ଫୁଲବାଣୀ -: ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମହାବିଦ୍ୟାଳୟ ,ଗୁଡୁରିସାହି ପରିସରରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହାକୁ ସେବିକା ତାଲିମ ମହାବିଦ୍ୟାଳୟ ର ଅଧ୍ୟାକ୍ଷା ଶ୍ରୀମତୀ ସଂଘମିତ୍ରା ସିଂହ ପ୍ରଦୀପଜାଳି ଉଦଘାଟନ କରିଥିଲେ। ଯୋଗ ଗୁରୁମା ଶ୍ରୀମତୀ ସାଧନା ଦାସ ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ। ଜନସାଧାରଣ ଙ୍କ ଅବଗତି ପାଇଁ ଏକ ସଚେତନତା ପଦଯାତ୍ରା ର ମଧ୍ୟ ଆୟୋଜନ କରାଯାଇଥିଲା । ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, କୁଇଜ, ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ , କେନ୍ଦ୍ରୀୟ ସଂଚାର ବ୍ୟୁରୋ ,କ୍ଷେତ୍ରୀୟ କାର୍ଯ୍ୟାଳୟ , ଫୁଲବାଣୀ କ୍ଷେତ୍ର ପ୍ରଚାର ସହାୟକ ଶ୍ରୀ ସତ୍ୟନାରାୟଣ ନନ୍ଦ ପରିଚାଳନା କରିଥିଲେ ଏବଂ ସେବିକା ତାଲିମ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ସହଯୋଗ ପ୍ରଦାନ କରିଥିଲେ।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ।