ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାମଦା ଆର୍ ଡ଼ି ଓ ପିଡବ୍ଲ୍ୟୁ ରାସ୍ତା ପାଲୋଟିଛି ଗାଡ଼ିଆ, ମରାମତି ପାଇଁ ଦାବି

ମୟୂରଭଞ୍ଜ -୨୯/୮/୨୨(ମସିହା)  ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକର ସୁନାମରା ଛକ ରୁ ଜାମଦା ହାଟପଡ଼ିଆ ରାସ୍ତାଟି ମରାମତି ଅଭାବରୁ ଖଣ୍ଡିଆଖାବରା ହେବା ସହ ସ୍ଥାନେସ୍ଥାନେ ଜଳାଶୟମାନ ହେଇଥିବାର ଦେଖିବାକୁ ମିଳିଛି |ଜାମଦା ବ୍ୟାଙ୍କ ଅଫ ଇଣ୍ଡିଆ ଦେଇ ଆସିଥିବା ଆର୍ ଡ଼ି ଓ ପିଡବ୍ଲ୍ୟ ରାସ୍ତାରେ ପାଣି ଜମି ରହୁଥିବା ଯୋଗୁଁ ରାସ୍ତାଟି ଗାଡ଼ିଆରେ ପରିଣତ ହେଇଛି |ଫଳରେ ଦୈନିକ ଯାତାୟାତ କରୁଥିବା ବସ୍,ଛୋଟବଡ଼ ଯାନ,ବାଇକ୍ ଟାଳକ,ବିଦ୍ୟାର୍ଥୀଗଣ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖିନ ହେଉଥିବାର ନଜିର ରହିଛି |ନିକଟରେ ଜାମଦା ପଞ୍ଚାୟତ,ଆର୍ ଆଇ ଅଫିସ୍,ଅଳ୍ପ ଦୂରରେ ଜାମଦା ବ୍ଲକ,ଡାକ୍ତରଖାନା,ବିଭିନ୍ନ ଶିକ୍ଷାନୁଷ୍ଠାନ ରହିଥିବା ସତ୍ତ୍ବେ ରାସ୍ତାଟି ମରାମତି ନ ହେବା ଅତ୍ୟନ୍ତ ପରିତାପର ବିଷୟ |ପ୍ରଶାସନ ଏଥିପ୍ରତି ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନିରୁପମା ପାଣି  ଙ୍କ କବିତା ଶ୍ରାବଣ ଭିଜାଏ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଖେଲୋ ଇଣ୍ଡିଆ ରେ ଭାଗ ନେଇଥିବା ଉଷୁ ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!