ଉତ୍କେଲା,୨୭/୦୫,ମନିସ, କେସିଙ୍ଗା ବ୍ଲକ ଯାଦବ ସମାଜ ସଭାପତି ପାନାଲାଲ ବେମାଲ ଙ୍କ ସଭାପତିତ୍ବରେ,ସୁକୁନାଭଟା ସ୍ଥିତ ଗିରି ଗୋବର୍ଧନ ମନ୍ଧିର ପିଠରେ ସ୍ବର୍ଗତ ରମାକାନ୍ତ ଗଉଡ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ରମାକାନ୍ତ କେସିଙ୍ଗା ଏନଏସି ର ପୁର୍ବତନ ନଗରପାଳ ଭାବରେ କାମ କରିବା ସହ ସାମାଜିକ କାର୍ଯ୍ୟକ୍ରମ ରୁ ଆରମ୍ବ ଅନେକ ଭଲକାମ କରି ସମାଜସେବୀ ଭାବରେ ଅଞ୍ଚଳରେ ପରିଚିତ ଥିଲେ। ଯାଦବ ସମାଜ ର ସାଧାରଣ ସଂପାଦକ ଭାବରେ ମଧ୍ୟ ରହି ଅନେକ କାମ କରିଥିବା ତାଙ୍କରି ସହକର୍ମି ବର୍ଣନା କରିଛନ୍ତି।ଉକ୍ତ ଶୋକସଭା ରେ ବ୍ଲକ ଯାଦବ ସମାଜ ର ସଂପାଦକ ଘନଶ୍ୟାମ ଗହିର, ଦୟାସାଗର ନାଏକ, ଯାଦବ ମହାସଭାର ସଭାପତି ଗୋବିନ୍ଦ ବନଛୋର୍,ବଗାଡ ର ବସନ୍ତ ନାଏକ,ଲଇତରା ସରପଞ୍ଚ ଅଶୋକ ପୋଢ଼, ମଙ୍ଗଳ ବିଶି,ପ୍ରଶାନ୍ତ ପୋଢ ପ୍ରକାଶ କାଉନସିଲର, ମିହୀର ନାଏକ,ଚାଞ୍ଚେର ଆଞ୍ଚଳିକ ସଭାପତି ସୁଚନ୍ଦ୍ର ଗଉଡ, ପବିତ୍ର ପୋଢ଼,ଉତ୍କେଲା ର ଅର୍ଜୁନ ପୋଢ଼,କିକିଆ ଆଞ୍ଚଳିକ ସଭାପତି ପଞ୍ଚାନନ ଧଙ୍ଗଡା ମାଝୀ, ନବୀନ ଛତର ଉପସ୍ଥିତ ରହି ଶୋକସଭା ରେ ସାମିଲ ହୋଇଥିଲେ।
ଉତ୍କେଲା ରୁ ଅର୍ଜୁନ ପୋଢ଼ ଙ୍କ ରିପୋର୍ଟ ।