ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଧର୍ମଗଡ଼ -:  ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ କ୍ଲଷ୍ଟର ର ସରକାରୀ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ବି ଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗାୟତ୍ରୀ ପ୍ରସାଦ ମୁଣ୍ଡ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଓ ପ୍ରାଣାୟାମ ର ଉପଯୋଗୀତା ବିଷୟରେ ଆଲୋକପାତ କରି ଥିଲେ l ବିଦ୍ୟାଳୟର ବରିଷ୍ଠ ପି. ଇ. ଟି ଶ୍ରୀଯୁକ୍ତ ଅଭିମନ୍ୟୁ ମୁଣ୍ଡ ସହିତ ସି. ଆର. ସି. ସି. ଶ୍ରୀ ଟିକେଶ୍ୱର ନାଏକ, ସି. ଏଚ. ଓ. ଗୀତାଞ୍ଜଳି ମେହେର ଓ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରମେଶ ନାଏକ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଅଭ୍ୟାସ କରାଇଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ଠିକ ସେହିପରି ବ୍ରାହ୍ମଣ ଛେଣ୍ଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲୁହାଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଥନଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନେ ଯୋଗ ର ଉପଯୋଗିତା ବିଷୟରେ ବୁଝାଇଥିଲେ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଯୋଗଭ୍ୟାସ କରାଯାଇଥିଲା l

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର

Sunil Chandra Nayak

ବିବାଦୀୟ ଅଧିକାରୀ ଙ୍କ ବିରୋଧରେ ଖବର ପ୍ରକାଶ ପାଇବା ୧୫ ଦିନ ରେ ବଦଳି, ମାସେ ରେ ପଦୋନ୍ନତି ?

Sunil Chandra Nayak

Leave a Comment

error: Content is protected !!