ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ସଡକ ନିରାପତ୍ତା କ୍ଷୁଦ୍ର ଚଳଚ୍ଚିତ୍ର ରେ କୋକସରା ବ୍ଲକ ଓମ ଙ୍କ କମାଳ

ଶ୍ରେଷ୍ଠ ନିର୍ଦେଶକ ପୁରସ୍କାର

କୋକସରା,୨୯/୬-(  ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମର ଯୁବକ ଓମ ପାଣିଗ୍ରାହୀ ଙ୍କୁ ମିଲିଛି ସଫଳତା । ଓଡିଶା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପୁରୀ ଟାଉନ ହଲ ଠାରେ ଆୟୋଜିତ ଜାତୀୟ ସଡକ ନିରାପତ୍ତା କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବରେ ଅଣ ଓଡିଆ ବର୍ଗରେ ଓମ ପାଣିଗ୍ରାହୀ ଙ୍କ ଦ୍ଵାରା ନିର୍ଦ୍ଦେଶିତ “ହ୍ବିସ୍ପର ଅଫ ଦ କ୍ରାଉନ” କ୍ଷୁଦ୍ର ଚଳଚିତ୍ର କୁ ଉଚ୍ଚ ପ୍ରଶଂସିତ ସହ ପୁରସ୍କୃତ କରାଯାଇଛି। ଏହି କ୍ଷୁଦ୍ର ଚଳଚ୍ଚିତ୍ର ହ୍ବିସ୍ପର ଅଫ ଦ କ୍ରାଉନ ସଡକ ସୁରକ୍ଷା କୁ ନେଇ ହେଲମେଟ ବ୍ୟବହାର ଉପରେ ନିର୍ମାଣ କରାଯାଇଛି। ଗତ ୨୫ ତାରିଖ ପୁରୀ ଟାଉନ ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଯୋଗଦେଇ କିଛି ମୁହୂର୍ତ୍ତ ର କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନତା କରିବା ବାସ୍ତବିକ ଆହ୍ୱାନ ପୂର୍ଣ୍ଣ ବୋଳି ମତ ରଖିଥିଲେ। ଏହା ବ୍ୟତୀତ ଏହି ଉତ୍ସବ ରେ ହାଇକୋର୍ଟ ର ଅନ୍ୟତମ ବିଚାରପତି ମୁରାହାରି ଶ୍ରୀ ରମଣ, ପୋଲିସ ଡିଜି ସୁନିଲ ବଂଶଲ, ରାଜ୍ୟ ପରିବହନ କମିଶନର ଅରୁଣ ବୋଥ୍ରା ପ୍ରମୂଖ ଅତିଥି ଭାବେ ଉପସ୍ଥିତ ରହିଥଲେ। କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ରେ ବିଚାରକ ଭାବେ କୁନା ତ୍ରିପାଠୀ, ସିଦ୍ଧାନ୍ତ ମହାପାତ୍ର, ଧରିତ୍ରୀ ପଟ୍ଟନାୟକ, ସୁଜିତ ମହାପାତ୍ର, ରାଜେଶ ଟଚରିଭର ରହିଥିଲେ। ଅଣ ଓଡିଆ ବର୍ଗର କ୍ଷୁଦ୍ର ଚଳଚ୍ଚିତ୍ର ହ୍ବିସ୍ପର ଅଫ ଦ କ୍ରାଉନ ପାଇଁ ଓମ ପାଣିଗ୍ରାହୀ ଓ ବିବେକ ବିଜୟନ ଙ୍କୁ ଯୁଗ୍ମ ନିର୍ଦେଶକ ଭାବେ ପୁରସ୍କୃତ କରାଯାଇଛି। ଓମ ପାଣିଗ୍ରାହୀ ହେଉଛନ୍ତି କୋକସରା ବ୍ଲକ ମାଝୀଗୁଡା ଗାଁ ର ଶିକ୍ଷକ ରାଜାରାମ ପାଣିଗ୍ରାହୀ ଓ ହୀରାଦ୍ରିଙ୍କ  ବଡ଼ ପୁଅ। ଓମ କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟି ରେ ଏମ.ବି.ଏ କରିବା ପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତି ଆକର୍ଷିତ ହୋଇ ସେହି କ୍ଷେତ୍ରରେ ନିଜର ପାରିଦର୍ଶିତା ରେ ସଫଳ ନିର୍ଦେଶନା ଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଓମ ପାଣିଗ୍ରାହୀ ଙ୍କ ଏହି କୃତିତ୍ୱ ପାଇଁ କୋକସରା ବ୍ଲକ ର ବିଭିନ୍ନ ବର୍ଗରୁ ଓମ ଓ ତାଙ୍କ ପରିବାର ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Related posts

ଜାତୀୟ ସମ୍ବିଧାନ ଦିବସ ଅବସରରେ ଓଡିଶା ସାମ୍ୱାଦିକ ସଙ୍ଘ (ଓଜେୟୁ) ନବରଙ୍ଗପୁର ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର

Sunil Chandra Nayak

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ବାରା ନିର୍ମିତ କଳାହାଣ୍ଡି ଜିଲ୍ଲାର ୨ଟି ପ୍ରକଳ୍ପ ର ଲୋକାର୍ପଣ ସହ ୧ ଟି ପ୍ରକଳ୍ପ ର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ 

Sunil Chandra Nayak

କୂଅ ଭିତରୁ ମୃତ ଗାଈ କୁ ଉଦ୍ଧାର କଲେ ଦମକଳ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!