ଜୁନାଗଡ଼,୨୯/୮( ମ ନି ସ ) ଜୁନାଗଡ଼ ବ୍ଲକ ବୁଢ଼ୀଦର ପଂଚାୟତ ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ୨୭୩ ଗୋଟି ଅଭିଯୋଗ ର ଶୁଣାଣି ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ ରାଜେନ୍ଦ୍ର ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଜୁନାଗଡ଼ ବ୍ଲକ ଅଧ୍ୟକ୍ଷl ସବିତା ମେହେର ,ଉପାଧ୍ୟକ୍ଷ ପ୍ରମୋଦ ବେହେରା , ବି ଡି ଓ ଦୁଲାରlମ ମାରାଣ୍ଡି ,ତହସିଲଦାର ବେଦବ୍ୟାସ ଭୋଇ ,ବ୍ଲକ ଚିକିତ୍ସା ଅଧିକାରୀ ଡ଼ଃ ଭାଗବlନ ପଣ୍ଡା ,ବି ପି ଓ ଡ଼ଃ ସୋମ୍ୟ ବେହେରା ପ୍ରମୁଖ ରହିଥିବା ବେଳେ ବୁଢ଼ୀଦର ଓ ବଂlକପଳାସ ଗ୍ରାମ ପଞ୍ଚାୟତ ରୁ ୨୮୯ ଗୋଟି ଦରଖାସ୍ତ ଆସିଥିଲl ଏବଂ ୨୭୨ ଅଭିଯୋଗ ଶୁଣାଣି ହୋଇଥିଲା l ଏଥିରେ ସ୍ୱାସ୍ଥ୍ୟ , ଶିକ୍ଷା ,ରାସ୍ତାଘାଟ ,ପରିମଳ ,ଆବାସ ଗୃହ ,ଭତ୍ତା ,ସାଧାରଣ ବଣ୍ଟନ ପ୍ରଭୃତି ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣି ଏହା ଉପରେ ଶୁଣାଣି କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପି ଡବ୍ଲୁ ଡ଼ି ଏସ ଡି ଓ ମୁର୍ମୁ ,କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗାୟତ ସୋରେନ ,ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ବର୍ଷା ରାଣୀ ପଗଡ଼ା , ଡବ୍ଲୁ ଇ ଓ ସୁମନ୍ତ ମାଝୀ , ସମାଜ ମଙ୍ଗଳ ଅଧିକାରୀ ତୁଷାର ରଂଜନ ସାହୁ , ବୁଢ଼ୀଦର ସରପଞ୍ଚ ଯଜ୍ଞସେନି ପଣ୍ଡା ,ବାଙ୍କ ପଲlସ ସରପଞ୍ଚ ସଂଯୁକ୍ତା ମାଝୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l
ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ