ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଦାରିଦ୍ର୍ୟ ଭଞ୍ଜନୀ ମହାଲକ୍ଷ୍ମୀ 

ଦାରିଦ୍ର୍ୟ ଭଞ୍ଜନୀ ମହାଲକ୍ଷ୍ମୀ 

ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ
ବରୁଣ ରାଜ ନନ୍ଦିନୀ
ପରମ କଲ୍ୟାଣୀ ବିଷ୍ଣୁ ପାଟରାଣୀ
ମହାଲକ୍ଷ୍ମୀ ନାରାୟଣୀ
ଅଭୟ ଦାୟିନୀ ଶାନ୍ତି ପ୍ରଦାୟିନୀ
କମଳ ପୁଷ୍ପରେ ଶ୍ରଦ୍ଧା
ଦାରିଦ୍ର୍ୟ ଭଞ୍ଜନୀ ଦୁଃଖ ନିବାରଣୀ
ଯା ନାମେ ଘୁଞ୍ଚଇ ବାଧା
ପଡ଼ିଦାତ୍ରୀ ଲକ୍ଷ୍ମୀ ଠାକୁରାଣୀ ବୋଲି
ଭକ୍ତି ମନରେ ସୁମରି
ଗୁରୁବାର ଶୁକ୍ଳ ଦଶମୀ ତିଥିରେ
ପୂଜୁଥାନ୍ତି ନର ନାରୀ
ଦୟାକଲେ ଥରେ ଧନ, ଜନ, ଗୋପ
ଭଣ୍ଡାର ପସରା ମେଲି
ଭକ୍ତିରେ ପ୍ରସନ୍ନ ହୋଇଲେ ଜନନୀ
ମମତା ବନ୍ଧନ ଖୋଲି 
ବାଇ ଠାକୁରାଣୀ ଦୟା କରି ଥିବ
ନ ରହୁ ଦୁଃଖ କଷଣ
ଜଗତ କଲ୍ୟାଣ କର ମହାମାୟୀ
କରୁଛୁ ପାଦେ ବନ୍ଦନ
ଏହି ଆମ ନିବେଦନ

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ

Related posts

ଦରଦୀ ଜିଲ୍ଲା ପାଳଙ୍କ ନିର୍ଦେଶ ରେ ମିଳିତ ତଦନ୍ତ ପକ୍ରିୟା ପାଇଁ 40 ଦଳିତ ପରିବାର ସାତଭାୟା ଥଇଥାନ ଅପେକ୍ଷା ରେ ସମୟ ବିତୁଛି,!

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ବାଟରେ ଖରାପ ହେଲା ଆମ୍ବୁଲାନ୍ସ, ଆମ୍ବୁଲାନ୍ସ ଭିତରେ ଜନ୍ମ ଦେଲେ ଗର୍ଭବତୀ

Sunil Chandra Nayak

Leave a Comment

error: Content is protected !!