ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ୍ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

ଜୁନାଗଡ଼,୨୯/୮( ମ ନି ସ ) ଜୁନାଗଡ଼ ବ୍ଲକ ବୁଢ଼ୀଦର ପଂଚାୟତ ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ୨୭୩ ଗୋଟି ଅଭିଯୋଗ ର ଶୁଣାଣି ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ ରାଜେନ୍ଦ୍ର ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଜୁନାଗଡ଼ ବ୍ଲକ ଅଧ୍ୟକ୍ଷl ସବିତା ମେହେର ,ଉପାଧ୍ୟକ୍ଷ ପ୍ରମୋଦ ବେହେରା , ବି ଡି ଓ ଦୁଲାରlମ ମାରାଣ୍ଡି ,ତହସିଲଦାର ବେଦବ୍ୟାସ ଭୋଇ ,ବ୍ଲକ ଚିକିତ୍ସା ଅଧିକାରୀ ଡ଼ଃ ଭାଗବlନ ପଣ୍ଡା ,ବି ପି ଓ ଡ଼ଃ ସୋମ୍ୟ ବେହେରା ପ୍ରମୁଖ ରହିଥିବା ବେଳେ ବୁଢ଼ୀଦର ଓ ବଂlକପଳାସ ଗ୍ରାମ ପଞ୍ଚାୟତ ରୁ ୨୮୯ ଗୋଟି ଦରଖାସ୍ତ ଆସିଥିଲl ଏବଂ ୨୭୨ ଅଭିଯୋଗ ଶୁଣାଣି ହୋଇଥିଲା l ଏଥିରେ ସ୍ୱାସ୍ଥ୍ୟ , ଶିକ୍ଷା ,ରାସ୍ତାଘାଟ ,ପରିମଳ ,ଆବାସ ଗୃହ ,ଭତ୍ତା ,ସାଧାରଣ ବଣ୍ଟନ ପ୍ରଭୃତି ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣି ଏହା ଉପରେ ଶୁଣାଣି କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପି ଡବ୍ଲୁ ଡ଼ି ଏସ ଡି ଓ ମୁର୍ମୁ ,କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗାୟତ ସୋରେନ ,ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ବର୍ଷା ରାଣୀ ପଗଡ଼ା , ଡବ୍ଲୁ ଇ ଓ ସୁମନ୍ତ ମାଝୀ , ସମାଜ ମଙ୍ଗଳ ଅଧିକାରୀ ତୁଷାର ରଂଜନ ସାହୁ , ବୁଢ଼ୀଦର ସରପଞ୍ଚ ଯଜ୍ଞସେନି ପଣ୍ଡା ,ବାଙ୍କ ପଲlସ ସରପଞ୍ଚ ସଂଯୁକ୍ତା ମାଝୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ରାଉରକେଲା ସ୍ପୋର୍ଟସଆସୋସିଏସନ୍ ପକ୍ଷରୁ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ସୟଂଶାସିତ ମହାବିଦ୍ୟାଳୟରେ କ୍ୟାରିଅଁର କାଉନସେଲିଂ

Sunil Chandra Nayak

ନବୀନ ନିବାସରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ମନ୍ତ୍ରୀ,ସାଙ୍ଗଠନିକ ଦାୟିତ୍ୱ ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Leave a Comment

error: Content is protected !!