ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୀକ୍ଷିରାମ ମେହେର ଙ୍କ କବିତା ଆଜିବି ବଞ୍ଚିଛି ତୁମରି ପାଇଁ

ଆଜିବି ବଞ୍ଚିଛି ତୁମରି ପାଇଁ

 

ଆଖିରୁ ଝରୁଛି ଅସରାଏ ଲୁହ

କେବଳ ତୁମରି ପାଇଁ,

କଥା ଦେଇ ମୋତେ ଚାଲିଗଲ ତୁମେ

ଆଉ ଜମା ଫେର ନାହିଁ।

 

ଅଭୁଲା ସ୍ମୃତିକୁ ସାଉଁଟି ଆଜି ମୁଁ

ଯନ୍ତ୍ରଣାକୁ ଭୋଗୁ ଅଛି।

କେମିତି କହିବି ବଞ୍ଚିଛି କେମିତି

ଭାଷା ଆସୁ ନାହିଁ କିଛି।

 

ମନ ପ୍ରାଣ ଦେଇ ଭଲ ପାଇ ଥିଲି

କରିନି ପ୍ରେମରେ ଉଣା,

ମିଠା କଥା କହି ଛାଡି ଚାଳିଗଲ

କରି ଦେଇ ବାଟ ବଣା।

 

ମୁକ୍ତ ଆକାଶର ପକ୍ଷୀ ଟିଏ ଭାବି

ଡେଣା ମୋର କାଟିଦେଲ

ଭଲ ପାଇବାର ଏ କି ଉପହାର

ଜୀବନରେ ଭରିଦେଲ।

 

ଫେରି ଆସ ସାଥି ଅପେକ୍ଷା କରିଛି

ତୁମରି ପଥକୁ ଚାହିଁ,

ଅବୁଝା ହୁଅନା ହୃଦୟ ଗହଣା

ହୃଦ ଜମା ମାନୁ ନାହିଁ।

 

ଆଜିବି ବଞ୍ଚିଛି ତୁମ ଆଶ୍ରା ନେଇ

ଗଢିବି ନୂଆ ଦୁନିଆଁ,

ଭାଙ୍ଗି ଦିଅ ନାହିଁ ସପନ ମୋହର

କରିନିଅ ହେ କନିଆଁ।

 

ଆଜିବି ବଞ୍ଚିଛି ତୁମରି ପାଇଁ ମୁଁ

ସାଜିବି ତୁମ ସଙ୍ଗିନୀ,

ମନକଥା ମେନେ ସାଇତି ରଖିଛି

ହେବି ତୁମ ଅର୍ଦ୍ଧାଙ୍ଗିନୀ।

 

ରୀକ୍ଷିରାମ ମେହେର

ସାନପୋଡ଼ାଗୁଡା

Related posts

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଚାଳନା ଦାୟିତ୍ବ କାହାର?

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ସଂଧ୍ୟାଦୀପ

Sunil Chandra Nayak

ଟେଣ୍ଟ ମାଲିକ ସଂଘର ନୂଆଁଖାଇ ଭେଟଘାଟ,ନାଚଗୀତରେ ଝୁମିଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ

Sunil Chandra Nayak

Leave a Comment

error: Content is protected !!