ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଜ୍ରପାତରେ ବଳଦର ମ୍ରୁତ୍ୟୁ

ଲାଞ୍ଜିଗଡ଼,୧୦/୦୬(ମନିସ)-ଆଜି ସକାଳୁ ଲାଞ୍ଜିଗଡ଼ ବ୍ଲକର କେତେକ ଅଞ୍ଚଳରେ ପ୍ରବଳ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ଯୋଗୁଁ ବେନଗାଁ ଗ୍ରାମପଞ୍ଚାୟତର ଘୋଡ଼ାପୋଖରୀ ଗାଁର ପଡ଼ିଆକୁ ଚରିବାକୁ ଯାଇଥିବାବେଳେ ପଦ୍ମପୁର ଗାଁର ଜଣେ ଚାଷୀ ନୀଳମଣି ହରିଜନଙ୍କ ଗୋଟିଏ ବଳଦ ବଜ୍ରପାତରେ ମ୍ରୁତ୍ଯୁ ଘଟିଛି ! ଆଗକୁ ବର୍ଷା ଦିନ ଆସୁଥିବାବେଳେ ଚାଷ କାର୍ଯ୍ୟ ଆରମ୍ଭ ପୂର୍ବରୁ ଗୋଟିଏ ବଳଦର ମ୍ରୁତ୍ୟୁ ଘଟିବା ପରେ ନୀଳମଣି ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି ! ଏ ବର୍ଷ ଖରିଫ ଋତୁର ଚାଷ ସେ କେମିତି କରିବେ ତାହା ବୁଝି ପାରୁନାହାନ୍ତି ! ଏ ସଂପର୍କରେ ଖବର ପାଇ ବେନଗାଁ ସମିତିସଦସ୍ୟା ଯଶୋବନ୍ତୀ ନାଏକ ଘଟଣାସ୍ଥଳରେ ପହଞ୍ଚି ପ୍ରାଣୀ ବିଭାଗ, ରାଜସ୍ବ ବିଭାଗର ଅଧିକାରୀମାନଙ୍କୁ ସୂଚନା ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।

Related posts

ପ୍ରେମଲତା ଙ୍କ କବିତା ପାର୍ବଣପୂଜା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ଅକ୍ଷରଙ୍କ ହରତାଳ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସ୍ନାନ ମଣ୍ଡପରେ ଶ୍ରୀଜୀଉ

Sunil Chandra Nayak

Leave a Comment

error: Content is protected !!