ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଷ୍ଟ୍ରିଟି ଲାଇଟ୍ ପାଇଁ ଏକର ଏକର ଧାନ ଚାଷ ନଷ୍ଟ :ଚିନ୍ତା ରେ ଚାଷୀକୂଳ 

କାମାକ୍ଷାନଗର (ମ ନି ସ)1/12 / ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ବାଇସିଙ୍ଗା ପଂଚାୟତ ମାଳପୁରା ଠାରେ ଦେଖିବାକୁ ମିଳିଛି ଷ୍ଟ୍ରିଟି ଲାଇଟି ପାଇଁ ଏକର ଏକର ଧାନ ଚାଷ ନଷ୍ଟ ହେବାକୁ ବସିଲାଣି l ଚାଷୀ ଙ୍କ ପାଇଁ କାହାର ଦରଦ ଅଛି ନା ଚିନ୍ତା ଅଛି  lଚାଷୀ କୁଳ ଏବେ ହତାଶ l ମୋଟା ମୋଟି ଭାବରେ କହିବା ଗଲେ ତାଳଚେର ଠାରୁ ଡ଼ୁବୁରୀ ସଂଯୋଗ କରୁଥିବା ୫୩ନମ୍ବର ଜାତୀୟ ରାଜପଥ ଦୁଇ କଡ଼ରେ ଷ୍ଟ୍ରିଟି ଲାଇଟି ଲଗାଯାଇଛି l ରାତ୍ର ସମୟ ରେ ଲାଇଟି ଗୁଡିକ ଜଳୁ ଥିବାରୁ ରାସ୍ତା କଡ଼ ଜମି ଗୁଡିକ ରେ ଧାନ ଚାଷ ବ୍ୟାପକ କ୍ଷତି ହୋଇଛି l ଜୀବନ ବଂଚିବାକୁ ଆଲୋକୀ କରଣ ହେଲା ସତ , କିନ୍ତୁ ଜୀବିକା ପ୍ରଭାବିତ ହୋଇଛି ,ଚାଷୀ ଧାର କରଜ କରି ଧାନ ଚାଷ କରିଛି ସତ କିନ୍ତୁ ଲାଇଟି ବଇରୀ ସାଜିଛି କେତେ ବେଳେ ଅଦିନିଆ ବର୍ଷା ଆସୁଛି ତ କେତେ ବେଳେ ମରୁଡି ଚାଷୀ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ଜୀବନ ସହ ସଂଗ୍ରାମ କରୁଛି ସରକାର ଙ୍କ ଚାଷୀଙ୍କ ପାଇଁ ମାଳ ମାଳ ଯୋଜନା କରୁଛନ୍ତି ସତ କିନ୍ତୁ ତାହା କାଗଜ କଲମ ରେ ସୀମିତ ହୋଇ ରହି ଯାଉଛି ଯଦି ସରକାର ଙ୍କ ତରଫରୁ ଏ ହତଭାଗା ଚାଷୀ ଙ୍କୁ ତାଙ୍କ ର କ୍ଷତି ପୂରଣ ମିଳି ପାରନ୍ତା ଚାଷୀ ତା ଜୀବିକା କୁ ବଂଚି ପାରନ୍ତା l ଦେଖିବାକୁ ବାକି ରହିଲା କେଵେ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଚାଷୀ ର ଦୁଃଖ ଦୂର କରୁଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସାଇକେଲ ଆରୋହୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ରାସ୍ତା ଅବରୋଧ ନେଇ ପୋଲିସ ଓ ପ୍ରଶାସନକୁ ଦୁର୍ବ୍ୟବହାର ମାମଲାରେ ୭ ଜଣ କୋର୍ଟ ଚାଲାଣ 

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା କିଛି ରହିଗଲା ଵାକୀ 

Sunil Chandra Nayak

ଜିଲ୍ଳା ଜଜ୍ ଙ୍କ ଅଦାଲତ ରେ କର୍ମରତ ଅଧିକାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!