ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜକୁମାର ଶୈଳଙ୍କୁ କଳାହାଣ୍ଡି ଶିକ୍ଷାଜୋନ୍ ଶିକ୍ଷକ ପୁରସ୍କାର ୨୦୨୨ ପ୍ରାପ୍ତ

ଥୁଆମୂଳ ରାମପୁର:୬/୯- (ମନିସ):- କଳାହାଣ୍ଡି ଜିଲ୍ଲା ଶିକ୍ଷାଜୋନ ଶିକ୍ଷକ ପୁରସ୍କାର ୨୦୨୨ (କଳାହାଣ୍ଡି, ନବରଙ୍ଗପୁର, ନୂଆପଡା) ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡିଶା ପକ୍ଷରୁ ଜଣେ ଏକନିଷ୍ଠ ଶିକ୍ଷକରୂପେ ସମାଜର ବହୁମୂଲ୍ୟ ସେବା ସହିତ ଶିକ୍ଷାକ୍ଷେତ୍ରରେ ଉଲ୍ଳେଖନୀୟ ଭୂମିକା ପାଇଁ ପବିତ୍ର ଗୁରୁଦିବସ ଉପଲକ୍ଷେ ୨୦୨୨ ବର୍ଷ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ଯାଳୟ ସ୍ଥିତ Mission shakti Bhavan ଠାରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ କଳାହାଣ୍ଡି ଶିକ୍ଷାଜୋନ୍ ଶିକ୍ଷକ ପୁରସ୍କାର – ୨୦୨୨ ପାଇଁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜକୁମାର ଶୈଳ ପ୍ରାପ୍ତ କରିଥିବା ଜଣାପଡ଼ିଛି। ଶ୍ରୀ ଶୈଳ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ନୂତନ ଗ୍ରାମପଞ୍ଚାୟତ ଅଧିନରେ ଥିବା ବିଷମଗିରୀ ସରକାରୀ ଆଶ୍ରମ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ଯରତ ଅଛନ୍ତି। ସେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ଖଇରମାଲ ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି, ତାଙ୍କ ପିତା ସର୍ଗତ ବୈଦ୍ଯନାଥ ଶୈଳ, ମାତା ସର୍ଗତ ଧନମତୀ ଶୈଳଙ୍କ ଗର୍ଭରୁ ଜନ୍ମିତ ଅଳିଅଳ ସନ୍ତାନ ଶ୍ରୀଯୁକ୍ତ ରାଜକୁମାର ଶୈଳ। ଶ୍ରୀଯୁକ୍ତ ରାଜକୁମାର ଶୈଳଙ୍କ ଚାକିରୀ ଜୀବନ ଆରମ୍ଭ ହୁଏ ୧୯୯୫ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଡୁମେରପଦର ଗ୍ରାମ ସ୍ଥିତ ସରକାରୀ ଏସ୍ଏସ୍ ଡି ହାଇସ୍କୁଲ ରେ। ପରେ ୨୦୧୪ ମସିହା ଠାରୁ ବର୍ତ୍ତମାନ ଶ୍ରୀଯୁକ୍ତ ଶୈଳ ପ୍ରଧାନ ଶିକ୍ଷକ ଭାବରେ ବିଷମଗିରୀ ସରକାରୀ ଆଶ୍ରମ ବିଦ୍ୟାଳୟରେ କାର୍ଯ୍ଯରତ ଅଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

Sunil Chandra Nayak

କର୍ଲାମୁଣ୍ଡାଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଓଡ଼ିଆ ପଦ୍ୟ ସାହିତ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶୀର୍ଷକ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!