ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରଦ୍ଧା ଶକ୍ତି ସେବା ସଂଗଠନ ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଢେ଼ଙ୍କାନାଳ (ମସୀହା) ଅଦ୍ଯ ତା ୨୦/୧୧/୨୨ରିଖ ରବିବାର, ଅପରାହ୍ନ ୩ ଘଟିକା ସମୟ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ଦ୍ବାରା ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମ ରେ ରାସୋଳ ପି:ଡବ୍ଲୁ:ଡି ଡାକ ବଙ୍ଗଳା ଠାରେ ମାନ୍ୟବର ଢେଙ୍କାନାଳ ଲୋକସଭା ସାଂସଦ ତଥା ଆଗେଇବା ପରିବାର ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ମହେଶ ସାହୁ ଆମ ପ୍ରତିଭା ଆମ ସମ୍ମାନ‌ (ଢେଙ୍କାନାଳ) ର ସଭାପତି ପ୍ରିୟ ରଞ୍ଜନ ମାହୁନ୍ତ ,ଆଗେଇଵା ପରିଵାର ର ସହ ସମ୍ପାଦକ ଗଦାଧର ସାହୁ ଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା କରିବା ସହିତ ରାସୋଳ ଡାକ୍ତରଖାନା ରେ ସ୍ଥାୟୀ ଡାକ୍ତର ତଥା ଆବଶ୍ୟକୀୟ କର୍ମଚାରୀ ଏବଂ ରାସୋଳ ଠାରୁ ଚିଲତଇଳା ରାସ୍ତା,ମୁଣ୍ଡିଆପଷି ରୁ ଚିତଲ ପୁର ରାସ୍ତା କାମ କୁ ତ୍ବରାନ୍ବିତ କରିବାକୁ ତଥା ମହିଳା ମାନଙ୍କର ସଶକ୍ତି କରଣ ନିମନ୍ତେ ଓଡିଶା ଜୀବିକା ନିର୍ବାହ ମିଶନ ଦ୍ଵାରା ଉତ୍ପାଦନକାରୀ ସଂସ୍ଥା ର ଗଠନ ନିମିତ୍ତ ସହାୟତା କରିବା ପାଇଁ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ରାସୋଳ ସମେତ କୁନୁଆଁ,ନୁଆବଗ ,ବୁହାଳିପାଳ,ମାଧପୁର,ନବକିଶୋର ପୁର,ଗଣ୍ଡାନାଳୀ,ବାଉଁଶ ପୋଖରୀ,କଳିଙ୍ଗା,ଜରଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସମୂହ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ ରାସୋଳ ବିକାଶ ପରିଷଦର ସମସ୍ତ କର୍ମକର୍ତ୍ତା ଗଣ ,କୁମାର କ୍ଲବ(ରାସୋଳ),ସନରାଇଜ କ୍ଲବ,ରାସୋଳ ମହାଲକ୍ଷ୍ମୀ ବାଣିଜ୍ୟ ସଂଘ,ତେଲିଭୁଇଁ ବିଷ୍ନୁପ୍ରିୟା ବାଣିଜ୍ୟ ସଂଘ,ଶ୍ରଦ୍ଧା ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀ,ଗୋପୀନାଥ ସ୍ବର୍ଣାକାର ସଂଘ ତଥା ରାସୋଳ ଗ୍ରାମବାସୀଙ୍କ ଉପସ୍ଥିତି ରେ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି।ତତ୍ ସହିତ ହିନ୍ଦୋଳ ବ୍ଲକ ସ୍ତରୀୟ କୃତି ଛାତ୍ର ଛାତ୍ରୀ ଙ୍କୁ ଆମ ପ୍ରତିଭା ଆମ ସମ୍ମାନ (ଢେଙ୍କାନାଳ) ତରଫ ରୁ ମାନପତ୍ର,ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଛି। ପରିଶେଷରେ ସଭାପତି ଵିଭୁ ପ୍ରସାଦ ଶତପଥୀ ଧନ୍ୟଵାଦ ଜ୍ଞାପନ କରି ଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଚାଲ ଗଛ ଲଗାଇବା ପରିବେଶ ବଞ୍ଚାଇବା” ଗୀତର ପୋଷ୍ଟର ଉନ୍ମୋଚିତ 

Sunil Chandra Nayak

ପାନ ଇଣ୍ଡିଆ ପକ୍ଷରୁ ତାଳୁକ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ଅବସରରେ ଅଟଳ ଟିଙ୍କରିଁ ଦିବସ -୨୦୨୨ ପାଳିତ  

Sunil Chandra Nayak

Leave a Comment

error: Content is protected !!