ଲାଞ୍ଜିଗଡ଼,୧୦/୦୬(ମନିସ)-ଆଜି ସକାଳୁ ଲାଞ୍ଜିଗଡ଼ ବ୍ଲକର କେତେକ ଅଞ୍ଚଳରେ ପ୍ରବଳ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ଯୋଗୁଁ ବେନଗାଁ ଗ୍ରାମପଞ୍ଚାୟତର ଘୋଡ଼ାପୋଖରୀ ଗାଁର ପଡ଼ିଆକୁ ଚରିବାକୁ ଯାଇଥିବାବେଳେ ପଦ୍ମପୁର ଗାଁର ଜଣେ ଚାଷୀ ନୀଳମଣି ହରିଜନଙ୍କ ଗୋଟିଏ ବଳଦ ବଜ୍ରପାତରେ ମ୍ରୁତ୍ଯୁ ଘଟିଛି ! ଆଗକୁ ବର୍ଷା ଦିନ ଆସୁଥିବାବେଳେ ଚାଷ କାର୍ଯ୍ୟ ଆରମ୍ଭ ପୂର୍ବରୁ ଗୋଟିଏ ବଳଦର ମ୍ରୁତ୍ୟୁ ଘଟିବା ପରେ ନୀଳମଣି ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି ! ଏ ବର୍ଷ ଖରିଫ ଋତୁର ଚାଷ ସେ କେମିତି କରିବେ ତାହା ବୁଝି ପାରୁନାହାନ୍ତି ! ଏ ସଂପର୍କରେ ଖବର ପାଇ ବେନଗାଁ ସମିତିସଦସ୍ୟା ଯଶୋବନ୍ତୀ ନାଏକ ଘଟଣାସ୍ଥଳରେ ପହଞ୍ଚି ପ୍ରାଣୀ ବିଭାଗ, ରାଜସ୍ବ ବିଭାଗର ଅଧିକାରୀମାନଙ୍କୁ ସୂଚନା ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି !
ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।