ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜକୁମାର ଶୈଳଙ୍କୁ କଳାହାଣ୍ଡି ଶିକ୍ଷାଜୋନ୍ ଶିକ୍ଷକ ପୁରସ୍କାର ୨୦୨୨ ପ୍ରାପ୍ତ

ଥୁଆମୂଳ ରାମପୁର:୬/୯- (ମନିସ):- କଳାହାଣ୍ଡି ଜିଲ୍ଲା ଶିକ୍ଷାଜୋନ ଶିକ୍ଷକ ପୁରସ୍କାର ୨୦୨୨ (କଳାହାଣ୍ଡି, ନବରଙ୍ଗପୁର, ନୂଆପଡା) ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡିଶା ପକ୍ଷରୁ ଜଣେ ଏକନିଷ୍ଠ ଶିକ୍ଷକରୂପେ ସମାଜର ବହୁମୂଲ୍ୟ ସେବା ସହିତ ଶିକ୍ଷାକ୍ଷେତ୍ରରେ ଉଲ୍ଳେଖନୀୟ ଭୂମିକା ପାଇଁ ପବିତ୍ର ଗୁରୁଦିବସ ଉପଲକ୍ଷେ ୨୦୨୨ ବର୍ଷ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ଯାଳୟ ସ୍ଥିତ Mission shakti Bhavan ଠାରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ କଳାହାଣ୍ଡି ଶିକ୍ଷାଜୋନ୍ ଶିକ୍ଷକ ପୁରସ୍କାର – ୨୦୨୨ ପାଇଁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜକୁମାର ଶୈଳ ପ୍ରାପ୍ତ କରିଥିବା ଜଣାପଡ଼ିଛି। ଶ୍ରୀ ଶୈଳ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ନୂତନ ଗ୍ରାମପଞ୍ଚାୟତ ଅଧିନରେ ଥିବା ବିଷମଗିରୀ ସରକାରୀ ଆଶ୍ରମ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ଯରତ ଅଛନ୍ତି। ସେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ଖଇରମାଲ ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି, ତାଙ୍କ ପିତା ସର୍ଗତ ବୈଦ୍ଯନାଥ ଶୈଳ, ମାତା ସର୍ଗତ ଧନମତୀ ଶୈଳଙ୍କ ଗର୍ଭରୁ ଜନ୍ମିତ ଅଳିଅଳ ସନ୍ତାନ ଶ୍ରୀଯୁକ୍ତ ରାଜକୁମାର ଶୈଳ। ଶ୍ରୀଯୁକ୍ତ ରାଜକୁମାର ଶୈଳଙ୍କ ଚାକିରୀ ଜୀବନ ଆରମ୍ଭ ହୁଏ ୧୯୯୫ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଡୁମେରପଦର ଗ୍ରାମ ସ୍ଥିତ ସରକାରୀ ଏସ୍ଏସ୍ ଡି ହାଇସ୍କୁଲ ରେ। ପରେ ୨୦୧୪ ମସିହା ଠାରୁ ବର୍ତ୍ତମାନ ଶ୍ରୀଯୁକ୍ତ ଶୈଳ ପ୍ରଧାନ ଶିକ୍ଷକ ଭାବରେ ବିଷମଗିରୀ ସରକାରୀ ଆଶ୍ରମ ବିଦ୍ୟାଳୟରେ କାର୍ଯ୍ଯରତ ଅଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଦୋଳଯାତ୍ରା ଅବସରରେ ପୁରାଣ ପାଠ ଓ ନାମଯଗ୍ୟଁ ଅନୁଷ୍ଠିତ

Sunil Chandra Nayak

ବର୍ଷା ହେଲେ ବିଦ୍ୟାଳୟ ପରିଶର ହୁଏ କୁତ୍ରିମ ପୋଖରୀ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା କିଛି ରହିଗଲା ବାକି 

Sunil Chandra Nayak

Leave a Comment

error: Content is protected !!