବିଧାୟକ । ଏଥିରେ ତିଆରି ହେବାକୁ ଯାଉଥିବା ବୃହତ୍ ପାର୍କିଂ ବ୍ୟବସ୍ଥା,ଶୌଚାଳୟ,ପୁଷ୍କରିଣୀ ର ପୁନରୁଦ୍ଧାର,ଓସାରିଆ ରାସ୍ତା,ଭକ୍ତ ଙ୍କ ଆଶ୍ରୟସ୍ଥଳ,ମାନସିକ ନଡିଆ ରହିବା ପାଇଁ ସ୍ବତନ୍ତ୍ର ଘର ଇତ୍ୟାଦି ରେ ଭକ୍ତ ଙ୍କ ସୁବିଧା ହେବା ସହ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଗ୍ରଗତି କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଭାଗିରଥି ସେଠୀ ।ଯେଉଁ ବିରୋଧୀ ଦଳ ମାନେ ମନ୍ଦିର ନାମ ରେ ଅପ ପ୍ରଚାର କରି ସରକାର ଙ୍କୁ ସର୍ବଦା ଟାଣୀବାକୁ ଚେଷ୍ଟା କରନ୍ତି ଓ ରାଜ୍ୟ ସରକାର ମନ୍ଦିର ଗୁଡ଼ିକ ନଷ୍ଟ କରିବାରେ ଲାଗିଛନ୍ତି ବୋଲି କୁହନ୍ତି, ସେମାନଙ୍କ ମୁଁହ ରେ ଏହି ରୂପାନ୍ତକରଣ ଏକ ଶକ୍ତ ଚାପୁଡ଼ା ସଦୃଶ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ୍।

Related posts

ନଗାରୀ ଗ୍ରାମ ରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ସାମ୍ବାଦିକ ସମ୍ମିଳନୀରେ ଯୋଗଦେଲେ ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା

Sunil Chandra Nayak

ଏନ ପି ଏସ ପ୍ରାଥମିକ ଶିକ୍ଷକ ସଂଘ ପରେ ଏକ୍ସ କ୍ୟାଡ଼ର ପ୍ରାଥମିକ ଶିକ୍ଷକ ସଂଘ ର ଆନ୍ଦୋଳନ ପାଇଁ ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!