ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମନମୁଣ୍ଡା ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବୌଦ୍ଧ -20/11 – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଥାନା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ମିଳିଥିବା ସୂଚନା ଅନୁଯାୟୀ ଆଜି ମନମୁଣ୍ଡା ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ ଙ୍କ ତତ୍ତ୍ୱାବଧାନରେ ଏକ ରକ୍ତ ଦାନ ଶିବିର ମନମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଏହି ରକ୍ତ ଦାନ ଶିବିର ରେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟୀ ମିନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ମହିଳା ଓ ପୁରୁଷ ମିଶି ରକ୍ତଦାନ କରିଥିଲେ ।ଉକ୍ତ ଶିବିରରେ ସମୁଦାୟ ମୋଟ 61 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ମନମୁଣ୍ଡା ହସ୍ପିଟାଲ ର ଡାକ୍ତର ଓ ନର୍ସ ଏହି ଶିବିରରେ ସହଯୋଗ କରିଥିଲେ। ପୋଲିସ ପକ୍ଷରୁ ଏପରି ଜନହିତକାରି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ପୋଲିସ ବିଭାଗ ପ୍ରତି ଭୂରି ଭୂରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଭିଜିଲାନ୍ସ ଯନ୍ତାରେ ଲାଞ୍ଚୁଆ ରରୁଆଁ ତହସିଲଦାର ଏବଂ ଅମିନ

ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମ ଦିନକୁ ସ୍ମରଣୀୟ କରିବ କଳାହାଣ୍ଡି ଯୁବ ଓ ଛାତ୍ର ଜନତା ଦଳ

Sunil Chandra Nayak

Leave a Comment

error: Content is protected !!