Uncategorizedଦିଦ୍ୟୁତ୍ ପ୍ରଭା ନାୟକ ଙ୍କ କବିତା ମଉଡ଼ମଣୀ by Sunil Chandra NayakAugust 4, 2022August 4, 2022090 Share1 ମଉଡ଼ମଣୀ ଦିଦ୍ୟୁତ୍ ପ୍ରଭା ନାୟକ ଲକ୍ଷେ କୋଟୀ ରାଜାଙ୍କର ମଉଡ଼ମଣୀ ଶ୍ରୀକ୍ଷେତ୍ର ମଣୀ ସେ ଖୁଦରଙ୍କୁଣୀ ଦୁଃଖି ଧନ ମହାବୀର ଆଣିଛି ଦରିଆ ସେପାରି ରୁ ଟାଣି ମୋତେ ନେଇଛି କିଣି ହାତ ଠାରି ଡ଼ାକେ ମୋ ନୀଳମଣୀ ପାଣି ପାଣି ପାଣି ରେ ତୁଳସୀ ପାଣି ମଣୀ ମଣୀ ମଣୀ ରେ ସିଏ ମୋ ଶ୍ରୀକ୍ଷେତ୍ରମଣୀ ମାଗେ ମାଗୁଣୀ ଲକ୍ଷେ . . . . . . . . . ମଥା ରେ ସୁନା ପଗଡ଼ି କୁ ନାଲି ଓଢଣୀ ସୁନ୍ଦର ମୟୂର ମୁକୁଟ ସତେକି ଗଢିଛି କେଉଁ ବିନ୍ଧାଣୀ ତୋ ବିନା ଧନ ହେଲିଣି ଅନ୍ଧୁଣୀ ତୁ ପରା ମୋ ଧନ ରେ ନେତ୍ର ମଣୀ ତୋ ଗୁଣ ଗୁଣୀ ଯଶୋମତୀ ବାୟାଣୀ ମଣିମା ମଣିମା ଡ଼କା ପଡ଼ିଛି ଭବ ବନେ ମୃଗୁଣୀ ଆରେ ମୋ ପରଶମଣୀ ଲକ୍ଷେ . . . . . . . . . . ଜୟ ଜଗନ୍ନାଥ …. ଦିଦ୍ୟୁତ୍ ପ୍ରଭା ନାୟକ କୁଆଖିଆ, ଯାଜପୁର