ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଙ୍ଗିରିପୋଷିରେ ଆମ୍ ଆଦମୀ ପାର୍ଟିର ସମାବେଶ: ଭ୍ରଷ୍ଟାଚାର ବିରୁଦ୍ଧରେ ଆପ୍ ଏକମାତ୍ର ବିକଳ୍ପ 

 ମୟୂରଭଞ୍ଜ- ୨୦-୧୧-୨୦୨୨(ମସିହା) ବାଙ୍ଗିରିପୋଷି ଦୁର୍ଗାପୂଜା ପଡିଆରେ ଆମ୍ ଆଦମୀ ପାର୍ଟିର ବାଙ୍ଗିରିପୋଷି ବିଧାନସଭା ସ୍ତରୀୟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ରବିନ୍ଦ୍ର ଗିରି ଓ ବିଧାନସଭା ପର୍ଯ୍ୟବେକ୍ଷକ ଶ୍ରୀ ରବୀନ୍ଦ୍ରନାଥ ସେଠୀଙ୍କ ତତ୍ତ୍ଵାବଧାନରେ ଏହା ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ନନ୍ଦ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ କରିଥିବା ବେଳେ ଓଡିଶା ଆପ୍ ର ପ୍ରତିଷ୍ଠାତା ସଦସ୍ୟ ଅଧ୍ୟାପକ ଗୋପବନ୍ଧୁ ମୁଖ୍ୟଅତିଥି, ଜିଲ୍ଲା ସଂଯୋଜକ ଶ୍ରୀ ବିରାମ ମୁର୍ମୁ ମୁଖ୍ୟବକ୍ତା, ଉପଦେଷ୍ଟା ଶ୍ରୀ ଶରତ ଚନ୍ଦ୍ର ମହାନ୍ତ ଓ ଶ୍ରୀ ବାଦଲ ହେମ୍ବ୍ରମ ସମ୍ମାନିତ ଅତିଥି ଏବଂ ଶ୍ରୀ ସୁକୁମାର ରଞ୍ଜନ ପ୍ରଧାନ, ଶ୍ରୀ ଲାଦୁରାମ ସୋରେନ ଓ ଶ୍ରୀ ନାରାୟଣ ଟୁଡୁ ସମ୍ମାନିତ ବକ୍ତାଭାବେ ଯୋଗ ଦେଇଥିଲେ। ଦେଶରେ ତଥା ରାଜ୍ୟରେ ଆମ୍ ଆଦମୀ ପାର୍ଟି ଏକମାତ୍ର ବିକଳ୍ପ ଭ୍ରଷ୍ଟାଚାରକୁ ହଟାଇବା ପାଇଁ। କେନ୍ଦ୍ରର ବିଜେପି ସରକାର ଯେଉପରି ଭ୍ରଷ୍ଟାଚାର କରିଚାଲିଛି ରାଜ୍ୟରେ ବିଜେଡି ସରକାର ଭ୍ରଷ୍ଟାଚାର କରିବାରେ କିଛି କମ୍ ନୁହେଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ବୁଝାମଣାରେ ଭ୍ରଷ୍ଟାଚାର ଚାଲିଛି। ଏହା ଶାସନ ଓ ପ୍ରଶାସନକୁ ଗ୍ରାସକରି ସାରିଲାଣି। ଫଳରେ ସାଧାରଣ ଜନତା ନ୍ୟାୟ ପାଇପାରୁ ନାହାଁନ୍ତି। ଭ୍ରଷ୍ଟାଚାର ମୁକ୍ତ ସୁଶାସନ ପାଇବାକୁ ହେଲେ ଆପ୍ କୁ କ୍ଷମତାକୁ ଆଣିବାକୁ ପଡିବ।

     ଆପ୍ ସ୍ଵରାଜ ନୀତିରେ ବିଶ୍ବାସ କରେ। ଏ ପାର୍ଟିରେ ଯାହା ସବୁ ସିଦ୍ଧାନ୍ତ ନିଆହୁଏ ସାମୁହିକଭାବେ ନିଆଯାଏ। କୌଣସି ମତକୁ ଉପରୁ ଲଦାଯାଏ ନାହିଁ। ଏଥିରେ ହାଇକମାଣ୍ଡ ବ୍ୟବସ୍ଥା ନାହିଁ। କିଏ ଲୋକ ପ୍ରତିନିଧି ପାଇଁ ପ୍ରାର୍ଥୀ ହେବେ ଓ କିଏ କେଉଁ ସାଙ୍ଗଠନିକ ପଦବୀରେ ରହିବେ ତାହା କର୍ମୀମାନେ ନିର୍ଣ୍ଣୟ କରନ୍ତି। ତେଣୁ କର୍ମଠ ଓ ସ୍ଵଚ୍ଛୋଟ କର୍ମୀମାନେ ତାଙ୍କ ନେତୃତ୍ୱକୁ ପ୍ରତିଷ୍ଠା କରିବାପାଇଁ ଏ ପାର୍ଟିରେ ପୂର୍ଣ୍ଣ ସୁଯୋଗ ପାଇବେ। ଏହା ସାଧାରଣ ଜନତାର ପାର୍ଟି, ଗରୀବ, ଶ୍ରମିକ ଓ ଚାଷୀମୂଲିଆଙ୍କ ପାର୍ଟି। ଏ ପାର୍ଟି ମୁକ୍ତ ଓ ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସାଧାରଣ ଜନତାଙ୍କୁ ଯୋଗାଇଦେବାକୁ ଚାହେଁ। ତଥା ବିଜୁଳି, ସ୍ଵଚ୍ଛଜଳ, କର୍ମନିଯୁକ୍ତି ପରି ଅତ୍ୟାବଶ୍ୟକ ବିଷୟକୁ ନେଇ ରାଜନୀତି କରୁଛି ବୋଲି ବକ୍ତାମାନେ କହିଥିଲେ।

      ୨୦୨୪ ସାଧାରଣ ନିର୍ବାଚନରେ ଆପ୍ ଓଡ଼ିଶା ରାଜନୀତିରେ ଅଗ୍ରଣୀ ଭୂମିକା ନେବାକୁ ଯାଉଛି। ତେଣୁ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ଆପ୍ ପ୍ରାର୍ଥୀକୁ ଜିତାଇବା ପାଇଁ ଏବେଠାରୁ ଲାଗିବା ପାଇଁ ସହମତି ପ୍ରକାଶ ପାଇଛି। ଏହି ନିର୍ବାଚନ ମଣ୍ଡଳୀରୁ କିଏ ଆପ୍ ରୁ ପ୍ରାର୍ଥୀହେବେ ତାହା କର୍ମୀମାନେ ହିଁ ନିଷ୍ପତ୍ତି ନେବେ। ଉପରୁ ପ୍ରାର୍ଥୀ ଲଦାଯିବ ନାହିିଁ। ନିର୍ବାଚନ ମଣ୍ଡଳୀର ସମସ୍ତ ସମସ୍ୟା ସାଧାରଣ ଜନତାଙ୍କ ପରାମର୍ଶ ଅନୁଯାଇ ଦୂର କରାଯିବ। ସମାବେଶରେ କୃଷି ଓ କୃଷକ ସମସ୍ୟା, ଶ୍ରମିକ ସମସ୍ୟା, ବେରୋଜଗାର ସମସ୍ୟା, ଡ୍ରାଇଭରଙ୍କ ସମସ୍ୟା ତଥା ମୟୂରଭଞ୍ଜର ସାଧାରଣ ସମସ୍ୟା ଉପରେ ଆଲୋଚନା ହୋଇଥିଲା।  ଅନ୍ୟ ଯେଉଁମାନେ ମତ ବ୍ୟକ୍ତ କରିଥିଲେ ସେମାନେ ହେଲେ ଶ୍ରୀ ମନୋରଞ୍ଜନ ବେହେରା, ଶ୍ରୀ ଅଶୋକ ସାହୁ, ଶ୍ରୀ ବିଶ୍ଵନାଥ ହେମ୍ବ୍ରମ, ଶ୍ରୀ ହୀରାଲାଲ ସାହୁ, ଶ୍ରୀ ଗୌରହରି ବେହେରା, ଶ୍ରୀ ଅନନ୍ତ ଗିରି, ଶ୍ରୀ ବାସୁଦେବ ବେହେରା, ସେକ୍ ଆକବର, ଶ୍ରୀ ସାହେବ ନାଏକ ପ୍ରମୁଖ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପଦ୍ମଶ୍ରୀ ବାବା ବଳିଆଙ୍କୁ ନାଗରିକ ସମ୍ବର୍ଦ୍ଧନା ଆସନ୍ତା ୧୩ରେ

Sunil Chandra Nayak

ସାମ୍ବାଦିକମାନଙ୍କୁ ଆକ୍ରମଣର ସୁରକ୍ଷା ସହିତ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଗୋଳାମୁଣ୍ଡାଓ କେଗାଁ ଥାନାରେ ଜନକଲ୍ୟାଣ ସଙ୍ଘର ଦାବିପତ୍ର ପ୍ରଦାନ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ପଶ୍ଚିମ ଓଡ଼ିଶାର ନୂଆଖାଇ 

Sunil Chandra Nayak

Leave a Comment

error: Content is protected !!