ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୟୁଏସ୍ଆଇ ସଂଗଠନ ପକ୍ଷରୁ ଚାରା ରୋପଣ ଓ ଚାଷୀଙ୍କୁ ବିହନ ବଣ୍ଟନ ସହ ସମ୍ବର୍ଦ୍ଧନା

ମୟୂରଭଞ୍ଜ/ (୨୯/୦୮/୨୦୨୨ (ମସିହା)  ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ସନ୍ନିକଟ କୁନ୍ତି ନନ୍ଦଙ୍କ ବାଡ଼ିରେ ପପେୟା ଚାରା,ତାଳଗାଁ ଗ୍ରାମ ସୁରେନ୍ଦ୍ର ନାଏକଙ୍କ ବାଡ଼ିରେ ମହାନିମ୍ବ ଚାରା,ଜାମଦା ହାଟସାହି ନିକଟସ୍ଥ ବିର୍ସା କଣ୍ଡାଙ୍କେଲ୍ ଙ୍କ ବଗିଚାରେ ସେଓ ଚାରା,ଲିଚୁ ଚାରା,ନିଦ୍ରାବତୀ ଚାରା,ଡାଳିମ୍ବ ଚାରା, ପିଜୁଳି ଚାରା,ଲେମ୍ବୁ ଚାରା,ରକ୍ତ ଚନ୍ଦନ,ତୁତ୍,ଓଉ,କୁମକୁମ୍, ତଲଖ ଚାରା;ସେହିପରି ବମ୍ବେଛକ(ଜାମଦା) ମଙ୍ଗଲ ସିଂ ଟୁଡୁଙ୍କ ବଗିଚାରେ ଡାଳିମ୍ବ ଓ ଲେମ୍ବୁ ଚାରା,ଦୁମାଡ଼ିହି ବାବୁ ଶତପଥୀଙ୍କ ବଗିଚାରେ କଦମ୍ବ,ନିଦ୍ରାବତୀ,ତୁତ୍ ଆଦି ଚାରା ୟୁଏସ୍ଆଇ ସଂଗଠନର ସଂଯୋଜକ ପ୍ରଶ୍ନ କୁମାର ଶତପଥୀଙ୍କ ଜରିଆରେ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି |ଏଥି ସହ ୟୁଏସ୍ଆଇ ସଂଗଠନ ପକ୍ଷରୁ ଜାମଦା ବ୍ଲକର ଜାମଦା ହାଟ ସାହିର ପୁରୁଷ ଓ ମହିଳା ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ୧୦ ଜଣ ଚାଷୀଙ୍କୁ ୪କେଜି ମକା ବିହନ ବଣ୍ଟନ କରିବା ସହ ଭେଣ୍ଡି,ହରଡ଼,ବିଭିନ୍ନ ପ୍ରକାରର ଶାଗ ବିହନ ଓ ‘ୟୁଏସ୍ଆଇ କାର୍ଡ’ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ଓ ମୁଖ୍ୟ ଅତିଥି ଭୁତପୂର୍ବ ସରପଞ୍ଚ ତଥା ଆଇନଜୀବୀ ବିର୍ସା କଣ୍ଡାଙ୍କେଲ ଯୋଗ ଦେଇ ୧୦ ଜଣ ଚାଷୀଙ୍କୁ ପ୍ରଦାନ କରିବା ସହ ସମ୍ବର୍ଦ୍ଧନା କରାଯାଇଛି | ଜାନୁୟାରୀ ମାସରୁ ଆଜି ସୁଦ୍ଧା ମୋଟ ୯୩ ଜଣ ଚାଷୀଙ୍କୁ ପନିପରିବା ବିହନ,ଶାଗ ବିହନ ପ୍ରଦାନ କରିବା ସହ ଉତ୍ତରୀୟ ପ୍ରଦାନ କରାଯାଇଛି |ଏସବୁ କାର୍ଯ୍ୟ ପାଇଁ ସଂଗଠନର ଅଧ୍ୟକ୍ଷ ବନୋଜ ତ୍ରିପାଠୀ,ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ର ଡଃ ରଶ୍ମିରେଖା ସାହୁ,ପ୍ରତିଷ୍ଠାତା ଅଖିଲ୍ କୁମାର ସାହୁ, ଆବାହକ ପ୍ରତୀକ୍ଷା ମିଶ୍ର,କୋଷାଧ୍ୟକ୍ଷ ଅତୁଲବାଳା ଦାଶ, ସଂଯୋଜିକା ପିଙ୍କି ଶତପଥୀଙ୍କ ସହଯୋଗରେ ଚାରା କିଣାଯାଇ ଏବଂ ସଂଯୋଜକ ପ୍ରଶ୍ନ କୁମାର ଶତପଥୀଙ୍କ ଦ୍ବାରା ବିଭିନ୍ନ ଚାରା ପ୍ରସ୍ତୁତ କରାଯାଇ ମୟୂରଭଞ୍ଜ ଜିଲ୍ଲା ର ବିଭିନ୍ନ ବ୍ଲକ ଅଞ୍ଚଳରେ ଚାରା ରୋପଣ କରାଯିବା ସହ ଉନ୍ନତ ମାନର ବିଭିନ୍ନ ପନିପରିବା ବିହନ ବଣ୍ଟନ କରାଯାଉଛି |ଆଜି ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାରେ ୟୁଏସ୍ଆଇ ସଂଗଠନ ତରଫରୁ ୯,୯୭୦(ନଅ ହଜାର ନଅ ଶହ ସତୁରୀ)ଗୋଟି ଚାରା ରୋପଣ ହୋଇପାରିଥିବା ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ସୂଚନା ପ୍ରଦାନ କରିଛନ୍ତି |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପଞ୍ଚାୟତରାଜ ତାଲିମ ପାଇଁ କଳାହାଣ୍ଡି ରୁ ଦିଲ୍ଲୀରେ ପ୍ରତିନିଧିତ୍ୱ କଲେ ଲଡୁଗାଁ ସରପଞ୍ଚ

Sunil Chandra Nayak

କାଣିଗୁମା ଗ୍ରାମପଞ୍ଚାୟତର ନବନିର୍ବାଚିତ ପ୍ରତିନିଧିଙ୍କୁ ଗ୍ରାମ ବିକାଶ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା

କଳାହାଣ୍ଡି ଏସପିଙ୍କୁ ସାକ୍ଷାତ କଲେ  ଏ ଓଏସ୍ ସିଏଫ କାର୍ଯ୍ୟକର୍ତ୍ତା

Leave a Comment

error: Content is protected !!