ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରୁ ରାଇସିନା, ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ଯଦି ମୁର୍ମୁ ଜିତନ୍ତି, ତା’ହେଲେ ପ୍ରଥମ ଓଡ଼ିଆ ଭାବେ ସେ ରାଷ୍ଟ୍ରପତି ହେବେ

ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଏନେଇ ପ୍ରେସମିଟ୍ କରି ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା।ବିଜେପି ସଂସଦୀୟ ବୈଠକରେ ଦ୍ରୌପଦୀଙ୍କ ନାଁକୁ ନେଇ ଚର୍ଚ୍ଚା ପରେ ମୋହର ଲାଗିଛି । ଓଡିଶାର ଆଦିବାସୀ ନେତ୍ରୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ଓଡିଶାର ମୟୁରଭଞ୍ଜ ଜିଲ୍ଲାରେ ଦ୍ରୌପଦୀଙ୍କ ଘର । ଝାଡଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଉଥିଲେ।

ଆଜି ବିରୋଧୀ ଦଳ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଆଜି ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟର ବୈଠକ ବସିଥିଲା । ପାର୍ଟି ମୁଖ୍ୟାଳୟରେ ସଂସଦୀୟ ବୋର୍ଡର ସଦସ୍ୟମାନେ ବିଭିନ୍ନ ନାମକୁ ନେଇ ଚର୍ଚ୍ଚା କରିଥିଲେ । ନଡ୍ଡାଙ୍କ କହିବା ମୁତାବକ ପ୍ରାୟ ୨୦ଟି ନାମକୁ ନେଇ ଚର୍ଚ୍ଚା ଆଲୋଚନା ହୋଇଥିଲା । ଆଉ ଶେଷରେ ସଂସଦୀୟ ବୋର୍ଡ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ମୋହର ମାରିଥିଲା । ତେବେ ଦ୍ରୌପଦୀ ମୁର୍ମୁଙ୍କର ସିଧାସଳଖ ଲଢ଼େଇ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସହ ହେବ।ତେବେ ରାଷ୍ଟ୍ରପତି ନିର୍ବାଚନ ବିଜୟ ପାଇଁ ବିଜେପି ପାଖରେ ପ୍ରାୟତଃ ନିର୍ବାଚନ ଜିତିବାକୁ ସଂଖ୍ୟା ଥିବାରୁ ଶ୍ରୀମତୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଯଦି ମୁର୍ମୁ ଜିତନ୍ତି, ତା’ହେଲେ ପ୍ରଥମ ଓଡ଼ିଆ ଭାବେ ସେ ରାଷ୍ଟ୍ରପତି ହେବେ। ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ। ଶ୍ରୀମତି ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପୂର୍ବରୁ ପ୍ରଥମ ଆଦିବାସୀ ମହିଳା ଭାବେ ଝାରଖଣ୍ଡର ରାଜ୍ୟପାଳ ହୋଇଥିଲେ। ୨୦୧୫ରୁ ୨୦୨୧ ଯାଏ ସେ ରାଜ୍ୟପାଳ ଭାବେ କାମ କରିଥିଲେ। ବିଜେଡି-ବିଜେପି ମେଣ୍ଟ ସରକାର ବେଳେ ସେ ଓଡ଼ିଶାରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ସୂଚନାଯୋଗ୍ୟ ଓଡିଶାର ମୟୁରଭଞ୍ଜ ଜିଲ୍ଲାରେ ଦ୍ରୌପଦୀଙ୍କ ଘର । ଦ୍ରୌପଦୀ ୨୦ ଜୁନ ୧୯୫୮ରେ ଜନ୍ମ ଗ୍ରହଣ କରିଥିଲେ। ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଦ୍ରୌପଦୀ ମୁର୍ମୁ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ଜଳସେଚନ ବିଭାଗରେ କନିଷ୍ଠ ସହାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ରେ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।

ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ୟ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ୟ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି । ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି ।୨୦୧୫ ମସିହାରେ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ ।

ସେ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଓଡିଶାର ପ୍ରଥମ ମହିଳା ତଥା ଆଦିବାସୀ ନେତା । ନିର୍ବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ଏହା ବ୍ୟତୀତ ସେ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ ମଧ୍ୟ କରିପାରନ୍ତି ।

ଏଠାରେ କହି ରଖୁଛୁ ଯେ, ରାଷ୍ଟ୍ରପତିଙ୍କ ନିର୍ବାଚନୀ କଲେଜ (President’s electoral college) ହେଉଛି ୧୦,୯୦,୯୦୩ ଭୋଟ୍ । ଏଥିରେ ବିଜୟ ହାସଲ ପାଇଁ ସଂଖ୍ୟାଗରିଷ୍ଠତା ସଂଖ୍ୟା ହେଉଛି ୫,୪୯,୪୫୨ । ଏଥିରେ ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ ୭୦୮ ରହିଥାଏ । ଦେଶର ୪,୧୨୦ ବିଧାୟକଙ୍କ ମଧ୍ୟରେ ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଓ ଆସନ ସଂଖ୍ୟା ଉପରେ ନିର୍ଭର କରି ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତର ପ୍ରଦେଶର ବିଧାୟକଙ୍କ ସବୁଠାରୁ ଅଧିକ ୨୦୮ ଭୋଟ୍ ମୂଲ୍ୟ ରହିଛି । ବିଜେଡି (BJD) ଓ YSR ର ସମର୍ଥନରେ ଏହି ସଂଖ୍ୟା ପୂରଣ ହେବାର ସମ୍ଭାବନା ଅଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବାସନ୍ତୀ ଲତା ଜେନା ଙ୍କ କବିତା ମଣିଷ

Sunil Chandra Nayak

ପାପଡାହାଣ୍ଡିରେ ମଟର ସାଇକେଲ ଯାଞ୍ଚ କଡ଼ାକଡ଼ି

Sunil Chandra Nayak

ଭବାନୀପାଟଣା ଠାରେ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort