ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜିନୀ ପତି ଙ୍କ କବିତା ଭଜନ

 ଭଜନ

ସରୋଜିନୀ ପତି

ହେ ଗିରିଧାରୀ………..
କଳା-ଧଳା-ହଳଦୀର ବେଶଧରି
ତିନି ରଥେ ଅଛ ଅବତରୀ ।0।
ଆଗେ ଚାଲେ ବଳଦେବ ଭାଇ
ମଝିରେ ଶୁଭଦ୍ରା ଚାନ୍ଦ ମୁହିଁ ।
ପଛରେ ଆସେ କାଳିଆ ଚମକାଇ
ଭକ୍ତ ଚାହିଁଛନ୍ତି ଏକ ହୋଇ ।
        ହେ ଗିରିଧାରୀ ,,,,,,,,,,,,(୧)
ବଡ ଦାଣ୍ଡ ତୋର ଶୋଭା ପାଏ
ରଥ ଦଣ୍ଡ ଟାଣି ଭକ୍ତ ମୋହେ ।
ବଡ ଦେଉଳ ରୁ ମାଉସୀମା ଘର
ପୋଡ ପିଠା ଖାଇ ତୁ ବାହୁଡିବୁ ।
         ହେ ଗିରିଧାରୀ …….(୨)
ରଥଯାତ୍ରା ସାରି ତୁ ବହୁାଯାତ୍ରା ରେ
 ଲକ୍ଷ୍ମି ଦେବୀ ଙ୍କର ମାନ ଭାଙ୍ଗି ।
ନନ୍ଦିଘୋଷ ରଥେ ବିଜେ କରି ଜଗା
ତାଳଧ୍ବଜରଥେ ବିଜେ ବଳଦେବ ।
ଦେବ ଦଳନକୁ ସଙ୍ଗେ ଧରି
        ହେ ଗିରି ଧାରୀ……..(୩)
     

   ରସୁଲପୁର ,ଯାଜପୁର

     

Related posts

ନୂଆ ଜଙ୍ଗଲ ଅଧିକାର ଆଇନ ରେ ଜନଜାତିଙ୍କୁ ଧୋକା

Sunil Chandra Nayak

କୂଅ ରେ ଗାଧୋଇବା ବେଲେ ଯୁବକ ର ଗୋଡ଼ଖସି କୂଅ ରେ ପଡି ମୃତ୍ୟୁ

Sunil Chandra Nayak

ପଣସ ଗଛରୁ ପଡି ଜଣେ ବ୍ଯକ୍ତି ଗୁରୁତର

Sunil Chandra Nayak

Leave a Comment

error: Content is protected !!